ନେଳିଆବାଗ୍‌ର ୫ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୪ ମହିଳା, ଜଣେ ପୁରୁଷ; ପ୍ରକାଶ ପାଇଥିଲା ଲକ୍ଷଣ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ବିଷୟରେ ମଙ୍ଗଳବାର ସୂଚନା କରାଯାଇଛି। ୧୦୪,୧୦୫,୧୦୬,୧୦୭,୧୦୮ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦିଆଯାଇଛି।

୧୦୪ ନଂ ଆକ୍ରାନ୍ତ ବାଲେଶ୍ୱର ନେଳିଆବାଗ୍‌ର ୨୨ ବର୍ଷୀୟ ମହିଳା। ସେ ୬୧ନଂ ଆକ୍ରାନ୍ତଙ୍କ ପଡ଼ୋଶୀ। ୨୨ମାର୍ଚ୍ଚରୁ ୧୮ ଏପ୍ରିଲ(ଲକ୍‌ଡାଉନ୍‌ ସମୟରେ) ସେ ଘରେ ଥିଲେ। ପରେ ଉକ୍ତ ଅଞ୍ଚଳରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ସେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ରହିଥିଲେ। ପରେ ତାଙ୍କର ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ଏପ୍ରିଲ ୨୬ ତାରିଖରେ ତାହା ପଜିଟିଭ୍‌ ଆସିଛି। ଏହାପରେ ତାଙ୍କୁ ୨୭ ଏପ୍ରିଲରେ ଚିକିତ୍ସା ପାଇଁ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୧୦୫ନଂ କରୋନା ଆକ୍ରାନ୍ତ ୬୧ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ସେ ୫୫ ବର୍ଷୀୟ ମହିଳା। ଲକ୍‌ଡାଉନ୍‌ ପରଠାରୁ ସେ ଘରେ ଥିଲେ। ଏପରିକି କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା ହେବା ପରେ ମଧ୍ୟ ସେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ଘରେ ରହିଥିଲେ। ପରେ ତାଙ୍କ ନିକଟରେ ଲକ୍ଷଶ ପ୍ରକାଶ ପାଇଥିଲା। ଏଣୁ ୨୬ ତାରିଖରେ ନମୂନା ସଂଗ୍ରହ କରାଯାଇଥିଲା। ୨୭ ତାରିଖରେ ତାହା ପଜିଟିଭ୍‌ ଆସିଛି।

ସେହିଭଳି ୧୦୬ନଂ ଏବଂ ୧୦୭ନଂ ଆକ୍ରାନ୍ତ ଯଥାକ୍ରମେ ୨୩ ବର୍ଷୀୟ ମହିଳା ଏବଂ ୨୭ ବର୍ଷୀୟ ପୁରୁଷ। ସେମାନେ ମଧ୍ୟ ନେଳିଆବାଗ୍‌ର। ୬୧ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ଉପରୋକ୍ତ ୨ ଜଣଙ୍କ ଭଳି ସେମାନେ ମଧ୍ୟ ଲକ୍‌ଡାଉନ୍‌ ସମୟରୁ ଘରେ ରହିଥିଲେ। ଏପରିକି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା ହେବା ପରେ ମଧ୍ୟ ସେ ଘରେ ରହିଥିଲେ। ପରେ ସେମାନଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କ ନମୂନା ସଂଗ୍ରହ କରାଯାଇଥିଲା। ୨୬ରେ ତାହା ପଜିଟିଭ୍‌ ଆସିବା ପରେ ସୋମବାର ସେମାନଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅପରପକ୍ଷେ ୧୦୮ନଂ କରୋନା ପଜିଟିଭ୍‌ ୨୯ ବର୍ଷୀୟ ମହିଳା। ସେ ପୂର୍ବରୁ ଚିହ୍ନଟ ୭୯ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ସମସ୍ତଙ୍କ ଭଳି ସେ ମଧ୍ୟ ଲକ୍‌ଡାଉନ୍‌ ପରଠାରୁ ଘରେ ରହି ଆସୁଥିଲେ। ୨୬ ତାରିଖରେ ତାଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଏହା ପଜିଟିଭ୍‌ ଆସିବା ପରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…

ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri