ପଥର ଫଟା ଦେଉଛି ରୋଜଗାର

ପାପଡାହାଣ୍ଡି,୩।୩(ଡି.ଏନ.ଏ)

ଯୁବାବସ୍ଥାରେ ଅଜଣା ରୋଗରେ ଆକ୍ରାନ୍ତ । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ଅସୁସ୍ଥତା କାରଣରୁ କୌଣସି କାମ କରି ପାରୁ ନାହାନ୍ତି। ଏପରି ସ୍ଥଳେ ପଥର ଫଟାଇ ଯାହା ରୋଜଗାର କରୁଛନ୍ତି ସେଥିରେ ଚୁଲି ଜଳୁଛି । ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ବେତଝରଣ ଗ୍ରାମର ସମ୍ବାରୁ ଯାନୀ (୩୦)ଙ୍କ ପରିବାର ଏହିପରି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ସମ୍ବାରୁଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ସମୟରେ ସମସ୍ତ କାମ କରି ପରିବାର ଚଳାଉଥିଲେ । କିନ୍ତୁ ଗତ କିଛି ବର୍ଷ ତଳେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ପାଦ ଫୁଲିକି ରହୁଥିବା ବେଳେ ମୁହଁ ବୁଲାଉଥିବା ଯୋଗୁଁ ସେ କୌଣସି କାମ କରିବାକୁ ଭୟ କରୁଛନ୍ତି । ସାମାନ୍ୟ କାମ କଲେ ହାଲିଆ ଅନୁଭବ କରୁଥିବା କହିଛନ୍ତି । ଶରୀର ଶୁଖିଗଲାଣି । ଏ ନେଇ ସେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ କିନ୍ତୁ ଡାକ୍ତର ରୋଗ ସମ୍ପର୍କରେ କିଛି କହିନଥିଲେ । ଅଧିକା ଚିକିତ୍ସା ପାଇଁ ପାଖରେ ଆବଶ୍ୟକୀୟ ଅର୍ଥ ନ ଥିବାରୁ ଅନ୍ୟ କୌଣସି ବଡ ଡାକ୍ତରଖାନା ଯାଇ ଚିକିତ୍ସା କରି ପାରୁ ନାହାନ୍ତି। ଅସୁସ୍ଥ ଯୋଗୁ ସମ୍ବାରୁ କୌଣସି କାମ ମଧ୍ୟ କରି ପାରୁ ନାହାନ୍ତି। ସେଥିପାଇଁ ଗାଁ ର ଶେଷ ମୁଣ୍ଡରେ ଥିବା ପଥର କୁଆଁରୀରେ ନିଆଁ ଜାଳି ଦିନ ତମାମ ଖରାରେ ବସି ରହିଥାନ୍ତି। ପଥର ଫାଟିଲା ପରେ ସେଗୁଡିକୁ ମେଟାଲ, ଗୋଡି ଆଦି କରି ବିକ୍ରି କରଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଭରଣ ପୋଷଣ କରିଥାନ୍ତି। ସରକାରଙ୍କ ତରଫରୁ ସମ୍ବାରୁଙ୍କୁ ଭତ୍ତା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳୁଥିବା କହିଛନ୍ତି । କିନ୍ତୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ଲାଗି ନିବେଦନ କରିଛନ୍ତି। ଅଭାବି ସଂସାରରେ ଚାଳ ଘର ଛପର କରିବା କଷ୍ଟକର ବୋଲି ସମ୍ବାରୁ କହିଛନ୍ତି। ସ୍ତ୍ରୀ ଯମୁନା ସ୍ବାମୀର ଅବସ୍ଥା ଦେଖି ନିକଟସ୍ଥ କାଜୁମିଲରେ କାମ କରୁଛନ୍ତି। ପ୍ରଶାସନ ତରଫରୁ ଆବାସ ଯୋଜନାରେ ସାମିଲ ସହ ଚିକିତ୍ସା ଲାଗି ସହାୟତା ପ୍ରଦାନ ଲାଗି ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର: ୨୪ଘଣ୍ଟାରେ ୩ ଘଟଣାରେ ଆତଙ୍କିତ ସହରବାସୀ

ଅସୁରକ୍ଷିତ ହୋଇପଡ଼ିିଛି ରାଜଧାନୀ ଭୁବନେଶ୍ୱର। କଥା କଥାରେ ବୁଲୁଛି ଖଣ୍ଡା, ଭୁଜାଲି। ଦିନ ହେଉ ଅବା ରାତି ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ କେହି ସୁରକ୍ଷିତ ନାହାନ୍ତି।…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri