ପରିଚୟପତ୍ର ପ୍ରଦାନ ଆଳରେ କୃଷକଙ୍କୁ ଶୋଷଣ

ରସୁଲପୁର,୭।୮(ଡି.ଏନ୍‌.ଏ.)- କାଳିଆ ଯୋଜନାକୁ ନେଇ ଚାଷୀ ଭୁଆଁ ବୁଲୁଥିବାବେଳେ ଚାଷୀଙ୍କୁ ନେଇ ଜାଲିଆତି ବନ୍ଦ ହେବାର ନାଁ ଧରୁନି। ଗାଁର ବୋକରୀ ଯୁବକ, ଅଣଭୋଟର କାଳିଆ ଟଙ୍କାରେ ମଉଜ ମଜିଲିସ୍‌ କରୁଛନ୍ତି। ମାତ୍ର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଯୋଜନା ଟଙ୍କା ଆସିପାରୁ ନାହିଁ। କେନ୍ଦ୍ରୀୟ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବା ବାହାନାରେ କୃଷକଙ୍କୁ ଏକ ପ୍ରକାର ଶୋଷଣ ଚାଲିଛି। ଆଉ ଜନସେବା କେନ୍ଦ୍ରଗୁଡ଼ିକ ଶୋଷଣର ମାଧ୍ୟମ ପାଲଟିଛି ା କେନ୍ଦ୍ରପକ୍ଷରୁ ଦଲାଲମାନେ ଗାଗଣ୍ଡା ବୁଲି ଟଙ୍କା ଆଦାୟ କରୁଛନ୍ତି। ଏଭଳି ଘଟଣା ଯାଜପୁର ଜିଲାର ରସୁଲପୁର ବ୍ଲକ ଅଞ୍ଚଳରେ ବ୍ୟାପକ ଭାବରେ ଚାଲିଛି। ପ୍ରଧାନମନ୍ତ୍ରୀ କୃଷକ ଭତ୍ତା, ଚାଷ ପାଇଁ ଆର୍ଥିକ ସହାୟତା, ସାର, ଔଷଧ, କୃଷି ଯନ୍ତ୍ରାଶଂ ଆଦି କ୍ରୟ କରିବା ପାଇଁ ପଞ୍ଜିକରଣ ଆଳରେ ଚାଷୀଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ସରକାରୀସ୍ତରରେ ସେଭଳି କିଛି ନିର୍ଦ୍ଦେଶାନାମା ନ ଥିବା ସତ୍ତ୍ୱେ ଜନସେବା କେନ୍ଦ୍ରଗୁଡିକ ଅଘୋଷିତ ନିୟମ ଲାଗୁ କରିଛନ୍ତି। ଚାଷୀମାନଙ୍କ ନାମକୁ ପଞ୍ଜିକରଣ ପାଇଁ ଜଣକ ପିଛା ଅନ୍ୟୁନ ୧୦୦ ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି। ଏହିଭଳି ଭାବରେ ଦୈନିକ ଜନସେବା କେନ୍ଦ୍ର ଜରିଆରେ ଚାଷୀର କଷ୍ଟ ଉପାର୍ଜିତ ଲକ୍ଷଲକ୍ଷ ଟଙ୍କା ଦଲାଲଙ୍କ ପକେଟକୁ ଯାଉଛି। ଏଦିଗରେ କୃଷି ବିଭାଗ ଜାଣି ବି ନିରବଦ୍ରଷ୍ଟା ସାଜିଛି। ଚାଷୀମାନେ ଏନେଇ କୃଷି ବିଭାଗ ସହ ଯୋଗାଯୋଗ କରିବାରୁ ସେମାନଙ୍କ ପାଖରେ ସେଭଳି କିଛି ନିର୍ଦ୍ଦେଶ ନାହିଁ ବୋଲି କହି ଚୁପ୍‌ ବସିଯାଉଛନ୍ତି। ଯେଉଁ ସବୁ ଜନସେବା କେନ୍ଦ୍ରଗୁଡିକରେ ଏଭଳି ବେଆଇନ କାର୍ଯ୍ୟ ହେଉଛି ତାକୁ ନେଇ ବିଭାଗ ଚୁପ୍‌ ରହିବା ଘଟଣା ବିଭାଗର ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣୁଛି। ଉକ୍ତ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଜନସେବା କେନ୍ଦ୍ରଗୁଡିକର କୋଡ୍‌କୁ ପ୍ରତ୍ୟାହାର କରାଯିବା ସହ ଏହା ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ରସୁଲପୁର ବ୍ଲକ ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରୁ ଏଦିଗରେ ବିଭିନ୍ନ ପଞ୍ଚାୟତରୁ ଅଭିଯୋଗ ତାଙ୍କ ନିକଟକୁ ଆସିଛି। ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ରଗୁଡ଼ିକରେ ଚାଷୀ ପଞ୍ଜିକରଣ କାର୍ଯ୍ୟ କରାଯାଉଛି । ବଦଳରେ ଚାଷୀମାନଙ୍କୁ ଏକ ଫାମର୍ସ ଆଇଡି ପ୍ରଦାନ କରାଯାଉଛି। ଏହାଛଡ଼ା କୃଷି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଜରିଆରେ ଚାଷୀ ପଞ୍ଜିକରଣ କାର୍ଯ୍ୟ କେବଳ ପାକ୍ସ ଓ କୃଷି ବିଭାଗରେ କରାଯାଉଛି। କୃଷକ ପରିଚୟପତ୍ର ମାଗଣାରେ ପ୍ରଦାନ କରାଯାଉଛି। ଏଥିପାଇଁ ଯେଉଁମାନେ ଟଙ୍କା ନେଉଥିବା ତାହା ବେଆଇନ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

NEET ପେପର ଲିକ୍ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ, ଶିକ୍ଷାମନ୍ତ୍ରୀଙ୍କୁ କାହିଁକି….

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ଉଠାଇ ସେ…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

ନିଆରା ପ୍ରେମ… ଚତୁର୍ଥ ଥର ପାଇଁ ବର ହେଲେ ୬୫ ବର୍ଷୀୟ ବୃଦ୍ଧ, ୬୨ ବର୍ଷୀୟ ବୃଦ୍ଧାଙ୍କୁ କଲେ ବିବାହ

ପାଟନା,୧୭ା୫: କୁହାଯାଏଯେ ପ୍ରେମ ଏବଂ ସାଥିର କୌଣସି ବୟସ ନଥାଏ । ଏହି ଭାବନାର ଏକ ହୃଦୟସ୍ପର୍ଶୀ ଉଦାହରଣ ବିହାରର ଜାମୁଇ ଜିଲାରୁ ସାମ୍ନାକୁ ଆସିଛି ।…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri