ପଦ୍ମପୁରରେ ପ୍ରଚାର କରିବେ ଧାମନଗର ବିଧାୟକ

ଭୁବନେଶ୍ବର, ୧୦ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନରେ ବିଜୟ ହାସଲକରି ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ୍ମପୁର ପ୍ରଚାରରେ ଭାଜପା ଓହ୍ଲାଇବ। ପଦ୍ମପୁର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ଦଳ ପାଇଁ ପ୍ରଚାର କରିବେ ବୋଲି ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଜୟନାରାୟଣ କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ ଉଚ୍ଚ ଶିକ୍ଷିତ। ସେ ନୂଆକରି ବିଧାନସଭାକୁ ଆସିଛନ୍ତି। ରାଜନୀତିରେ ନୂଆ ହେଲେ ବି ଜଣେ ପୋଖତ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତାଙ୍କର ପ୍ରଭାବ ନିଶ୍ଚିତ ଭାବେ ଭୋଟରଙ୍କ ଉପରେ ରହିବ। ପଦ୍ମପୁରରେ ଭାଜପା ପ୍ରାର୍ଥୀ ନିଶ୍ଚିତ ଜିତିବେ। ସେଥିପାଇଁ ସେମାନେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବେ। ଏଥିଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। ସେଠାରେ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଗଲାଣି। ଧାମନଗରରେ ଯେଭଳି ଆମେ ପ୍ରତ୍ୟେକ ଭୋଟରଙ୍କ ସହିତ ଯୋଗାଯୋଗ କରିଥିଲୁ ପଦ୍ମପୁରରେ ମଧ୍ୟ ସେମିତି କରିବୁ। ୨୨ ବର୍ଷ ଧରି ରାଜ୍ୟ ସରକାରଙ୍କ ଅରାଜକତା ବିଷୟରେ ଲୋକଙ୍କୁ କହିବୁ। ଚାଷୀଙ୍କ ପ୍ରତି ଅବହେଳା ମୁଖ୍ୟ ପ୍ରସଙ୍ଗ ହେବ। ପଦ୍ମପୁର ଉପନିର୍ବାଚନ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣଙ୍କ ସହ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଓ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଦଳ ଦାୟିତ୍ୱ ଦେଇଛି। ଏହାସହ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ ମଧ୍ୟ ଦାୟିତ୍ୱ ନେବେ ବୋଲି ଜୟନାରାୟଣ କହିଛନ୍ତି। ଅନ୍ୟପଟେ ବୁଧବାର ଭାଜପା ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସମେତ ଦଳର ରାଜ୍ୟସ୍ତରୀୟ ନେତାମାନେ ଭିଡିଓ କନ୍‌ଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଦଳ ପଦ୍ମପୁର ଉପନିର୍ବାଚନରେ କିପରି ବିଜୟ ହାସଲ କରିବ ସେନେଇ ମଧ୍ୟ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏହାସହ କେଉଁ ନେତାଙ୍କୁ କେଉଁ ସବୁ ପଞ୍ଚାୟତ ଦାୟିତ୍ୱ ବଣ୍ଟାଯିବ ସେନେଇ ମଧ୍ୟ ଚୂଡ଼ାନ୍ତ ହୋଇଥିବା ଜଣାପଡିଛି। ବାହାରକୁ ଏହି ୩ ନେତାଙ୍କୁ ମୁଖ୍ୟ ଦାୟିତ୍ୱ ଦେଉଛି ବୋଲି କୁହାଯାଉଥିଲେ ମଧ୍ୟ ଦଳ ଧାମନଗର ଭଳି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ସୂର୍ଯ୍ୟବଂଶୀ ସୂରଜ ବୁଧବାର ଦଳୀୟ କାର୍ଯ୍ୟାଳୟଠାରେ ବରିଷ୍ଠ ନେତାମାନଙ୍କ ଆଶୀର୍ବାଦ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri