ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା

ସାକ୍ଷୀଗୋପାଳ, ୧୫ା୭ (ଡି.ଏନ.ଏ./ସ୍ବ.ପ୍ର.): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ବଜାର ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଛି ଟ୍ରିପଲ ମର୍ଡର। ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୩ ଭାଇଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା ଅଧୀନ ତଥା ପଟ୍ଟନାୟିକିଆ ଛକ ନିକଟ ସଦାନନ୍ଦପୁର ଗ୍ରାମର ଦୁଇଭାଇ ପୂର୍ଣ୍ଣ ବେହେରା(୪୫), କୃଷ୍ଣ ବେହେରା(୪୨) ଓ ସେମାନଙ୍କ ଦାଦା ପୁଅ ଭାଇ ପଞ୍ଚୁଆ ବେହେରା(୪୪)। ଗତବର୍ଷ ପୂର୍ଣ୍ଣ ଓ କୃଷ୍ଣଙ୍କ ଅନ୍ୟ ଜଣେ ଭାଇ ତଥା
ବୀରରାମଚନ୍ଦ୍ରପୁର ସରପଞ୍ଚ ଅଜୟ ବେହେରାଙ୍କ ବୀଭତ୍ସ ମୃତଦେହ ଘର ନିକଟ ରେଳଧାରଣା ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିବାବେଳେ ଏବେ ପୁଣି ପରିବାରର ୩ଜଣଙ୍କୁ ଦିବାଲୋକରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାପଛରେ ରାଜନୈତିକ, ବ୍ୟବସାୟିକ ଶତ୍ରୁତା ଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ପୋଡ଼ାଜଳା କରି ଜାତୀୟ ରାଜପଥ ଅବରୋଧ କରିଥିଲେ।
ରବିବାର ପୁରୀରେ ଦାରୁଦିଅଁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେଉଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କ ସୁଅ ଛୁଟିଥାଏ। ଏଥିପାଇଁ ଘଟଣାସ୍ଥଳ ଅର୍ଥାତ୍‌ ପଟ୍ଟନାୟିକିଆ ଛକ ନିକଟରେ ପୋଲିସର ଏକ ଅସ୍ଥାୟୀ ଚେକ୍‌ ପୋଷ୍ଟ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଅପରାହ୍ନ ପ୍ରାୟ ୪ଟା ସମୟ। ପଟ୍ଟନାୟିକଆ ଛକରେ ହୋଟେଲ କରିଥିବା ପୂର୍ଣ୍ଣ ଘରକୁ ଯିବାବେଳେ ହଠାତ୍‌ ଏକ ଦୋକାନରୁ ୪ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହ ବାହାରି ତାଙ୍କୁ ଆକ୍ରମଣ କରିଥିଲେ। ପୂର୍ଣ୍ଣ ପ୍ରାଣବିକଳରେ ଦୌଡ଼ୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲେ।
ଅସ୍ଥାୟୀ ଚେକ୍‌ ପୋଷ୍ଟରେ ପୋଲିସ କର୍ମଚାରୀମାନେ ଥିଲେ ମଧ୍ୟ ତାହାକୁ ଦୁର୍ବୃତ୍ତମାନେ ଖାତିର କରି ନ ଥିଲେ। ଏହି ସମୟରେ ପୂର୍ଣ୍ଣଙ୍କୁ ବଞ୍ଚାଇବାକୁ ତାଙ୍କ ଦାଦାପୁଅ ଭାଇ ପଞ୍ଚୁଆ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ପୂର୍ଣ୍ଣ ଓ ପଞ୍ଚୁଆ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସେଠାରେ ଟଳି ପଡ଼ିଥିଲେ। ଆକ୍ରମଣ ଖବର ପାଇ କିଛି ସମୟରେ ଘଟଣାସ୍ଥଳରେ ପହଞ୍ଚତ୍ୟାଇଥିଲେ ପୂର୍ଣ୍ଣଙ୍କ ଭାଇ କୃଷ୍ଣ। କିନ୍ତୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନଙ୍କ ଆତଙ୍କରାଜ ଦେଖି ବଜାରର ଦୋକାନଗୁଡ଼ିକ ପ୍ରାୟତଃ ବନ୍ଦ ହୋଇଯାଇଥିଲା। କିନ୍ତୁ କିଛି ସମୟ ପରେ ମୃତକମାନଙ୍କ ଗଁା ଓ ଆଖପାଖ ଅଞ୍ଚଳର ବହୁ ଲୋକ ପଟ୍ଟନାୟିକିଆ ଛକରେ ପହଞ୍ଚତ୍ୟାଇଥିଲେ। ଏହାପରେ କେତେଜଣ ଉତ୍ତ୍ୟକ୍ତ ଲୋକେ ଛକରେ ଦୁଇଟି କ୍ୟାବିନ୍‌ ଦୋକାନକୁ ପୋଡ଼ି ଦେଇଥିବାବେଳେ କେତେକ ଦୋକାନରୁ ସାମଗ୍ରୀ ଫିଙ୍ଗାପୋପଡ଼ା କରିଥିଲେ। ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରିବା ଦାବିରେ ଲୋକମାନେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥର ଦୁଇପାର୍ଶ୍ୱର ବହୁ ଦୂରକୁ ଯାନବାହନ ଅଟକି ରହିଥିଲା। ସତ୍ୟବାଦୀ ଥାନା ପୋଲିସ ରାସ୍ତା ଅବରୋଧକାରୀଙ୍କୁ ହଟାଇବାକୁ ଚେଷ୍ଟା କରି ବିଫଳ ହେବା ସହ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଏପରି କି ନିଅଁା ଲିଭାଇବାକୁ ଯାଉଥିବା ଦମକଳ ଗାଡ଼ିକୁ ମଧ୍ୟ ଲୋକେ ଛାଡ଼ି ନ ଥିଲେ। ପରେ ଏସ୍‌ପି ଉମାକାନ୍ତ ଦାଶ, ଏଏସ୍‌ପି ଗାଗାରିନ ମହାନ୍ତି, ପୁରୀ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡୁ ଓ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନାଧିକାରୀ ତପନ କୁମାର ରାଉତ ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ଫଳରେ ରାତି ୯ଟାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହାର ଘଣ୍ଟାଏ ପରେ ପୋଲିସ ୩ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲା। ରିପୋର୍ଟ ପ୍ରସ୍ତୁତି ଯାଏ ସତ୍ୟବାଦୀ ପୋଲିସ କୌଣସି ମାମଲା ରୁଜୁ କରି ନ ଥିଲା। କେତେଜଣ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଆକ୍ରମଣକାରୀମାନେ ସେହି ଅଞ୍ଚଳର। ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ କରିବା ସହ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri