ନେତ୍ରୋତ୍ସବରେ ରଥରେ ଲାଗି ହେବ ସୋଲଫୁଲ

ଖୋର୍ଦ୍ଧା ଅଫିସ,୨୯ା୬: ପାଖେଇ ଆସିଲାଣି ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା। ପୁରୀ ବଡଦାଣ୍ଡରେ ରଥଖଳା ଚଳଚଞ୍ଚଳ। ନେତ୍ରୋତ୍ସବରେ ଠାକୁରଙ୍କ ରଥରେ ଲାଗି ହେବ ସୋଲଫୁଲ। ସେଥିପାଇଁ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିର ବୀରକିଶୋରଙ୍କ ପରିବାର ସୋଲଫୁଲ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଘୋଷଯାତ୍ରାର ତିନି ରଥକୁ ସୋଲଫୁଲ ଯୋଗାଇବା ଓ ସଜାଇବାର ସେବା ପାଇ ନିଜକୁ ଏହି ପରିବାର ଭାଗ୍ୟବାନ ମଣିଛନ୍ତି, ଯାହାକି ସମ୍ପୃକ୍ତ ପରିବାରକୁ ସେବକ ହିସାବରେ ଆନନ୍ଦ ଦେଇ ଆସୁଛି। ଚଳିତବର୍ଷ ରଥରେ ଲାଗି ହେବା ପାଇଁ ସୋଲଫୁଲର ପ୍ରସ୍ତୁତି ଗତ ୪ ଦିନ ହେଲା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର ବାପ ଜେଜେବାପ ଅମଳରୁ ଖୋର୍ଦ୍ଧା ଗୁରୁଜଙ୍ଗର ଧବଳେଶ୍ୱର ଠାକୁରଙ୍କୁ ସୋଲରେ ନିର୍ମିତ ଫୁଲ ଯୋଗାଇ ଆସୁଛନ୍ତି। ଧବଳେଶ୍ୱରଙ୍କ ପରି ପୁରୀର ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୋଲଫୁଲ ଲାଗି ନିମନ୍ତେ ସମ୍ପୃକ୍ତ ପରିବାରର ଅଭିଳାଷ ଥିଲା। ରାଜକିଶୋର ୧୯୯୯ରେ ସପରିବାର ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ଯାଇଥିଲେ। ଜଗନ୍ନାଥଙ୍କ ସେବା ଲାଗି ରଥ ସଜାଇବା ଉଦ୍ଦେଶ୍ୟରେ ସୋଲଫୁଲ ଲାଗି କରିବାକୁ ତାଙ୍କର ମନ ସେ ସମୟରେ ହୋଇଥିଲା। ତିନି ରଥ ଲାଗି ସୋଲରେ ପ୍ରସ୍ତୁତି ଫୁଲ ଯୋଗାଇବାକୁ ନାୟକ ପରିବାର ଭାବନା କରିଥିଲେ। ଏ ଉଦ୍ଦେଶ୍ୟରେ ଅନୁମତି ପାଇ ୨୦୦୦ରେ ଦୌଡିଥିଲେ ମନ୍ଦିର ପ୍ରଶାସନ ନିକଟକୁ। ଭକତ ଭାବରେ ବନ୍ଧା ଜଗନ୍ନାଥ ରାଜକିଶୋରଙ୍କ ଗୁହାରି ଶୁଣିଥିଲେ। ରାଜକିଶୋରଙ୍କୁ ତିନି ରଥରେ ସୋଲଫୁଲ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ୨୦୦୩ରେ ଅନୁମତି ମିଳିଥିଲା। ୨୦୧୨ ବର୍ଷକୁ ଛାଡି ଦେଲେ ସବୁବର୍ଷ ରାଜକିଶୋରଙ୍କ ପରିବାର ସୋଲରେ ପ୍ରସ୍ତୁତ ସେବତୀ ଓ କଦମ୍ବ ଫୁଲ ରଥ ପାଇଁ ଯୋଗାଇ ଆସୁଛନ୍ତି।
ପ୍ରତିବର୍ଷ ନଭେମ୍ବର ଓ ଡିସେମ୍ବରରେ ଅସ୍ତରଙ୍ଗ, କଣାସ, ବାଙ୍କୀ, ନିମାପଡା, କାକଟପୁର ଅଞ୍ଚଳକୁ ଯାଇ ରାଜକିଶୋର ଓ ତାଙ୍କ ଭାଇ ବୀରକିଶୋର ସୋଲ ସଂଗ୍ରହ କରନ୍ତି। ଅକ୍ଷୟ ତୃତୀୟା ତିଥିରେ ଅସ୍ତ୍ର(ଛୁରି) ପୂଜା କରି ଆରମ୍ଭ କରିଛନ୍ତି ଫୁଲ ପ୍ରସ୍ତୁତି। ସମ୍ପୂର୍ଣ୍ଣ ପରିବାର ସାତ୍ତ୍ବିକ ଆହାର କରି ମାସ ମାସ ବ୍ୟାପୀ ଫୁଲ ତିଆରିରେ ନିମଗ୍ନ ରୁହନ୍ତି। ସେମାନେ ପ୍ରଥମେ ସୋଲର ଉପର ବକଳକୁ ବାହାର କରନ୍ତି। ପରେ ସେଥିରୁ କତରା(ପତଳା ପଟି) ବାହାର କରିଥାନ୍ତି। କତରାଗୁଡିକୁ ଗୋଟିଏ ପରେ ଗୋଟିଏ ବିଡା ପ୍ରସ୍ତୁତ କରି ଫୁଲ କାଟନ୍ତି। ସୋଲରେ ପ୍ରସ୍ତୁତ ହେଉଥିବା ଫୁଲଗୁଡିକରେ ରଙ୍ଗ ବ୍ୟବହାର କରନ୍ତି ନାହିଁ। ଫୁଲଗୁଡିକୁ ଅଧିକ ଆକର୍ଷଣୀୟ କରିବା ଲାଗି ଜାମ୍ବୋରୀ, ଚୁମୁକି ଓ ମିନା ଲଗାଇଥାନ୍ତି। ନନ୍ଦିଘୋଷ ରଥ ଲାଗି ପ୍ରସ୍ତୁତ ଫୁଲରେ ନାଲି ରଙ୍ଗର ଚୁମ୍‌କି, ତାଳ ଧ୍ୱଜ ରଥ ଫୁଲରେ ନୀଳ ଓ ଦର୍ପ ଦଳନ ରଥ ଫୁଲରେ ହଳଦିଆ ଚୁମ୍‌କି ଲଗାଇଥାନ୍ତି। ଗୁଣ୍ଡିଚା ପୂର୍ବଦିନ ଜଗନ୍ନାଥଙ୍କୁ ଭେଟି ଦେବା ଲାଗି ଦୁଇଭାଇ ଫୁଲଗୁଡିକୁ ନେଇ ପୁରୀ ଯାଇଥାନ୍ତି। ମନ୍ଦିର ପ୍ରଶାସନର ଅନୁମତିକ୍ରମେ ରଥର ସବୁ କାମ ସରିବା ପରେ ଦୁଇଭାଇ ତିନି ରଥରେ ଫୁଲଗୁଡିକୁ ଖଞ୍ଜିଥାନ୍ତି। କାମ ସରିବା ପରେ ରାତିରେ ସମୁଦ୍ର କୂଳରେ ବିଶ୍ରାମ ନେଇ ଗୁଣ୍ଡିଚାରେ ରଥାରୂଢ ଠାକୁରଙ୍କୁ ଦର୍ଶନ କରି ଦୁଇଭାଇ ଗଁାକୁ ଫେରନ୍ତି। ସରକାରୀ ଭାବେ ତାଙ୍କ ପରିବାର ୨୦୦୩ରୁ ସୋଲଫୁଲ ଯୋଗାଇ ଆସୁଛନ୍ତି। ହେଲେ ବେସରକାରୀ ଭାବେ ୨୦୦୦ ମସିହାରୁ ସୋଲର ଫୁଲ ୩ ବର୍ଷ ଯୋଗାଇଥିଲେ। ୩ ରଥ ଲାଗି ୬ ଶହ ଫୁଲର ଆବଶ୍ୟକତା ରହିଥିବା ବେଳେ ସୋଲ ମିଳୁ ନ ଥିବାରୁ ୧୫୦ ଫୁଲ କରାଯାଇପାରୁଛି। ପ୍ରତିବର୍ଷ ଏହି ପରିବାର ୩୦ରୁ ୪୦ ହଜାର ଟଙ୍କାର ସୋଲଫୁଲ ପ୍ରସ୍ତୁତିରେ ଖର୍ଚ୍ଚ କରୁଥିବା ରାଜକିଶୋର କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri