ନୂଆଁଖାଇ ପାଇଁ ଗାଁଠୁ ସହର ସବୁଆଡେ ପର୍ବର ମାହୋଲ

ଜୁନାଗଡ,୨।୯(ଡି.ଏନ.ଏ.)
ମଙ୍ଗଳବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଗତ କିଛିଦିନ ହେଲା ଗ୍ରାମରୁ ସହର ସବୁଆଡେ ପର୍ବର ମାହୋଲ ଦେଖିବାକୁ ମିଳିଛି । ହାଟ, ବାଟ, ମନ୍ଦିର, ପୋଖରୀତୁଠ, ଘରଦ୍ୱାର ସବୁ ଆଡେ ନୂଆଁଖାଇର ଝଲକ । ଇତିମଧ୍ୟରେ ଗୃହିଣୀମାନେ ଘରର ସମସ୍ତ ଜିିନିଷ ଟେକାରଖା, ସଫାସୁତୁରା କରିସାରି ନୂଆଖାଇ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଗୃହ କର୍ତ୍ତାମାନେ ବଜାର ସଉଦା ସବୁ କିଣିସାରିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଅଞ୍ଚଳର ଲୋକେ ଏଥର ଆନନ୍ଦ ଓ ଉତ୍ସାହର ସହ ନୂଆଁଖାଇ ପର୍ବ ପାଳନ ପ୍ରସ୍ତୁତିରେ ଲାଗିପଡିଛନ୍ତି। ବାରମ୍ବାର ଲଘୁଚାପଜନିତ ଲଗାଣ ବର୍ଷା ଓ ହାତୀ ନଦୀ ବଢି ଯୋଗୁ ଚଳିତବର୍ଷ ଧାନଚାଷ ବିଳମ୍ବ ହୋଇଛି। ଫଳରେ ଜୁନାଗଡ ବ୍ଲକ ଅଞ୍ଚଳରେ ନୂଆଁଖାଇ ପାଇଁ ସବୁଠି ନୂଆଧାନ ମିଳୁନାହିଁ । କେବଳ ପାହାଡିଆ ଅଞ୍ଚଳରେ ନୂଅଁାଧାନ ମିଳୁଛି। ଫଳରେ ନବାନ୍ନ ଭୋଗ ଲଗାଇବା ସକାଶେ ଲୋକେ ବିଭିନ୍ନ ହାଟ ବଜାରକୁ ଯାଇ ନୂଆଁଧାନ କିଣିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ଲେଖାଏଁ ଧାନ କେଣ୍ଡା ବିଭିନ୍ନ ହାଟରେ ୧୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । କେବଳ ସେତିକି ନୂହେଁ ନବାନ୍ନ ଭୋଗ ଲାଗି ସରଗି, କଦଳୀ, କୁରେଇ, ସାରୁ, ଭଲିଆ, ମହୁଲ, ପଣସ, ଶିଆଲ ଆଦିପତ୍ର ବିଡା ଗତଥର ୫ଟଙ୍କା ଥିବା ବେଳେ ଏଥର ୧୦ ଟଙ୍କାରେ ବିକ୍ରି ହେଉଛି । ହାଟରେ ଯେଉଁ ନୂଆହାଣ୍ଡି ଆଗରେ ୧୦ ଟଙ୍କାରେ ମିଳୁଥିଲା ଏଥର ତାହା ୨୦ ଟଙ୍କାରେ ବିକ୍ରି ହେଉଛି । ରବିବାର ଜୁନାଗଡ ସାପ୍ତାହିକ ହାଟରେ ନୂଆଁଖାଇ ସକାଶେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ନବାନ୍ନ ଭକ୍ଷଣ ପାଇଁ ନୂଆଁ ଦନା, ନୂଆମାଟି ହାଣ୍ଡି, ନୂଆଧାନ ବିକ୍ରେତାଙ୍କ ପାଖରେ ଅଧିକ ଭିଡ ରହିଥିଲା । ଚାଷୀ ଅମଳ କରିଥିବା ନୂଅଁାଧାନକୁ ନୂଅଁାଖାଇରେ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ପରେ ନିଜେ ନୂଆଁ ଅର୍ଣ୍ଣ ଗ୍ରହଣ କରିଥାନ୍ତି। ଏପରିକି ଆକାଶଛୁଆଁ ଦର ସତ୍ତ୍ୱେ ବି ଲୋକେ ପରମ୍ପରାର ରକ୍ଷା ଲାଗି ବାଧ୍ୟ ହୋଇ ଚଢାଦର ଦେଇ ବିଭିନ୍ନ ଜିନିଷ କିଣୁଛନ୍ତି । ଏ ସବୁକୁ ଖାତିର ନ କରି ଏହି ଅଞ୍ଚଳର ଲୋକେ ନୂଆଁଖାଇ ପାଇଁ ପ୍ରସ୍ତୁତି କରିସାରିଛନ୍ତି । ଏପଟେ ଜିଲା ତଥା ରାଜ୍ୟ ବାହାରେ ରହୁଥିବା ଲୋକମାନେ ମଧ୍ୟ ଖୁସିରେ ପରିବାର ସହ ନୂଆଁଖାଇ ପାଳନ କରିବା ପାଇଁ ଘରକୁ ଆସୁଥିବା ଦେଖିବାକୁ ମିଳୁଛି। ଯେତେ ଅଭାବ ଅସୁବିଧା ଥିଲେ ବି ଧାର ଉଧାର କରି ଏହି ବର୍ଷର ନୂଆଖାଇଁ ପର୍ବର ଆନନ୍ଦର ସହ ପାଳନ କରିବୁ ବୋଲି ଅଞ୍ଚଳବାସୀ କହୁଛନ୍ତି। ସାମାଜିକ ଭାଇଚାରା, ଜୁହାର ଭେଟ୍‌ ପରମ୍ପରାର ଏହି ନୂଆଁଖାଇ ପର୍ବ ଅଞ୍ଚଳବାସୀଙ୍କ ପାଇଁ ପାଳିବା ଚଳିତବର୍ଷ ପାଇଁ କଷ୍ଠସାଧ୍ୟ ହେଉଥିଲେ ମଧ୍ୟ ଆଗ୍ରହ କମି ନ ଥିବା ପରିଲକ୍ଷିତ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବରେ ଅନ୍‌ଲୋଡିଂ ହେଉଥିଲା ଶହଶହ ଜିଞ୍ଜର ବୋତଲ, ମାଡ଼ିବସିଲା ଅବକାରୀ ବିଭାଗ

ବାଲେଶ୍ୱର,୨୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍‌ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସୋର ଥାନା ଅନ୍ତର୍ଗତ ଦୟାନିଧିପୁର ନିକଟ ଖେଳପଡ଼ିଆରେ ବେଆଇନ ଭାବେ ଏକ…

ଦନ୍ତା ଦଳିଦେବା ପରେ ପରିବାର ଲୋକେ କଲେ ଏମିତି କାମ, ଅମର ରହିଗଲେ ଊର୍ମିଳା

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଊର୍ମିଳା ରାଉତ(୫୧) ରବିବାର ସକାଳେ ଦନ୍ତା ହାତୀ…

ବାଇକ୍‌ରେ ଯାଉଥିଲେ ଯୁବକ, ଚାପିଦେଲା ଅଜଣା ଗାଡ଼ି

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ, ମନ୍ କି ବାତ୍‌ରେ ଚାଷଶୈଳୀର…

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୧ ତମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହି ସମୟରେ ସେ ଓଡ଼ିଶାର ଯୁବ…

ନିଟିବାଡି ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁଁହି, ଟଳିଲେ ୨…

ଫୁଲବାଣୀ, ୨୨।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ…

ରାଜଧାନୀରେ ବଢ଼ୁଛି ନିଶା କାରବାର

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଟ୍ବିନ୍‌ ସିଟିରେ ଛାଇଗଲେଣି ନିଶା ବେପାରୀ। ପ୍ରତିବର୍ଷ ଗିରଫ ହେଉଥିବା ନିଶା ବ୍ୟବସାୟୀଙ୍କ ସଂଖ୍ୟା ଏବଂ ମାମଲା ରୁଜୁର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ…

ବାହାଘର ପରେ କନିଆକୁ ଧରି ଘରକୁ ଫେରୁଥିଲେ, ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଧରି ପ୍ରେମିକ ଛୁ

ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର…

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri