ପଟ୍ଟନାୟିକିଆ ଛକରେ ୩ ଭାଇଙ୍କୁ ହତ୍ୟା

ସାକ୍ଷୀଗୋପାଳ, ୧୫ା୭ (ଡି.ଏନ.ଏ./ସ୍ବ.ପ୍ର.): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ବଜାର ପଟ୍ଟନାୟିକିଆ ଛକରେ ରବିବାର ଅପରାହ୍ନରେ ଘଟିଛି ଟ୍ରିପଲ ମର୍ଡର। ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୩ ଭାଇଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା ଅଧୀନ ତଥା ପଟ୍ଟନାୟିକିଆ ଛକ ନିକଟ ସଦାନନ୍ଦପୁର ଗ୍ରାମର ଦୁଇଭାଇ ପୂର୍ଣ୍ଣ ବେହେରା(୪୫), କୃଷ୍ଣ ବେହେରା(୪୨) ଓ ସେମାନଙ୍କ ଦାଦା ପୁଅ ଭାଇ ପଞ୍ଚୁଆ ବେହେରା(୪୪)। ଗତବର୍ଷ ପୂର୍ଣ୍ଣ ଓ କୃଷ୍ଣଙ୍କ ଅନ୍ୟ ଜଣେ ଭାଇ ତଥା
ବୀରରାମଚନ୍ଦ୍ରପୁର ସରପଞ୍ଚ ଅଜୟ ବେହେରାଙ୍କ ବୀଭତ୍ସ ମୃତଦେହ ଘର ନିକଟ ରେଳଧାରଣା ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିବାବେଳେ ଏବେ ପୁଣି ପରିବାରର ୩ଜଣଙ୍କୁ ଦିବାଲୋକରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାପଛରେ ରାଜନୈତିକ, ବ୍ୟବସାୟିକ ଶତ୍ରୁତା ଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ପୋଡ଼ାଜଳା କରି ଜାତୀୟ ରାଜପଥ ଅବରୋଧ କରିଥିଲେ।
ରବିବାର ପୁରୀରେ ଦାରୁଦିଅଁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେଉଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କ ସୁଅ ଛୁଟିଥାଏ। ଏଥିପାଇଁ ଘଟଣାସ୍ଥଳ ଅର୍ଥାତ୍‌ ପଟ୍ଟନାୟିକିଆ ଛକ ନିକଟରେ ପୋଲିସର ଏକ ଅସ୍ଥାୟୀ ଚେକ୍‌ ପୋଷ୍ଟ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଅପରାହ୍ନ ପ୍ରାୟ ୪ଟା ସମୟ। ପଟ୍ଟନାୟିକଆ ଛକରେ ହୋଟେଲ କରିଥିବା ପୂର୍ଣ୍ଣ ଘରକୁ ଯିବାବେଳେ ହଠାତ୍‌ ଏକ ଦୋକାନରୁ ୪ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହ ବାହାରି ତାଙ୍କୁ ଆକ୍ରମଣ କରିଥିଲେ। ପୂର୍ଣ୍ଣ ପ୍ରାଣବିକଳରେ ଦୌଡ଼ୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲେ।
ଅସ୍ଥାୟୀ ଚେକ୍‌ ପୋଷ୍ଟରେ ପୋଲିସ କର୍ମଚାରୀମାନେ ଥିଲେ ମଧ୍ୟ ତାହାକୁ ଦୁର୍ବୃତ୍ତମାନେ ଖାତିର କରି ନ ଥିଲେ। ଏହି ସମୟରେ ପୂର୍ଣ୍ଣଙ୍କୁ ବଞ୍ଚାଇବାକୁ ତାଙ୍କ ଦାଦାପୁଅ ଭାଇ ପଞ୍ଚୁଆ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ପୂର୍ଣ୍ଣ ଓ ପଞ୍ଚୁଆ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସେଠାରେ ଟଳି ପଡ଼ିଥିଲେ। ଆକ୍ରମଣ ଖବର ପାଇ କିଛି ସମୟରେ ଘଟଣାସ୍ଥଳରେ ପହଞ୍ଚତ୍ୟାଇଥିଲେ ପୂର୍ଣ୍ଣଙ୍କ ଭାଇ କୃଷ୍ଣ। କିନ୍ତୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନଙ୍କ ଆତଙ୍କରାଜ ଦେଖି ବଜାରର ଦୋକାନଗୁଡ଼ିକ ପ୍ରାୟତଃ ବନ୍ଦ ହୋଇଯାଇଥିଲା। କିନ୍ତୁ କିଛି ସମୟ ପରେ ମୃତକମାନଙ୍କ ଗଁା ଓ ଆଖପାଖ ଅଞ୍ଚଳର ବହୁ ଲୋକ ପଟ୍ଟନାୟିକିଆ ଛକରେ ପହଞ୍ଚତ୍ୟାଇଥିଲେ। ଏହାପରେ କେତେଜଣ ଉତ୍ତ୍ୟକ୍ତ ଲୋକେ ଛକରେ ଦୁଇଟି କ୍ୟାବିନ୍‌ ଦୋକାନକୁ ପୋଡ଼ି ଦେଇଥିବାବେଳେ କେତେକ ଦୋକାନରୁ ସାମଗ୍ରୀ ଫିଙ୍ଗାପୋପଡ଼ା କରିଥିଲେ। ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରିବା ଦାବିରେ ଲୋକମାନେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥର ଦୁଇପାର୍ଶ୍ୱର ବହୁ ଦୂରକୁ ଯାନବାହନ ଅଟକି ରହିଥିଲା। ସତ୍ୟବାଦୀ ଥାନା ପୋଲିସ ରାସ୍ତା ଅବରୋଧକାରୀଙ୍କୁ ହଟାଇବାକୁ ଚେଷ୍ଟା କରି ବିଫଳ ହେବା ସହ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଏପରି କି ନିଅଁା ଲିଭାଇବାକୁ ଯାଉଥିବା ଦମକଳ ଗାଡ଼ିକୁ ମଧ୍ୟ ଲୋକେ ଛାଡ଼ି ନ ଥିଲେ। ପରେ ଏସ୍‌ପି ଉମାକାନ୍ତ ଦାଶ, ଏଏସ୍‌ପି ଗାଗାରିନ ମହାନ୍ତି, ପୁରୀ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡୁ ଓ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନାଧିକାରୀ ତପନ କୁମାର ରାଉତ ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ଫଳରେ ରାତି ୯ଟାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହାର ଘଣ୍ଟାଏ ପରେ ପୋଲିସ ୩ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲା। ରିପୋର୍ଟ ପ୍ରସ୍ତୁତି ଯାଏ ସତ୍ୟବାଦୀ ପୋଲିସ କୌଣସି ମାମଲା ରୁଜୁ କରି ନ ଥିଲା। କେତେଜଣ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଆକ୍ରମଣକାରୀମାନେ ସେହି ଅଞ୍ଚଳର। ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ କରିବା ସହ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri