ହୋସୁର,୨୯-୬ – ଟିଭିଏସ୍ ମୋଟର କମ୍ପାନୀ ପକ୍ଷରୁ ଏହାର ଲୋକପ୍ରିୟମ ସ୍କୁଟର ମଡେଲ ଏନ୍ଟର୍କ ୧୨୫ ନୂଆ ମେଟ୍ ସିଲଭର ରଙ୍ଗରେ ବଜାରକୁ ଆସିଛି। କମ୍ପାନୀ ଏହାକୁ ଦେଶର ପ୍ରଥମ କନେକଟେଡ ସ୍କୁଟର ଭାବେ ବଜାରକୁ ଆଣିଥିଲା। ଏହା ୨୦୧୮-୧୯ ଆର୍ଥତ୍କ ବର୍ଷରେ ସବୁଠାରୁ ଅଧିକ ଆଓ୍ବାର୍ଡ ଲାଭ କରିଥିବା ସ୍କୁଟର ଭାବେ ପରିଗଣିତ ହେଉଛି। ଏହାକୁ ବିଚାର କରି ସ୍କୁଟର ଅଫ୍ ଦି ଇୟର ଚିହ୍ନକୁ କମ୍ପାନୀ ଯାନଗୁଡିକରେ ସ୍ଥାନୀତ କରିବ। ୨୦୧୮ ଫେବୃୟାରୀ ବଜାରକୁ ଆସିଥିବା ଏହି ଯାନ ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିଲା। ଅଟୋମୋଟିଭ କ୍ଷେତ୍ରରେ ୯ ଇଣ୍ଡଷ୍ଟ୍ରି ଆଓ୍ବାର୍ଡ ଏହା ବର୍ତ୍ତମାନ ସୁଦ୍ଧା ଲାଭ କରିଛି। ଗ୍ରାହକ ଏବଂ ଅଂଶୀଦାରଙ୍କଠାରୁ ଏହା ଉନ୍ନତ ରେସପନ୍ସ ଲାଭ କରିଛି। ମଡେଲଟି ୨ ଲକ୍ଷ ୟୁନିଟ ବିକ୍ରି ସ୍ତର ଟିପିଛି। ଏଥିରେ ପରଫରମାନ୍ସ, ଷ୍ଟାଇଲ ଏବଂ ଟେକ୍ନୋଲୋଜିକୁ ପ୍ରାଥମିକତା ଦିଆଯାଇଥିବା ଟିଭିଏସ୍ ପକ୍ଷରୁ ସୂଚନା ରହିଛି। ଟିଭିଏସ୍ର ସ୍ମାର୍ଟଜୋନେକ୍ଟ ସହ ସିଙ୍ଗଲ ସିଲିଣ୍ଡର, ୪ ଷ୍ଟ୍ରୋକ, ୩ ବଲବ, ଏୟାର କୁଲ୍ଡ ଏସ୍ଓଏଚ୍ସି ଇଞ୍ଜିନ ଭଳି ଅନ୍ୟ ଷ୍ଟେଟ ଅଫ୍ ଆର୍ଟ ଫିଚର ଏଥିରେ ରହିଛି। ଯାନଟି ମେଟ ୟେଲୋ, ମେଟ ହ୍ବାଇଟ, ମେଟ୍ ରେଡ, ମେଟାଲିକ ବ୍ଲୁ, ମେଟାଲିକ ଗ୍ରେ ଏବଂ ମେଟାଲିକ ରେଡ ରଙ୍ଗ ସହ ଆସୁଛି। ମେଟ୍ ସିଲଭର ମଡେଲଟି ଡିସ୍କ ଭାରିଆଣ୍ଟରେ ଆସୁଛି।
DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!
ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…
Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…
ନୂଆଦିଲ୍ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…
ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭
ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…
୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…
ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…
ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?
ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…
ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି
ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…
ଡିଜିଟାଲ୍ ଯୁଗରେ ବି କ୍ୟାଶ୍ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା
ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…
ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…
Archives

