ନ୍ୟୁୟର୍କରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ନିଜର କ୍ୟାନସରର ଚିକିତ୍ସା କରାଉଛନ୍ତି। ନ୍ୟୁୟର୍କରେ ଥାଇ ମଧ୍ୟ ରିଷି ନିଜ ଜୀବନର ସମସ୍ତ ଅପଡେଟ୍‌ ଟୁଇଟର ଜରିଆରେ ଫ୍ୟାନ୍ସଙ୍କୁ ଦେଇଥାନ୍ତି। ଏହାରି ଭିତରେ ସେ ଏକ ମଜାଳିଆ ଟୁଇଟ କରିଛନ୍ତି। ଏହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ବି ମଜାଳିଆ ରିଟୁଇଟ କରିଥିବା ଦେଖିବାକୁ ମିଳିଛି। ରିଷି କପୁର ନ୍ୟୁୟର୍କର ବ୍ରାଣ୍ଡେଡ ସ୍ନିକରକୁ ଯାଇଥିଲେ। ସେଠାରେ ସେ ଅତି ଦାମିକିଆ ଜୋତାକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହାପରେ ସେ ଟୁଇଟରରେ ଫ୍ୟାନ୍ସମାନଙ୍କୁ ନିଜର ଅନୁଭୂତିକୁ ଶେୟାର କରିଥିଲେ। ପ୍ରଥମ ଟୁଇଟରେ ସେ ଏକ ଜୋତାର ଫଟୋକୁ ଶେୟାର କରି ଲେଖିଛନ୍ତି, ୧୨ହଜାରରୁ ଊର୍ଦ୍ଧ୍ୱ ଷ୍ଟାଇଲ୍‌ ଓ ମଡେଲର ସ୍ନିକର ଦେଖିଲି, ହେଲେ ସେମାନଙ୍କର ଦାମ୍‌ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲି। ଏହାପରେ ଦ୍ୱିତୀୟ ଟୁଇଟରେ ସେ ଲେଖିଛନ୍ତି, ଏହି ସ୍ନିକରକୁ ଦେଖି ଭାବୁଛି, ଜୋତା ସୁନାର ହେଉ କି ରୂପାର ଶେଷରେ ତାକୁ ଗୋଡରେ ହିଁ ପିନ୍ଧାଯାଏ। ତେବେ ରିଷିଙ୍କ ଏହି ଟୁଇଟ ପରେ ଜଣେ ଫ୍ୟାନ୍ସ ରିଟୁଇଟ କରି ଲେଖିଛନ୍ତି ଏହି ସବୁ ଜୋତା ଏଠାରେ ଥିବା ଛକରେ ୫ଶହରୁ ହଜାରେ ଭିତରେ ମିଳୁଛି। ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି , ଏତିକି ତ ମୋର ଦରମା ବି ନାହିଁ। ସୂଚନାମୁତାବକ ରିଷି ନିଜର ଚିକିତ୍ସା ସାରି କିଛି ମାସ ଭିତରେ ଭାରତକୁ ଫେରିବେ। ଏହାରି ଭିତରେ ତାଙ୍କର ଅପ୍‌ କମିଂ ଫିଲ୍ମର ଘୋଷଣା ମଧ୍ୟ ହୋଇଯାଇଛି। ଫିଲ୍ମ ‘ଝୁଠା କହିଁ କା’ରେ ସେ ନଜର ଆସିବେ। ଏହି ଫିଲ୍ମର ଫାଷ୍ଟ ପୋଷ୍ଟର ରିଲିଜ୍‌ ହୋଇଯାଇଥିବା ବେଳେ ଜୁଲାଇ ୧୯ରେ ଫିଲ୍ମ ପରଦାକୁ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri