Posted inଜାତୀୟ

ନୂଆ ମାନଚିତ୍ରରେ ପିଓକେର ୩ ଜିଲା

ନୂଆଦିଲ୍ଲୀ,୩ା୧୧(ପି.ଟି./ଆଇଏଏନ୍‌ଏସ୍‌): ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦର୍ଶାଉଥିବା ଭାରତର ନୂଆ ମାନଚିତ୍ର ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ନୂଆ ରାଜନୈତିକ ମାନଚିତ୍ରରେ ୨୮ ରାଜ୍ୟ ଓ ୯ କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ଦୁଇଟି ଜିଲା କାର୍‌ଗିଲ ଓ ଲେହକୁ ନେଇ ଲଦାଖ କେନ୍ଦ୍ରଶାସିତ ଗଠିତ ହୋଇଥିଲାବେଳେ ଅନ୍ୟ ଜିଲାଗୁଡ଼ିକ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ନୂଆ ମ୍ୟାପ୍‌ରେ ଜମ୍ମୁ-କଶ୍ମୀର ରାଜ୍ୟର ସମସ୍ତ ଜିଲା ସମେତ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ୩ ଜିଲା ମୁଜାଫରାବାଦ, ପୁଞ୍ଚ୍‌ ଓ ମିର୍‌ପୁର ରହିଛି। ଭାରତର ସର୍ଭେ ଜେନେରାଲଙ୍କ ଦ୍ୱାରା ଏହି ମାନଚିତ୍ର ପ୍ରସ୍ତୁତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି। ୧୯୪୭ରେ ଜମ୍ମୁ-କଶ୍ମୀର ଭାରତରେ ସାମିଲ ହେଲାବେଳେ ୧୪ଟି ଜିଲା ଥିଲା। ସେଗୁଡ଼ିକ ହେଲା କଠୁଆ, ଜମ୍ମୁ, ଉଧାମପୁର, ରେଆସି, ଅନନ୍ତନାଗ, ବାରମୁଲ୍ଲା, ପୁଞ୍ଚ୍‌, ମିର୍‌ପୁର, ମୁଜାଫରାବାଦ, ଲେହ ଓ ଲଦାଖ, ଗିଲ୍‌ଗିଟ, ଗିଲ୍‌ଗିଟ ଓ୍ବାଜରତ୍‌, ଚିଲାସ୍‌ ଏବଂ ଆଦିବାସୀ ଅଞ୍ଚଳ। ପରେ ରାଜ୍ୟ ସରକାର ଜିଲା ସଂଖ୍ୟା ୨୮କୁ ବୃଦ୍ଧି କରିଥିଲେ। ନୂଆ ଜିଲାଗୁଡିକ ହେଲେ କୁପ୍‌ଓ୍ବାଡ଼ା, ବଣ୍ଡିପୋରା, ଗନ୍ଦର୍ବାଲ୍‌, ଶ୍ରୀନଗର, ବଡ୍‌ଗାମ, ପୁଲଓ୍ବାମା, ଶୋପିଆନ, କୁଲଗାମ୍‌, ରାଜୌରୀ, ରାମ୍‌ବନ, ଦୋଦା, କିସ୍ତଓ୍ବାର, ସାମ୍ବା ଏବଂ କାର୍‌ଗିଲ। ଲେହ ଓ ଲଦାଖ ଜିଲାରୁ ଅଲଗା ହୋଇ କାର୍ଗିଲ ଜିଲା ଗଠନ ହୋଇଥିଲା।
ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ ବିଜ୍ଞପ୍ତି ଅନୁଯାୟୀ ଲେହ ଜିଲାରେ ଗିଲ୍‌ଗିଟ, ଗିଲ୍‌ଗିଟ ଓ୍ବାଜରତ୍‌, ଚିଲାସ୍‌, ଆଦିବାସୀ ଅଞ୍ଚଳ ଏବଂ ଲେହ ରହିଛି। ଲଦାଖ ଜିଲାରେ ବର୍ତ୍ତମାନର କାର୍‌ଗିଲ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳ ରହିଛି। ଏହାକୁ ଜମ୍ମୁ-କଶ୍ମୀର ପୁନର୍ଗଠନ (ଅସୁବିଧା ଦୂରୀକରଣ) ଦ୍ୱିତୀୟ ନିର୍ଦ୍ଦେଶନାମା, ୨୦୧୯ କୁହାଯାଉଛି। ପାର୍ଲାମେଣ୍ଟର ଅନୁମୋଦନ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗଷ୍ଟରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଜାରି କରିଥିଲେ। ତଦନୁଯାୟୀ ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ରାଜ୍ୟ ଦୁଇଭାଗ ହୋଇ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ସୃଷ୍ଟି ହୋଇଥିଲା। ଦୁଇ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ଓ ରାଧାକୃଷ୍ଣ ମାଥୁର ଯଥାକ୍ରମେ ଜମ୍ମୁ-କଶ୍ମୀର ଓ ଲଦାଖର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri