ନ୍ୟାୟ ପାଉନାହାନ୍ତି ବଳାତ୍କୃତା: ଆଇନକୁ ପାଳୁନାହାନ୍ତି ସରକାର

କଟକ ଅଫିସ, ୧୩ା୬: ବଳାତ୍କାର ଶିକାର ହେଉଥିବା ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ। ଏମାନଙ୍କ ପାଇଁ ଆଇନରେ ସଂଶୋଧନ ଅଣାଯାଇଥିଲା। ପୂର୍ବରୁ ପୀଡ଼ିତାମାନଙ୍କୁ ସିଆର୍‌ପିସିର ୩୫୭ ଧାରା ଅନୁଯାୟୀ କୋର୍ଟଙ୍କ ରାୟ କ୍ରମେ କ୍ଷତିପୂରଣ ରାଶି ମିଳୁଥିଲା। ମାତ୍ର ୨୦୦୯ରେ କେନ୍ଦ୍ର ସରକାର ସିଆର୍‌ପିସିର ୩୫୭ ଧାରା ସହିତ ‘କ’କୁ ଯୋଡ଼ିଥିଲେ। ଏହି ଆଇନକୁ ୨୦୧୬ରେ ସମଗ୍ର ଦେଶରେ ଲାଗୁ କରାଯାଇଥିଲା। ଏହି ଆଇନକୁ ଆଧାର କରି ରାଜ୍ୟ ସରକାର ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନା (ଓଡ଼ିଶା ଭିକ୍ଟିମ କମ୍ପେନ୍‌ସେସନ ସ୍କିମ୍‌)୨୦୧୮ ପ୍ରଣୟନ କରିଥିଲେ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଆଇନ ଅନୁଯାୟୀ ବଳାତ୍କାର ଶିକାର ହୋଇଥିବା ପୀଡ଼ିତାମାନଙ୍କୁ ଘଟଣା ଘଟିବାର ୨ ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ୪ରୁ ୭ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଗଣବଳାତ୍କାର ଶିକାରମାନଙ୍କୁ ୫ରୁ ୧୦ ଲକ୍ଷ ଟଙ୍କା ଏବଂ ବଳାତ୍କାର ଓ ହତ୍ୟା ପାଇଁ ପୀଡ଼ିତା ପରିବାରକୁ ୯ରୁ ୧୭ ଲକ୍ଷ ଟଙ୍କା, ଗଣବଳାତ୍କାର ଓ ହତ୍ୟା ପାଇଁ ୧୦ରୁ ୨୦ ଲକ୍ଷ ଟଙ୍କା ଦେବାର ଆଇନରେ ଉଲ୍ଲେଖ ରହିଛି। କିନ୍ତୁ ଏବେ ଏହି ଆଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ବଳାତ୍କାର ପୀଡ଼ିତାମାନେ ଗୋଟେପଟେ କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହେଉଥିବାବେଳେ ଅନ୍ୟପଟେ ଘଟଣାକୁ ନେଇ ମାନସିକ ସ୍ତରରେ ଦୁର୍ବଳ ହୋଇ ଜୀବନ ହାରିବା ଭଳି ଘଟଣାମାନ ଘଟୁଛି। ଉଦାହରଣ ଭାବେ କୁନ୍ଦୁଲି ଘଟଣାକୁ ଦେଖିଲେ ଏହା ପ୍ରମାଣିତ ହେଉଛି। କାରଣ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ମିଳିଥିଲା। ତାହା ପୁଣି ଓଡ଼ିଶା ମାନବାଧିକାର କମିଶନଙ୍କ ଆଦେଶ ଅନୁଯାୟୀ ମିଳିଥିଲା।
ଗତ ୩ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ବଳାତ୍କାର, ଗଣବଳାତ୍କାର ଓ ବଳାତ୍କାର ପରେ ହତ୍ୟା ଭଳି ଘଟଣା ଘଟିଛି। କିନ୍ତୁ ଏହି ପୀଡ଼ିତା କିମ୍ବା ତାଙ୍କ ପରିବାରବର୍ଗଙ୍କୁ ସରକାର କ୍ଷତିପୂରଣ ରାଶି ଦେବାରେ ସକ୍ଷମ ହୋଇନାହାନ୍ତି। ସରକାରଙ୍କ ଏଭଳି ଅବହେଳାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ ଦାସ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି)ଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ସେ ପିଟିଶନରେ ଦର୍ଶାଇଛନ୍ତି, ନୟାଗଡ଼, ଭୁବନେଶ୍ୱର, କଟକ, କୋରାପୁଟ ଆଦି ଅଞ୍ଚଳରେ ଇତିମଧ୍ୟରେ ୩୦ ପାଖାପାଖି ଘଟଣା ଘଟିଛି। ପ୍ରତ୍ୟେକ ଘଟଣାକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ, ଏଥିପ୍ରତି ସରକାର ଆଦୌ ଯନତ୍ବାନ୍‌ ନାହାନ୍ତି। ଫଳରେ ଜଣେ ପୀଡ଼ିତା ତାଙ୍କ ମୌଳିକ ଅଧିକାରରୁ ବଞ୍ଚତ୍ତ ହୋଇଛନ୍ତି। ଉଦାହରଣ ଦେଇ ଦାସ କହିଛନ୍ତି, ଗତ ଏପ୍ରିଲ ୧୯ରେ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣାରେ ପୋଲିସ ବୀରେନ୍ଦ୍ର ପ୍ରଧାନ(୪୫) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଏକ ମାମଲା(ନଂ.୧୮୪/୧୯) ରୁଜୁ ହୋଇଥିଲା। ମାତ୍ର ଅଦ୍ୟାବଧି ସମ୍ପୃକ୍ତ ପୀଡ଼ିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇନାହିଁ।
ସେହିପରି ଗତ ୭ ତାରିଖରେ ମର୍କତନଗର ଥାନା ଅଞ୍ଚଳରେ ଆଉ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ. ୮୪/୧୯) ରୁଜୁ କରିଥିଲା। ଏଥିସହ ଉକ୍ତ ଘଟଣାରେ ସମ୍ପୃକ୍ତ ରମେଶ ମହାରଣା ନାମକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିନ୍ତୁ ପୀଡ଼ିତାଙ୍କୁ କ୍ଷତିପୂରଣ ରାଶି ମିଳି ନ ଥିବା ଜୟନ୍ତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଏପ୍ରିଲ ୨୭ ତାରିଖରେ ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ପରେ ଜଙ୍ଗଲରେ ପୋଡି ଦିଆଯାଇଥିଲା। ହେଲେ ମୃତା ପୀଡ଼ିତାଙ୍କ ପରିବାରକୁ ଆଇନ ଅନୁଯାୟୀ ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ମିଳିବା କଥା। କିନ୍ତୁ ଅଦ୍ୟାବଧି ଉକ୍ତ ପରିବାରକୁ କ୍ଷତିପୂରଣ ମିଳି ନ ଥିବାରୁ ଜୟନ୍ତ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତାମାନଙ୍କୁ ନ୍ୟାୟଦେବା ସହିତ ମାନସିକ ସ୍ତରରେ ସୁଦୃଢ କରିବା ଓ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଆଇନ ପ୍ରଣୟନ କଲେ। କିନ୍ତୁ ସରକାରୀ କାର୍ଯ୍ୟାଳୟରେ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ଆଇନ ପୀଡ଼ିତା କିମ୍ବା ସେମାନଙ୍କ ପରିବାର ପାଖରେ ପହଞ୍ଚତ୍ ପାରୁ ନ ଥିବା ଜୟନ୍ତ ଅଭିଯୋଗ କରିଛନ୍ତି।
ବଳାତ୍କାର ପୀଡ଼ିତାମାନଙ୍କୁ କ୍ଷତିପୂରଣ ରାଶି ମିଳିବାରେ ବିଳମ୍ବ ହେବା ସମ୍ପର୍କରେ ଆଇନସେବା ପ୍ରାଧିକରଣର ପାରାଲିଗାଲ ଭଲ୍ୟୁଣ୍ଟିୟର ଶର୍ମିଷ୍ଠାରାଣୀ ନନ୍ଦ କୁହନ୍ତି, ପୀଡ଼ିତା କିମ୍ବା ସେମାନଙ୍କ ପରିବାର ଆବେଦନ କରିବାରେ ବିଳମ୍ବ କରୁଛନ୍ତି। ଏପରି କି ଆବଶ୍ୟକ କାଗଜପତ୍ର ମଧ୍ୟ ଦାଖଲ କରିବାରେ ଅନେକ ତ୍ରୁଟି କରୁଛନ୍ତି। ଅନେକ କ୍ଷେତ୍ରରେ ବଳାତ୍କାର ଘଟଣା ପରେ ପୀଡ଼ିତାଙ୍କ ପରିବାର ମାମଲାର ଫଇସଲା ନିଜ ସ୍ତରରେ କରିଦେଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ଆଇନସେବା ପ୍ରାଧିକରଣଙ୍କ ପ୍ୟାନେଲ ଆଡଭୋକେଟ ମାନସ ରଞ୍ଜନ ତ୍ରିପାଠୀ କୁହନ୍ତି, ଅନେକ ସମୟରେ ପୀଡ଼ିତାମାନେ ମତ ବଦଳାଉଛନ୍ତି। ତ୍ରିପାଠୀ ନିଜ ଅନୁଭୂତିରୁ କୁହନ୍ତି, ସେ ପାଖାପାଖି ୫୦ଟି ମାମଲା ପରିଚାଳନା କରିବା ସମୟରେ ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି। ତେଣୁ ପୀଡ଼ିତା ମତ ବଦଳାଇବା ଦ୍ୱାରା ମାମଲାଟି ଦୁର୍ବଳ ହେବା ସହିତ ଆଉ ଏକ ସମସ୍ୟା ସୃଷ୍ଟି କରୁଛି। ମୁଖ୍ୟତଃ ଅଧିକାଂଶ କ୍ଷେତ୍ରରେ ପୀଡ଼ିତାମାନେ ଅଭିଯୁକ୍ତଙ୍କ ସହିତ ଫଇସଲା କରିଦେଉଥିବାରୁ ସମସ୍ୟା ଉପୁଜୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇନରୁ ଫାଇଦା ନେବାକୁ ମଧ୍ୟ କେତେଜଣ ଚେଷ୍ଟା କରୁଥିବା ପୋଲିସ ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri