ପପୁଙ୍କ ଫିଲ୍ମ ପୋଷ୍ଟରକୁ ନେଇ ବିବାଦ: ୭ ଯୁବତୀଙ୍କୁ ନେଇ ଆପତ୍ତିଜନକ ପୋଜ୍‌; ପ୍ରଯୋଜକ ସଂସ୍ଥା ନାଁରେ ମାମଲା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପୁଣି ଅଡୁଆରେ ରଙ୍ଗିଲା ଟୋକା ପପୁ ପମ୍‌ପମ୍‌। କେତେବେଳେ କାଷ୍ଟିଂ କାଉଚ ତ ଆଉ କେତେବେଳେ ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ବିବାଦରେ ରହିଥିଲେ ପପୁ। ଏବେ ଏକ ଫିଲ୍ମ ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗକୁ ନେଇ ଆଉ ଏକ ବିବାଦରେ ଫସିଛନ୍ତି ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀ। ଆଗାମୀ ଗଣେଶ ପୂଜାରେ ରିଲିଜ୍‌ ହେବାକୁ ଥିବା ସିଦ୍ଧାର୍ଥ ମ୍ୟୁଜିକ୍‌ର ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ ପୋଷ୍ଟରରେ ୭ଜଣ ଯୁବତୀ ଘୋଡ଼ା ଭଳି ଆଣ୍ଠେଇଥିବାବେଳେ ପପୁ ରଥର ସାରଥି ଭଳି ଗୋଟିଏ ହାତରେ ଲଗାମ ଓ ଅନ୍ୟ ହାତରେ ଚକ୍ର ଧରି ପୋଜ୍‌ ଦେଇଛନ୍ତି। ଏଭଳି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବହୁ ସାମାଜିକ ଅନୁଷ୍ଠାନ ଓ ମହିଳା ସଙ୍ଗଠନ ଏହାକୁ ବନ୍ଦ କରିବା ସହ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସମାଜସେବୀ ଲିଙ୍କନ ସୁବୁଦ୍ଧି ଏନେଇ ମହିଳା କମିଶନ ଓ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ମହିଳା ଥାନା ପୋଲିସ ଆଇପିସି ଦଫା ୬ଲଗାଇ ପ୍ରଯୋଜକ ସଂସ୍ଥା ନାଁରେ ମାମଲା (ନଂ.୮୯/୧୯) ରୁଜୁ କରିଛି।
ତେବେ ଏ ସଂକ୍ରାନ୍ତରେ ଅଭିଯୋଗକାରିଣୀ ଲିଙ୍କନ କୁହନ୍ତି, ସିନେମା ଗ୍ରାଫି ୧୯୮୩ ରୁଲ୍‌ ୩୮ରେ ଉଲ୍ଲେଖ ରହିଛି ଯେ, ଫିଲ୍ମର ପ୍ରମୋଶନ ପାଇଁ ବିଜ୍ଞାପନ ଅର୍ଥାତ୍‌ ଖବର କାଗଜ,ହୋର୍ଡିଂ,ପୋଷ୍ଟର ଏବଂ ଟ୍ରେଲରେ ମହିଳାଙ୍କୁ ଅସମ୍ମାନ କରିବା ଭଳି ଆପତ୍ତିଜନକ ଚିତ୍ର ପ୍ରଦର୍ଶନ କରାଯିବ ନାହିଁ। ଆକ୍ଟ ୧୯୫୧ ସେକ୍ସନ ୭ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ଏହି ଫିଲ୍ମର ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲ, ନିର୍ଦ୍ଦେଶକ ରମେଶ ରାଉତ ଓ ଅଭିନେତା ପପୁ ପମ୍‌ପମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାସହ ଫିଲ୍ମକୁ ବନ୍ଦ କରିବା ଓ ପୋଷ୍ଟର ହଟାଯିବା ସହ ସେମାନେ ଗଣମାଧ୍ୟମ ଆଗରେ ରାଜ୍ୟର ମହିଳାଙ୍କୁ କ୍ଷମା ମାଗନ୍ତୁ। କିଭଳି ଫିଲ୍ମ ପୋଷ୍ଟରରେ ୭ଜଣ ମହିଳାଙ୍କୁ ଘୋଡା ଓ କୁକୁର ଭଳି ପ୍ରଦର୍ଶନ କରାଯାଇଛି। ଏପରି କି ସେମାନଙ୍କ ବେକରେ ରଶି ବାନ୍ଧି ପପୁ ଧରିଛନ୍ତି। ପପୁ କ’ଣ କୃଷ୍ଣ? କୃଷ୍ଣ ଭଗବାନ ଘୋଡାଙ୍କୁ ସମ୍ମାନ ଦେଉଥିଲେ। ହେଲେ ପପୁ ନାରୀ ଜାତିକୁ ଏଠି ଅସମ୍ମାନ କରିଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଉ। ଆଗାମୀ ଦିନରେ ଫିଲ୍ମ ସେନ୍‌ସର ବୋର୍ଡ ନିକଟରେ ଅଭିଯୋଗ କରିବେ ବୋଲି ଲିଙ୍କନ କହିଛନ୍ତି।

ଅନ୍ୟପକ୍ଷରେ ଫିଲ୍ମର ନିର୍ଦ୍ଦେଶକ ରମେଶ ରାଉତ କହିଛନ୍ତି, ଏହା ତାଙ୍କ ସିନେମାର ଅଫିସିଆଲ୍‌ ପୋଷ୍ଟର ନୁହେଁ କି ଏହାକୁ ଆମ ତରଫରୁ ଛଡ଼ାଯାଇନାହିଁ। ଯେଉଁ ୭ଜଣ ଯୁବତୀ ରହିଛନ୍ତି ସେମାନେ ତାଙ୍କ ଫିଲ୍ମର କଳାକାର ନୁହନ୍ତି କି ସେମାନଙ୍କୁ ଚିହ୍ନି ବି ନାହାନ୍ତି। ବଦନାମ ପାଇଁ କେହି ଏପରି ଏଡିଟ୍‌ କରିଥିବେ ବୋଲି ସେ କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ପପୁ ମୁହଁ ଖୋଲିବାକୁ ଚାହିଁ ନ ଥିଲେ। ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ କହିଛନ୍ତି, ମହିଳା ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ପ୍ରଯୋଜକ ସଂସ୍ଥା ନଁାରେ ମାମଲା ହୋଇଛି। ଅଭିଯୋଗକାରିଣୀ ଲିଙ୍କନ ସୁବୁଦ୍ଧିଙ୍କୁ ନୋଟିସ କରାଯିବ। ଉକ୍ତ ପୋଷ୍ଟରକୁ କେଉଁଠୁ ପାଇଲେ ସେ ସଂକ୍ରାନ୍ତରେ ସେ ଉତ୍ତର ରଖିବେ। ଏହି ଆଧାରରେ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନୋଟିସ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପପୁ ୨୦୧୬ରେ ନାବାଳିକା କାଷ୍ଟିଂ କାଉଚ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ନାବାଳିକା ଯୌନ ଶୋଷଣ ସହ ତାଙ୍କ ବିରୋଧରେ ଲାଗିଥିଲା ସଙ୍ଗିନ ଦଫା। ଏହାପରେ ସେହିବର୍ଷ ନଭେମ୍ବରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ କମେଡି କରି ଫସିଥିଲେ ପପୁ। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ଛାତ୍ର ପପୁଙ୍କ କାଳିମାଡ଼ ଫଟୋ ସୋସିଆଲ ମିଡିଆରେ ଛାଡ଼ିଥିଲେ। ତେବେ ପପୁ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ ଛାତ୍ରଙ୍କୁ ଧମକ ଦେଇଥିବା ନେଇ ମଧ୍ୟ ଉଭୟଙ୍କ ନାମରେ ଶହୀଦନଗର ଥାନାରେ ଅଭିଯୋଗ ହୋଇଥିଲା। ସେହିଭଳି ୨୦୧୮ରେ ପପୁ ଓ ତାଙ୍କ ସହଯୋଗୀ ଜଣେ ଆଇନଜୀବୀଙ୍କୁ ଧମକ ଦେବାନେଇ କଟକ ସଦର ଥାନାରେ ମାମଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

‘ଯଦି ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ମୋତେ ବିହାର ଫେରିବାକୁ ପଡିଥାନ୍ତା…’ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବିକ୍ରମ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୨୮।୫: ‘ଯଦି ବଙ୍ଗଳାରେ ସରକାର ପରିବର୍ତ୍ତନ ହୋଇନଥାନ୍ତା, ତେବେ ଆମକୁ ସବୁକିଛି ପରିତ୍ୟାଗ କରି ବିହାର ଫେରିଯିବାକୁ ପଡ଼ିଥାନ୍ତା।’ ଏଗୁଡ଼ିକ ହେଉଛି ଝାରଗ୍ରାମର ଜଣେ ଝାଲମୁଢି ବିକ୍ରେତା…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ମାତ୍ର ୩ ଶବ୍ଦରେ ଜବାବ ଦେଲେ ବୈଭବ

ନୂଆଦିଲ୍ଲୀ,୨୮।୫: IPL 2026 ଏଲିମିନେଟର ମ୍ୟାଚ ସମୟରେ ସମଗ୍ର ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଚମତ୍କାରିତା ଦେଖିଥିଲା। ବୈଭବ ମାତ୍ର 29 ବଲରେ 97 ରନ କରିଥିଲେ,…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର୍, ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର,୨୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଢେଙ୍କାନାଳରୁ ଘଟଗାଁ ଯାଉଥିବା ବେଳେ ରାସୋଳ ଗ୍ରାମ…

ମୁକେଶ ଅମ୍ବାନୀଙ୍କ 0 ଦରମା; ୬ ବର୍ଷରେ ବି ନେବେନି, ଆୟର ଉତ୍ସ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୨୮।୫: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ବର୍ଷ ପୁଣି ଥରେ କମ୍ପାନୀରୁ ଦରମା ନେବେ ନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri