ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ବ୍ରାଉନସୁଗାରରୁ କିପରି ବିପୁଳ ସମ୍ପତ୍ତିର ମାଲିକ ହେଲେ ତାହାକୁ ନେଇ ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ରବିବାର ଏସ୍‌ଟିଏଫ୍‌ ଟିମ୍‌ ରାଜାଙ୍କ ବାଲେଶ୍ୱରସ୍ଥିତ ଘର ଉପରେ ଚଢାଉ କରିଥିବାବେଳେ ସୋମବାର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ତେଲେଙ୍ଗାସାହିର ସମ୍ବେଦନା ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟରେ ଚଢ଼ାଉ କରି ୧୦୬ ନମ୍ବର ଫ୍ଲାଟ୍‌କୁ ଯାଞ୍ଚ କରିଛି। ଚଢାଉ ସମୟରେ ଏସ୍‌ଟିଏଫ୍‌ ରାଜାଙ୍କ ଏହି ବିଳାସପୂର୍ଣ୍ଣ ଘରକୁ ଦେଖି ଚକିତ ହୋଇଯାଇଛି। ରାଜାଙ୍କ ନାମରେ ରହିଥିବା ଏହି ଫ୍ଲାଟ୍‌ର ଆୟତ୍ତନ ୧୯୬୧ ବର୍ଗଫୁଟ ହେବ। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହୋଇଥିବାବେଳେ ଘର ଭିତର ସାଜସଜ୍ଜା ବାବଦକୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ରାଜା ବ୍ରାଉନସୁଗାର ଟଙ୍କାରେ ଏହି ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଥିବା ଏସ୍‌ଟିଏଫ୍‌ ପ୍ରମାଣ ପାଇବା ପରେ ଏସ୍‌ଡିପିଏସ୍‌ ଆକ୍ଟ ବଳରେ ତାହାକୁ ସିଲ୍‌ କରିଛି। ସେଠାରୁ ମଧ୍ୟ ଏସ୍‌ଟିଏଫ୍‌ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବ୍ରାଉନସୁଗାର ଜବତ କରିଥିବା ସୂଚନା ମିଳିଛି। ତେବେ ତଦନ୍ତ ଚାଲୁଥିବାରୁ ଏସ୍‌ଟିଏଫ୍‌ କୌଣସି ତଥ୍ୟ ଦେବାକୁ ମନା କରିଛି।
ମିଳିଥିବା ସୂଚନାନୁସାରେ, ରାଜା ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣିବା ପରେ ଏହି ଘରେ ଲୁଚାଇ ରଖୁଥିଲେ। ସେଠାରେ ବ୍ରାଉନସୁଗାରକୁ ଭେଜାଲ କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏଥିସହ ସେହିଘରେ ହିଁ ତାଙ୍କ ଟିମ୍‌ର ବୈଠକ ବସି ନୂଆ ଯୋଜନା କରାଯାଇଥାଏ। ଏଥିପାଇଁ ଉକ୍ତ ଘରକୁ ଅଧିକାଂଶ ସମୟରେ ବାହାରର ଲୋକଙ୍କ ସମେତ ପୋଲିସ ଅଧିକାରୀଙ୍କ ଯିବାଆସିବା ଲାଗୁଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ରାଜାଙ୍କୁ ପଚରାଉଚରାବେଳେ ଏହି ଘର ସମ୍ପର୍କରେ ସୂଚନା ମିଳିଥିଲା। ଏହି ଆଧାରରେ ସୋମବାର ସକାଳେ ଏସ୍‌ଟିଏଫ୍‌ ଉକ୍ତ ଘର ଉପରେ ଚଢାଉ କରି ସିଲ୍‌ କରିଛି। ଏହାସହ ରାଜାଙ୍କ ଅନ୍ୟ ୩ଜଣ ସମ୍ପର୍କୀୟଙ୍କ ଘରେ ମଧ୍ୟ ଏସ୍‌ଟିଏଫ୍‌ ଚଢାଉ କରିଛି। ଚଢାଉ ସମୟରେ ସେସବୁ ଘରର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଏସବୁ ସ୍ଥାନରୁ ମିଳିଥିବା ତଥ୍ୟ ଆଧାରରେ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ରାଜାଙ୍କ ରିମାଣ୍ଡ ମଙ୍ଗଳବାର ଶେଷ ହେଉଥିବାରୁ ତାଙ୍କୁ ପୁଣି ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ଏସ୍‌ଟିଏଫ୍‌ ଯୋଜନା କରୁଛି। ତାଙ୍କୁ କୋର୍ଟରେ ହାଜର କରିବା ପରେ ପୁଣି ରିମାଣ୍ଡରେ ଆଣିବ ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜା ଆକାଉଣ୍ଟକୁ ଆସିଥିବା କୋଟି କୋଟି ଟଙ୍କା କେଉଁଥିରେ ବିନିଯୋଗ ହୋଇଛି ତାହାର ଯାଞ୍ଚ କରୁଛି ଏସ୍‌ଟିଏଫ୍‌। ଆଗାମୀ ଦିନରେ ତାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦେବା ଉପରେ BCCIର ବଡ଼ ବୟାନ, ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି କାରଣ!

ନୂଆଦିଲ୍ଲୀ, ୭।୭: BCCI ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କ ନାମ ନଥିବାରୁ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri