Posted inଖେଳ

ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୨।୯- ଛ’ଥର ବିଶ୍ୱ ବିଜୟିନୀ କିମ୍ବଦନ୍ତୀ ବକ୍ସର ଏମ୍‌.ସି. ମେରିକମ୍‌ଙ୍କ ନାମକୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଗୁରୁବାର କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ସୁପାରିସ କରାଯାଇଛି। ପ୍ରଥମଥର ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ ଜଣେ ମହିଳା ଆଥ୍‌ଲେଟ୍‌ଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ଲାଗି ସୁପାରିସ କରିବା ପ୍ରଥମ ଘଟଣା। ଭାରତରତ୍ନ ପରେ ପଦ୍ମ ବିଭୂଷଣ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ। ସେହିଭଳି ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁଙ୍କ ନାମକୁ ପଦ୍ମ ଭୂଷଣ ପାଇଁ ସୁପାରିସ କରାଯାଇଛି। ଅପରପକ୍ଷରେ ପଦ୍ମଶ୍ରୀ ତାଲିକାରେ ୭ଜଣ ମହିଳା କ୍ରୀଡ଼ାବିତ୍‌ଙ୍କ ସମେତ ତୀରନ୍ଦାଜ ତରୁଣଦୀପ ରାଇ ଓ ହକି ଅଲିମ୍ପିଆନ ଏମ୍‌.ପି. ଗଣେଶ ସ୍ଥାନ ପାଇଛନ୍ତି। ପ୍ରଥମେ ପଦ୍ମଶ୍ରୀ ସୁପାରିସ ତାଲିକାରେ ୭ ମହିଳା କ୍ରୀଡ଼ାବିତ୍‌ଙ୍କ ନାମ ରହିଥିବାବେଳେ ବିଳମ୍ବରେ ତରୁଣଦୀପ୍‌ ଓ ଗଣେଶଙ୍କ ନାମକୁ ଏଥିରେ ଯୋଡ଼ା ଯାଇଥିଲା।
୩୬ ବର୍ଷୀୟା ମେରିକମ୍‌ ଏକମାତ୍ର ମହିଳା ବକ୍ସର ଭାବେ ରେକର୍ଡ ୬ଥର ଲାଗି ଆମେଚର ବକ୍ସିଂ ଚାମ୍ପିୟନ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିସହ ଏକମାତ୍ର ମହିଳା ବକ୍ସର ଭାବେ ବିଶ୍ୱ ଚାମ୍ପିୟନଶିପ୍‌ର ୭ଟି ଯାକ ସଂସ୍କରଣରେ ପଦକ ଜିତିବାର ରେକର୍ଡ ତାଙ୍କ ନାମରେ ରହିଛି। ପଦ୍ମ ଇତିହାସରେ ୪ର୍ଥ କ୍ରୀଡ଼ାବିତ୍‌ ଭାବେ ମେରିକମ୍‌ ପଦ୍ମ ବିଭୂଷଣ ପୁରସ୍କାର ହାସଲ କରିବେ। ତାଙ୍କ ପୂର୍ବରୁ ଚେସ୍‌ ତାରକା ବିଶ୍ୱନାଥନ ଆନନ୍ଦ (୨୦୦୭), କ୍ରିକେଟ୍‌ ଲିଜେଣ୍ଡ ସଚିନ ତେନ୍ଦୁଲକର (୨୦୦୮) ଓ ପର୍ବତାରୋହୀ ସାର୍‌ ଏଡ୍‌ମଣ୍ଡ ହିଲାରୀ (୨୦୦୮) ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଏଥିପୂର୍ବରୁ ମେରିକମ୍‌ ୨୦୦୬ରେ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।
ପ୍ରଥମ ଭାରତୀୟ ଭାବେ ଗତ ଅଗଷ୍ଟରେ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ସିନ୍ଧୁଙ୍କ ନାମ ପଦ୍ମ ଭୂଷଣ ପାଇଁ ସୁପାରିସ ହୋଇଛି। ୨୪ ବର୍ଷୀୟା ଏହି ହାଇଦ୍ରାବାଦ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଥିପୂର୍ବରୁ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ପାଇସାରିଛନ୍ତି। ଅପରପକ୍ଷରେ ପଦ୍ମଶ୍ରୀ ପାଇଁ ନାମ ଘୋଷଣା ହୋଇଥିବା ଅନ୍ୟ ୭ ଜଣ ମହିଳା କ୍ରୀଡ଼ାବିତ୍‌ ହେଲେ ଭିନେଶ ପୋଗତ୍‌ (ରେସଲର୍‌), ମନିକା ବାତ୍ରା (ଟେବୁଲ ଟେନିସ), ହର୍‌ମନପ୍ରୀତ୍‌ କୌର (ଭାରତୀୟ ମହିଳା କ୍ରିକେଟ୍‌ ଅଧିନାୟିକା), ରାଣୀ ରାମପାଲ (ଭାରତୀୟ ମହିଳା ହକି ଅଧିନାୟିକା), ସୁମା ଶିରୁର (ଶୁଟର୍‌) ଓ ଦୁଇ ଭଉଣୀ ତାଶୀ ଓ ନୁଙ୍ଗଶି ମଲିକ (ଉଭୟ ପର୍ବତାରୋହୀ)। ଏହି ୧୧ କ୍ରୀଡ଼ାବିତ୍‌ଙ୍କ ନାମକୁ କ୍ରୀଡ଼ା ବିଭାଗ ପଦ୍ମ ପୁରସ୍କାର କମିଟି ନିକଟକୁ ପଠାଇ ସୁପାରିସ କରିଛଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ମନୋନୀତ କ୍ରୀଡ଼ାବିତ୍‌ଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri