Posted inଜାତୀୟ

ନୂଆ ଲୁକ୍‌ରେ ତେଜ୍‌ପ୍ରତାପ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍‌ପ୍ରତାପ ଯାଦବଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଲମ୍ବା ହେୟାର ଷ୍ଟାଇଲ୍‌ ସହ ମଥାରେ ତିଳକ ଚିହ୍ନ, ହାତ ଓ ବେକରେ ରୁଦ୍ରାକ୍ଷ ମାଳ ରଖିଥିବା ଏହି ନେତାଙ୍କୁ ମଥୁରାରେ ଦେଖିବାକୁ ମିଳିଛି। ଶନିବାର ସେ ଦୀପାବଳି ଉତ୍ସବ ପାଳନ ଲାଗି ମଥୁରା ଯାଇଥିଲେ। ପରେ ସେ ବୃନ୍ଦାବନର ଯମୁନା ନଦୀ କୂଳରେ ଗୋବର୍ଦ୍ଧନ ପୂଜା ଓ ସତ୍‌ସଙ୍ଗ କାର୍ଯ୍ୟରେ ଯୋଗଦେଇଥିଲେ। ଏହି ଅବସରରେ ସେ ଯମୁନା ପ୍ରଦୂଷଣ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଥିଲେ। ଅନେକ ଲୋକ ଏହି ପ୍ରଦୂଷିତ ପାଣିକୁ ପିଉଥିବା ବେଳେ ରୋଗାକ୍ରାନ୍ତ ହେଉଥିବା ସେ ପ୍ରକାଶ କରିଥିଲେ। ଯମୁନା ନଦୀର ଜଳ ପ୍ରଦୂଷଣ ରୋକା ନ ଗଲେ କିମ୍ବା ସରକାର ଏହାର ସ୍ବଚ୍ଛତା ପ୍ରତି ଦୃଷ୍ଟି ନ ଦେଲେ ବିକ୍ଷୋଭ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

ଖୋଲା ଦେହରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍‌ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍‌ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍‌ର ଶେଷ…

ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୪୮ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର, ୨୧ା୨ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ। ଏବେ ରାଜ୍ୟରେ ପାଗ ମୁଖ୍ୟତଃ…

ଝିଅର ଟିକ୍‌ଟକ୍‌ ନିଶା, ୫୧ ଲକ୍ଷର ବିଲ୍‌ ଗଣିଲେ ଦମ୍ପତି

ଲଣ୍ଡନ,୨୧।୨: ମୋବାଇଲ ଫୋନ୍‌ରେ ଟିକ୍‌ଟକ୍‌ ଦେଖିବାକୁ ୫୧ ଲକ୍ଷ ଟଙ୍କାର ବିଲ୍‌ ଭରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁ ଥିଲେ…

ସୁପ୍ରିମକୋର୍ଟଙ୍କ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ ବ୍ୟାକଅପ୍ ପ୍ଲାନ ପ୍ରସ୍ତୁତ…

ନୂଆଦିଲ୍ଲୀ,୨୧।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସୁପ୍ରିମକୋର୍ଟଙ୍କ ଶୁଳ୍କ ଉପରେ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତି ନିରାଶାଜନକ।…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri