ନୟାଗଡ଼ ଜିଲାର ଭଲ ଗାଁ କଞ୍ଚନବିଲିରେ ୨୧ ଝିଅରେ ୧୬ ପୁଅ

ନୟାଗଡ଼ ଅଫିସ,୨୧।୧-ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ବିଭିନ୍ନ ସମୟରେ ଉଦ୍‌ବେଗ ପ୍ରକାଶ ପାଇଥାଏ। ଜିଲାରେ ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ ଝିଅଙ୍କ ସଂଖ୍ୟା ୮୫୫ ରହିଥିବା ସୂତ୍ରରୁ ଜଣାପଡ଼ିଛି। ଏହିଭଳି ସ୍ଥଳେ ନୟାଗଡ଼ ବ୍ଲକ କ୍ରିଦାଶପୁର ପଞ୍ଚାୟତର କଞ୍ଚନବିଲି ଗ୍ରାମରେ ଏ ଦିଗରେ ସଚେତନତା ଯୋଗୁଁ ଗ୍ରାମରେ ଝିଅଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି।
ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ଗ୍ରାମରେ ୦ ରୁ ୬ବର୍ଷ ଭିତରେ ଝିଅଙ୍କ ସଂଖ୍ୟା ୩୫ ଥିବାବେଳେ ପୁଅଙ୍କ ସଂଖ୍ୟା ୩୪ ରହିଛି । ୩ରୁ ୬ବର୍ଷ ଭିତରେ ପୁଅ ଝିଅଙ୍କ ସଂଖ୍ୟା ହିସାବକୁ ନେଲେ ଝିଅଙ୍କ ସଂଖ୍ୟା ୨୧ ଥିବାବେଳେ ପୁଅଙ୍କ ସଂଖ୍ୟା ୧୬ ରହିଛି । ସେଥିମଧ୍ୟରୁ ୩ରୁ ୬ବର୍ଷ ଭିତରେ ଅଙ୍ଗନୱାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ଝିଅଙ୍କ ସଂଖ୍ୟା ୧୭ ଥିବାବେଳେ ପୁଅଙ୍କ ସଂଖ୍ୟା ୧୦ ରହିଛି, ଯାହାକି ପୂର୍ବରୁ ଏହି ଗ୍ରାମରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ଥିଲା । ଗ୍ରାମରେ ବର୍ତ୍ତମାନ ମୋଟ ଜନସଂଖ୍ୟା ୮୦୨ ଥିବାବେଳେ ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୪୩୦ ଓ ମହିଳାଙ୍କ ସଂଖ୍ୟା ୩୭୨ ରହିଛି ା ତେବେ ଲୋକମାନଙ୍କୁ ସଚେତନ କରିବା ପରେ ଏହି ଗ୍ରାମରେ କନ୍ୟା ସଂଖ୍ୟା ବୃଦ୍ଧି ପାଇଥିବା କଞ୍ଚନବିଲି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ବିଷ୍ଣୁପ୍ରିୟା ପ୍ରଧାନ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲାରେ କନ୍ୟା ସଂଖ୍ୟା ହ୍ରାସନେଇ ଉଦ୍‌ବେଗଜନକ ସ୍ଥିତି ଥିବାବେଳେ ଏପରି ସଚେତନତା ଯୋଗୁଁ କଞ୍ଚନବିଲି ଗ୍ରାମରେ କନ୍ୟାସଂଖ୍ୟା ବୃଦ୍ଧିକୁ ନେଇ ନୂଆ ଆଶା ସଞ୍ଚାର କରିଛି ା ଜିଲାର ଏକ ଭଲ ଗ୍ରାମ ଭାବେ କଞ୍ଚନବିଲି ପରିଚୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri