Posted inଖେଳ

ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୨।୯- ଛ’ଥର ବିଶ୍ୱ ବିଜୟିନୀ କିମ୍ବଦନ୍ତୀ ବକ୍ସର ଏମ୍‌.ସି. ମେରିକମ୍‌ଙ୍କ ନାମକୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଗୁରୁବାର କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ସୁପାରିସ କରାଯାଇଛି। ପ୍ରଥମଥର ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ ଜଣେ ମହିଳା ଆଥ୍‌ଲେଟ୍‌ଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ଲାଗି ସୁପାରିସ କରିବା ପ୍ରଥମ ଘଟଣା। ଭାରତରତ୍ନ ପରେ ପଦ୍ମ ବିଭୂଷଣ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ। ସେହିଭଳି ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁଙ୍କ ନାମକୁ ପଦ୍ମ ଭୂଷଣ ପାଇଁ ସୁପାରିସ କରାଯାଇଛି। ଅପରପକ୍ଷରେ ପଦ୍ମଶ୍ରୀ ତାଲିକାରେ ୭ଜଣ ମହିଳା କ୍ରୀଡ଼ାବିତ୍‌ଙ୍କ ସମେତ ତୀରନ୍ଦାଜ ତରୁଣଦୀପ ରାଇ ଓ ହକି ଅଲିମ୍ପିଆନ ଏମ୍‌.ପି. ଗଣେଶ ସ୍ଥାନ ପାଇଛନ୍ତି। ପ୍ରଥମେ ପଦ୍ମଶ୍ରୀ ସୁପାରିସ ତାଲିକାରେ ୭ ମହିଳା କ୍ରୀଡ଼ାବିତ୍‌ଙ୍କ ନାମ ରହିଥିବାବେଳେ ବିଳମ୍ବରେ ତରୁଣଦୀପ୍‌ ଓ ଗଣେଶଙ୍କ ନାମକୁ ଏଥିରେ ଯୋଡ଼ା ଯାଇଥିଲା।
୩୬ ବର୍ଷୀୟା ମେରିକମ୍‌ ଏକମାତ୍ର ମହିଳା ବକ୍ସର ଭାବେ ରେକର୍ଡ ୬ଥର ଲାଗି ଆମେଚର ବକ୍ସିଂ ଚାମ୍ପିୟନ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିସହ ଏକମାତ୍ର ମହିଳା ବକ୍ସର ଭାବେ ବିଶ୍ୱ ଚାମ୍ପିୟନଶିପ୍‌ର ୭ଟି ଯାକ ସଂସ୍କରଣରେ ପଦକ ଜିତିବାର ରେକର୍ଡ ତାଙ୍କ ନାମରେ ରହିଛି। ପଦ୍ମ ଇତିହାସରେ ୪ର୍ଥ କ୍ରୀଡ଼ାବିତ୍‌ ଭାବେ ମେରିକମ୍‌ ପଦ୍ମ ବିଭୂଷଣ ପୁରସ୍କାର ହାସଲ କରିବେ। ତାଙ୍କ ପୂର୍ବରୁ ଚେସ୍‌ ତାରକା ବିଶ୍ୱନାଥନ ଆନନ୍ଦ (୨୦୦୭), କ୍ରିକେଟ୍‌ ଲିଜେଣ୍ଡ ସଚିନ ତେନ୍ଦୁଲକର (୨୦୦୮) ଓ ପର୍ବତାରୋହୀ ସାର୍‌ ଏଡ୍‌ମଣ୍ଡ ହିଲାରୀ (୨୦୦୮) ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଏଥିପୂର୍ବରୁ ମେରିକମ୍‌ ୨୦୦୬ରେ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।
ପ୍ରଥମ ଭାରତୀୟ ଭାବେ ଗତ ଅଗଷ୍ଟରେ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ସିନ୍ଧୁଙ୍କ ନାମ ପଦ୍ମ ଭୂଷଣ ପାଇଁ ସୁପାରିସ ହୋଇଛି। ୨୪ ବର୍ଷୀୟା ଏହି ହାଇଦ୍ରାବାଦ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଥିପୂର୍ବରୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ପାଇସାରିଛନ୍ତି। ଅପରପକ୍ଷରେ ପଦ୍ମଶ୍ରୀ ପାଇଁ ନାମ ଘୋଷଣା ହୋଇଥିବା ଅନ୍ୟ ୭ ଜଣ ମହିଳା କ୍ରୀଡ଼ାବିତ୍‌ ହେଲେ ଭିନେଶ ପୋଗତ୍‌ (ରେସଲର୍‌), ମନିକା ବାତ୍ରା (ଟେବୁଲ ଟେନିସ), ହର୍‌ମନପ୍ରୀତ୍‌ କୌର (ଭାରତୀୟ ମହିଳା କ୍ରିକେଟ୍‌ ଅଧିନାୟିକା), ରାଣୀ ରାମପାଲ (ଭାରତୀୟ ମହିଳା ହକି ଅଧିନାୟିକା), ସୁମା ଶିରୁର (ଶୁଟର୍‌) ଓ ଦୁଇ ଭଉଣୀ ତାଶୀ ଓ ନୁଙ୍ଗଶି ମଲିକ (ଉଭୟ ପର୍ବତାରୋହୀ)। ଏହି ୧୧ କ୍ରୀଡ଼ାବିତ୍‌ଙ୍କ ନାମକୁ କ୍ରୀଡ଼ା ବିଭାଗ ପଦ୍ମ ପୁରସ୍କାର କମିଟି ନିକଟକୁ ପଠାଇ ସୁପାରିସ କରିଛଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ମନୋନୀତ କ୍ରୀଡ଼ାବିତ୍‌ଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri