ପଜିଟିଭ୍‌ ବାହାରିଲେ ସଙ୍ଗରୋଧ ଫେରନ୍ତା: ସ୍ବାବ୍‌ ରିପୋର୍ଟ ନ ଆସୁଣୁ ଘରକୁ ପଳାଇଥିଲେ

ଢେଙ୍କାନାଳ ଅଫିସ, ୨।୬-ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଘରକୁ ପଳାଇଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାକୁ ନେଇ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରାନ୍ତ ଯୁବକ ଜଣକ ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହା ଜଣାପଡ଼ିବା ପରେ ଗଁଦିଆ ଏବଂ ପୋରୁହଖୋଜ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି।
ସମ୍ପୃକ୍ତ ପ୍ରବାସୀ ମେ ୨୦ରେ ବସ୍‌ ଯୋଗେ ହାଇଦ୍ରାବାଦରୁ ଆସିଥିଲେ। ୨୩ ତାରିଖରେ ସେ ଗଁଦିଆସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିଲେ। ୨୯ ତାରିଖରେ ତାଙ୍କର ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିଲା। ସୋମବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ରିପୋର୍ଟ ମିଳିବା ପୂର୍ବରୁ ସେ ନିଜ ସଙ୍ଗରୋଧ କେନ୍ଦ୍ର ବାହାରକୁ ଆସି ପରିବାର ଲୋକଙ୍କ ସହ ମିଳାମିଶା କରିବା ସହ ବୁଲାବୁଲି କରିଥିଲେ। ରିପୋର୍ଟ ଆସିବା ପରେ ତାଙ୍କୁ ତାଳଚେରସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଆକ୍ରାନ୍ତଙ୍କ ସ୍ତ୍ରୀ ଏବଂ ଅନ୍ୟ ସଦସ୍ୟଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଉକ୍ତ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଏବଂ ବଫର୍ସ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଘଟଣା ସମ୍ପର୍କରେ ସରପଞ୍ଚ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅନ୍ୟପଟେ ସଂକ୍ରମଣ ଏଡ଼ାଇବାକୁ ଗଁଦିଆ ସରପଞ୍ଚ ପ୍ରଭାକର ବେହେରା ଏବଂ ପୋରୁହଖୋଜ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ୪୮ ଘଣ୍ଟା ପାଇଁ ପଞ୍ଚାୟତକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ଗଁଦିଆ ବ୍ଲକର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହ ଯାତାୟାତ ପ୍ରଭାବିତ ହୋଇଛି।
ସେହିପରି କାମାକ୍ଷାନଗର ବ୍ଲକ ବାରୁଅଁା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ସୁରଟ୍‌ ଫେରନ୍ତାଙ୍କ ନିକଟରୁ କରୋନା ଭୂତାଣୁ ଠାବ କରାଯାଇଛି। ସେ ୧୯ ତାରିଖରେ ବସ୍‌ରେ ଆସି ୨୨ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ୩୦ ତାରିଖରେ ତାଙ୍କ ସ୍ବାବ୍‌ ପରୀକ୍ଷା ଲାଗି ପଠାଯାଇଥିଲା। ଏହି ଦୁଇଜଣଙ୍କ ପରେ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚତ୍ଛି। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଜିଲାରେ ରାତି ୭ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି କରିଛନ୍ତି। ଏହା ଜୁନ୍‌ ୩୦ ଯାଏ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri