ନୋ-ଏଣ୍ଟ୍ରି ଜୋନ୍‌ରେ ଅବାଧ ପ୍ରବେଶ:ଭାରିଯାନକୁ ଅଟକ ରଖିଲେ ଲୋକେ

ବଡବିଲ, ୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଦେଇ ଭାରିଯାନ ଚଳାଚଳ ଉପରେ ସକାଳ ୬ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରଶାସନ ଅଙ୍କୁଶ ଲଗାଇଥିଲେ ହେଁ ସରକାରୀ କାର୍ଯ୍ୟ ଆଳରେ ଏହି ନୋ-ଏଣ୍ଟ୍ରି ଜୋନରେ ଭାରିଯାନ ଅବାଧରେ ପ୍ରବେଶ କରୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ପ୍ରଶାସନ ସହ ଅଞ୍ଚଳବାସୀଙ୍କ ଆଲୋଚନା ପରେ ଜିଲା ପ୍ରଶାସନ ଏହି କଟକଣା ଜାରି କରିଥିଲା। ପ୍ରଶାସନିକ ହୁଗୁଳା ବ୍ୟବସ୍ଥା ଯୋଗୁଁ ଏହି ଆଦେଶ ଠିିକ୍‌ ଭାବେ କାର୍ଯ୍ୟକାରୀ ହେଉନ ଥିବାରୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଅଧିକାଂଶ ସମସୟରେ ଭାରିଯାନ ଦ୍ୱାରା କବଳିତ ହୋଇ ରହୁଛି। ବଡବିଲରୁ ବିଲେଇପଦା ପର୍ଯ୍ୟନ୍ତ ୧୮ କ.ମି. ରାସ୍ତା ଅତିକ୍ରମ କରିବାକୁ ସାଧାରଣ ଲୋକେ ବହୁ ହଇରାଣ ହେଉଛନ୍ତି। ଘଟଣ୍ଟା ଘଣ୍ଟା ପରି ଟ୍ରାଫିକ୍‌ ଜାମ ହେଉଥିବାରୁ ବସ୍‌ ସମେତ ଘରୋଇ ଯାନବାହନ ଏଥିରେ ଫଶିରହୁଥିବାରୁ ଲୋକେ ଯାତ୍ରା କରି ନ ପାରି ହଇରାଣ ହେଉଛନ୍ତ୍‌ି। ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନର ବାଟ ପ୍ରଶାସନ ବାହାର କରି ପାରୁ ନାହିଁ ା ଟ୍ରାଫିକ ସମସ୍ୟା ସୁଧାରିବାକୁ ଅଞ୍ଚଳରେ ଖଣି ଓ କାରଖାନା କର୍ତ୍ତୃପକ୍ଷ କେତେକ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ କରିଥିଲେ ମଧ୍ୟ ବଡବିଲ ସହରର ୪ଟି ମୁଖ୍ୟ ଛକ ଭଦ୍ରାସାହି, ଗୋପବନ୍ଧୁ, ଡାକବଙ୍ଗଳା ଓ ଲେବୁଲକ୍ରସିଂ ଛକର ସ୍ଥତି ସୁଧୁରୁ ନାହିଁ ା ପ୍ରଶାସନର ନିଷେଧାଦେଶ ସତ୍ତ୍ୱେ ବହୁ ଭାରି ଯାନ ସହରାଞ୍ଚଳ ଦେଇ ଯାତାୟାତ କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା କରୁଛନ୍ତି।
ଶୁକ୍ରବାର ସକାଳ ୬ଟା ସମୟରେ ବଡବିଲ ପୌରକାର୍ଯ୍ୟାଳୟ ନିକଟ ଦେଇ ଯାଉଥିବା ଏକ ଚିପ୍ସ ବୋଝେଇ ଭାରିଯାନକୁ ଲେଶକେ ଅଟକାଇ ପ୍ରତିବାଦ ଜଣାଇଛନ୍ତି। ବଡବିଲ ପୌରକାର୍ଯ୍ୟାଳୟ ନିକଟରେ ଥିବା ଶିକ୍ଷାନୁଷ୍ଠାନରେ ସର୍ବାଧିକ ଛାତ୍ରୀଛାତ୍ର ଅଅଧ୍‌ୟୟନ କରୁଛନ୍ତି। ସେମାନେ ଯାତାୟତ କରିବା ସମୟରେ ଟ୍ରାଫିକ ଜାମରେ ଫଶି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଲେଶକେ ଅଟକ ରଖିଥିବା ଭାରିଯାନ ସମ୍ମୁଖ କାଚରେ ‘ପିଡବ୍ଲୁଡି ୱର୍କ, ଭଦ୍ରାସାହି-ଟୁ-ବଡବିଲ, ନଟ-ଟୁ ବି ଡିଟେଣ୍ଡ’ ଲେଖା ରହିଥିବା ଦେଖିବାକୁ ମିଳିଥିଲା। ସ୍କୁଲ ସମୟରେ ବ୍ୟସ୍ତବହୁଳ ରାସ୍ତା ଦେଇ ଛାତ୍ରୀଛାତ୍ର ଯାତାୟାତ କରିବାକୁ ଅଭିଭାବକମାନେ ବିରୋଧ କରି ଆସୁଥିବା ବେଳେ ସରକାରୀ ବିଭାଗ ନାମରେ କୌଣସି ପରିହନ ସାମଗ୍ରୀ ନ ନେଇ ଭାରି ଯାନ ଚଳାଚଳ କରିବା ଚର୍ଚ୍ଚାକୁ ଆସିଛି। ସେଠାରେ ଉପସ୍ଥିତ ଥିବା ସଂପୃକ୍ତ ଭାରିଯାନ ମାଲିକ ନିଜ ତ୍ରୁଟି ସ୍ବୀକାର କରବା ପରେ ଏହାକୁ ଅଟକ ରଖିଥିବା ଅଭିଭାବକଲେଖା ଖୋଲିଦେବାକୁ ଗାଡିର ଚାଳକଙ୍କୁ କହିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ନୋ-ଏଣ୍ଟ୍ରି ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ଅଞ୍ଚଳବାସୀ ଦାଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri