Posted inଖେଳ

ନ୍ୟାଶନାଲ କ୍ୟାମ୍ପ ପାଇଁ ଭାରତୀୟ ମହିଳା ହକି ଦଳ ପହଞ୍ଚିଲା

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ ହକି କ୍ୱାଲିଫାୟର ପାଇଁ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପ୍ରଶିକ୍ଷଣ ଶିବିର ସୋମବାର ଆରମ୍ଭ ହେବ। ଏଥିରେ ଯୋଗଦେବା ପାଇଁ ଭାରତୀୟ ମହିଳା ହକି ଦଳ ଭୁବନେଶ୍ୱରରେ ପହଞ୍ଚି। ନଭେମ୍ବର ୧ରୁ କ୍ୱାଲିଫାୟର ମ୍ୟାଚ ଖେଳାଯିବ। ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଭାରତ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱର ୧୩ ନମ୍ବର ଦଳ ଆମେରିକାକୁ ଭେଟିବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ତାରକା ଦୀପଗ୍ରେସ୍‌ ଏକ୍କା ଓ ଅନ୍ୟ ଖେଳାଳିମାନେ ଅଧିନାୟିକା ରନୀ ରାମ୍‌ପଲଙ୍କ ସହ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି।
କ୍ୟାରିୟରରେ ୨୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ପ୍ରଥମଥର ପାଇଁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ଯାଉଛି ବୋଲି ଦୀପଗ୍ରେସ କହିଛନ୍ତି। ଘରୋଇ ଦର୍ଶକ ଆମକୁ ଭଲ ଖେଳିବାକୁ ଉତ୍ସାହିତ କରିବେ । ଏଠାରେ ହକି ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥାଏ ବୋଲି ସେ କହିଛନ୍ତି।
ଅନ୍ୟପଟେ ଗତ କେତେମାସ ଧରି ଆମ ଦଳ ବେଶ୍‌ ଭଲ ପ୍ରଦର୍ଶନ କରୁଛି ବୋଲି ରାନୀ କହିଛନ୍ତି। ହିରୋଶିମାରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସରେ ଆମେ ବିଜୟୀ ହୋଇଥିଲୁ। ସେହିପରି ଇଂଲଣ୍ଡ ଗସ୍ତରେ ଆମେ ପ୍ରଥମ ମ୍ୟାଚ୍‌ରେ ଗ୍ରେଟ ବ୍ରିଟେନକୁ ୨-୧ ଗୋଲରେ ହରାଇଥିଲୁ ଓ ଅନ୍ୟ ୩ଟି ମ୍ୟାଚ୍‌ ଡ୍ର ରଖିଥିଲୁ। ତେବେ ଘରୋଇ ଦଳଠାରୁ ଗୋଟିଏ ମ୍ୟାଚ୍‌ରେ ପରାଜୟ ବରଣ କରିଥିଲୁ। ତେବେ ଏହି ଗସ୍ତରେ ଆମେ ଭଲ ଅଭିଜ୍ଞତା ହାସଲ କରିଥିଲୁ ବୋଲି ଅଧିନାୟିକା ରାନୀ କହିଛନ୍ତି। ଶେଷଥର ପାଇଁ ଭାରତ ୨୦୧୯ ମହିଳା ବିଶ୍ୱକପ୍‌ରେ ଆମେରିକାକୁ ଭେଟିଥିଲା। ଏହା ୧-୧ରେ ଡ୍ର ରହିଥିଲା ଓ ଭାରତ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ତେବେ ଇତିମଧ୍ୟରେ ପାଖାପାଖି ଗୋଟିଏ ବର୍ଷ ବିତିଗଲାଣି ଓ ବହୁତ କିଛି ପରିବର୍ତ୍ତନ ମଧ୍ୟ ଆସିଛି। ଅଲିମ୍ପିକ ଯୋଗ୍ୟତା ପାଇଁ ଏହି କ୍ୱାଲିଫାୟର ଆମ ଲାଗି ଅନ୍ତିମ ସୁଯୋଗ ସୃଷ୍ଟି କରିଛି। ଆମେରିକାକୁ ହରାଇବାକୁ ଆମେ ଯଥାସମ୍ଭବ ପ୍ରୟାସ କରିବୁ ବୋଲି ରାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri