ପଦ୍ମପୁରରେ ପ୍ରଚାର କରିବେ ଧାମନଗର ବିଧାୟକ

ଭୁବନେଶ୍ବର, ୧୦ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନରେ ବିଜୟ ହାସଲକରି ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ୍ମପୁର ପ୍ରଚାରରେ ଭାଜପା ଓହ୍ଲାଇବ। ପଦ୍ମପୁର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ଦଳ ପାଇଁ ପ୍ରଚାର କରିବେ ବୋଲି ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଜୟନାରାୟଣ କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ ଉଚ୍ଚ ଶିକ୍ଷିତ। ସେ ନୂଆକରି ବିଧାନସଭାକୁ ଆସିଛନ୍ତି। ରାଜନୀତିରେ ନୂଆ ହେଲେ ବି ଜଣେ ପୋଖତ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତାଙ୍କର ପ୍ରଭାବ ନିଶ୍ଚିତ ଭାବେ ଭୋଟରଙ୍କ ଉପରେ ରହିବ। ପଦ୍ମପୁରରେ ଭାଜପା ପ୍ରାର୍ଥୀ ନିଶ୍ଚିତ ଜିତିବେ। ସେଥିପାଇଁ ସେମାନେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବେ। ଏଥିଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। ସେଠାରେ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଗଲାଣି। ଧାମନଗରରେ ଯେଭଳି ଆମେ ପ୍ରତ୍ୟେକ ଭୋଟରଙ୍କ ସହିତ ଯୋଗାଯୋଗ କରିଥିଲୁ ପଦ୍ମପୁରରେ ମଧ୍ୟ ସେମିତି କରିବୁ। ୨୨ ବର୍ଷ ଧରି ରାଜ୍ୟ ସରକାରଙ୍କ ଅରାଜକତା ବିଷୟରେ ଲୋକଙ୍କୁ କହିବୁ। ଚାଷୀଙ୍କ ପ୍ରତି ଅବହେଳା ମୁଖ୍ୟ ପ୍ରସଙ୍ଗ ହେବ। ପଦ୍ମପୁର ଉପନିର୍ବାଚନ ପାଇଁ ବିରୋଧୀ ଦଳ ନେତା ଜୟନାରାୟଣଙ୍କ ସହ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଓ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଦଳ ଦାୟିତ୍ୱ ଦେଇଛି। ଏହାସହ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ ମଧ୍ୟ ଦାୟିତ୍ୱ ନେବେ ବୋଲି ଜୟନାରାୟଣ କହିଛନ୍ତି। ଅନ୍ୟପଟେ ବୁଧବାର ଭାଜପା ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସମେତ ଦଳର ରାଜ୍ୟସ୍ତରୀୟ ନେତାମାନେ ଭିଡିଓ କନ୍‌ଫରେନ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଦଳ ପଦ୍ମପୁର ଉପନିର୍ବାଚନରେ କିପରି ବିଜୟ ହାସଲ କରିବ ସେନେଇ ମଧ୍ୟ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏହାସହ କେଉଁ ନେତାଙ୍କୁ କେଉଁ ସବୁ ପଞ୍ଚାୟତ ଦାୟିତ୍ୱ ବଣ୍ଟାଯିବ ସେନେଇ ମଧ୍ୟ ଚୂଡ଼ାନ୍ତ ହୋଇଥିବା ଜଣାପଡିଛି। ବାହାରକୁ ଏହି ୩ ନେତାଙ୍କୁ ମୁଖ୍ୟ ଦାୟିତ୍ୱ ଦେଉଛି ବୋଲି କୁହାଯାଉଥିଲେ ମଧ୍ୟ ଦଳ ଧାମନଗର ଭଳି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ସୂର୍ଯ୍ୟବଂଶୀ ସୂରଜ ବୁଧବାର ଦଳୀୟ କାର୍ଯ୍ୟାଳୟଠାରେ ବରିଷ୍ଠ ନେତାମାନଙ୍କ ଆଶୀର୍ବାଦ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri