ନୌବାଣିଜ୍ୟ ସ୍ମୃତିରେ ବିଭୋର ଚାନ୍ଦବାଲିି, ଧାମରା

ଚାନ୍ଦବାଲି/ଆରଡିି,୧୩ା୧୧(ଡି.ଏନ.ଏ.)-ସୁଦୂର ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ମଙ୍ଗଳବାର ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବା ଯୋଗୁ ପରିବେଶ ଉତ୍ସବମୁଖର ହୋଇଉଠିଛି। ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲି ସମେତ ଧାମରାରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବର ଆକର୍ଷଣ ନିଆରା। ଚାନ୍ଦବାଲିର ‘ଆମ ପରମ୍ପରା’ ସଙ୍ଗଠନ ପକ୍ଷରୁ ୭ ଜଣ ସାଧବ ଶନିବାର ସକାଳେ ନିଜର ପ୍ରତୀକ ବ୍ୟବସାୟିକ ସାମଗ୍ରୀ ନେଇ ବୋଇତରେ ଚାନ୍ଦବାଲିରୁ ଧାମରାକୁ ପ୍ରାୟ ୨୫ କି.ମି. ଜଳଯାତ୍ରା କରିଥିଲେ। ସାଧବପୁଅ ବେଶରେ ସେମାନେ ସଜ୍ଜିତ ହେବା ଏବଂ ପାରମ୍ପରିକ ରୀତିରେ ସେମାନଙ୍କୁ ବନ୍ଦାପନା କରାଯିବା ଭାବପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା। ସେମାନେ ଧାମରାରେ ପହଞ୍ଚିବା ପରେ ‘ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି’ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା।
ବୋଇତ ବନ୍ଦାଣ ଉପଲକ୍ଷେ ସ୍ଥାନୀୟ ଗଙ୍ଗାମାତା ପଡିଆରେ ବଳଭଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏଥିରେ ଯୋଗଦେଇ ଧାମରାରେ ବନ୍ଦର ଭିତ୍ତିକ ଶିଳ୍ପ ଗଢି ଉଠିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ସଂଗ୍ରାମ ଆଚାର୍ଯ୍ୟ, ବିଧାୟକ ବ୍ୟୋମକେଶ ରାୟ, ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ବିଦ୍ୟୁତ୍‌ ଲତା ନାୟକ, ଜଗନ୍ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ଚାରଣ କରିଥିଲେ ା
ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ପ୍ରଭାବରେ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମା’ ଧାମରାଈ ଆଞ୍ଚଳିକ ବୋଇତ ବନ୍ଦାଣ କମିଟି ଚଳିତ ବର୍ଷ ପାଇଁ ଧାମରାରେ ପାଳିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବକୁ ସ୍ଥଗିତ ରଖିଛି ା ତେବେ ମା’ ଧାମରାଈ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ଧାମରାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥିଲା। ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ଏହି ଉତ୍ସବରେ ଏମପି ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ଉଦ୍ୟୋଗୀକରଣ ହେବା ଆବଶ୍ୟକ ବୋଲି କହିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ରାଜସ୍ବମନ୍ତ୍ରୀ ମନମୋହନ ସାମଲ, ବିଧାୟକ ବିଷ୍ଣୁ ସେଠୀ, ବଦ୍ରି ନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ପ୍ରତାପ ଧଳ, କାହ୍ନୁ ବେହେରା, ପ୍ରମୋଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା ‘ଚାନ୍ଦବାଲି ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ନିିକଟସ୍ଥ ବୈତରଣୀ ନଦୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ସକାଳେ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ଶାନ୍ତନୁ ମହାନ୍ତିି,ସାହିତି୍ୟକ ପ୍ରଫୁଲ୍ଲ ଦାସ,ଏସ୍‌ଏନ୍‌ କଲେଜର ଅଧ୍ୟକ୍ଷ ପ୍ରଫେସର ବୈକୁଣ୍ଠ ନାଥ ପରିଡା, କବି କମଳାକାନ୍ତ ମହାନ୍ତିି, ଚିନ୍ତାମଣି ମହାରଣା, ଅମୂଲ୍ୟ ରାଉତ, ଶିଶିର ଦାସ, ଦୀପ୍ତିମୟୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲି ଏକଦା ଉତ୍କଳର ପ୍ରବେଶ ପଥ ଭାବେ ପରିଚିତ ଥିଲା। ଏଠାରୁ ଜଳପଥ ଦେଇ ଓଡ଼ିଆ ସାଧବ ପୁଅ ଜାଭାସୁମାତ୍ରା ଆଦି ଅଞ୍ଚଳକୁ ଯାଇ ବେପାର ବଣିଜ କରି ଓଡ଼ିଆ ଜାତିର କଳା ସଂସ୍କୃତିର ପ୍ରଚାର କରିବା ସହ ଏମାଟିକୁ ବିତ୍ତଶାଳୀ କରିଥିଲେ। ପରେ ବିଦେଶୀ ଇଂରେଜ ବଣିକ ଏହି ପ୍ରାଚୀନ ବନ୍ଦରକୁ ବିକଶିତ କରିଥିଲେ। ଦୀର୍ଘଦିନ ଧରି ବନ୍ଦର ବନ୍ଦ ହୋଇଯାଇଥିଲେ ବି ଅତୀତର ସ୍ମୃତିକୁ ନେଇ ଆୟୋଜିତ ହେଉଥିବା ଉତ୍ସବ ଅଞ୍ଚଳବାସୀଙ୍କ ଲାଗି ଭିନ୍ନ ଆକର୍ଷଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri