ନୂଆ ଟ୍ରେଣ୍ଡ୍‌ : ଟ୍ରାଇବାଲ ଆର୍ଟ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ପଞ୍ଚତାରକା ହୋଟେଲରୁ ଆରମ୍ଭକରି ନାମୀଦାମୀ ଅଫିସର ଲବି ପର୍ଯ୍ୟନ୍ତ, ଲ୍ୟାଭିସ୍‌ ରେସ୍ତୋରାଁରୁ ଲୋକଙ୍କ ଡ୍ରଇଂ ରୁମ୍‌ ପର୍ଯ୍ୟନ୍ତ, ଆଜିକାଲି ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି ଟ୍ରାଇବାଲ ଆର୍ଟର ଆକର୍ଷଣୀୟ ଚିତ୍ରକଳା। ସଉରା ହେଉ କି ଗଣ୍ଡ ପେଣ୍ଟିଂ, ଧୀରେ ଧୀରେ ଲୋକଙ୍କ ମଧ୍ୟରେ ଏହି ପାରମ୍ପରିକ ଚିତ୍ରକଳାର ଲୋକପ୍ରିୟତା ଦେଖିବାକୁ ମିଳୁଛି। ବିଶେଷକରି ରାଜ୍ୟ ବାହାରେ ଏବଂ ବିଦେଶରେ ଓଡ଼ିଶା ଟ୍ରାଇବାଲ ଆର୍ଟର ବିଶେଷ ଚାହିଦା ଦେଖିବାକୁ ମିଳୁଛି। ଏପରି କି ନିଫ୍ଟ ଭଳି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ କନ୍ଧ, ଜୁଆଙ୍ଗ, ଗଣ୍ଡ, ସାନ୍ତାଳ ଓ ସଉରା ଭଳି ଜନଜାତିଙ୍କ ଚିତ୍ରକଳାକୁ ବର୍ତ୍ତମାନର ଫ୍ୟାଶନ ଟ୍ରେଣ୍ଡରେ ସାମିଲ କରିଛନ୍ତି। ଯାହାକି କେବଳ ଜନଜାତି କଳାକାରଙ୍କ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରିନି, ବରଂ ଓଡ଼ିଶାର ପାରମ୍ପରିକ ଜନଜାତି କଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ସୁଯୋଗ ଆଣିଦେଇଛି।
ଇଣ୍ଟେରିୟର ଡେକୋରେଶନ ବା ଘରସଜ୍ଜାରେ ପେଣ୍ଟିଂର ଡିମାଣ୍ଡ ସବୁଠାରୁ ଆଗରେ ରହୁଥିବାବେଳେ ଏହା ଏକ ଆଭିଜାତ୍ୟ ପରମ୍ପରାରେ ପରିଣତ ହୋଇଛି। ପୂର୍ବରୁ କିଛି ଶିଳ୍ପପତି ଓ ହୋଟେଲିୟରଙ୍କ ପାଇଁ ଚିତ୍ରକଳା ରଖିବା ଏକ ସଉକ୍‌ ଥିବାବେଳେ ଏବେ ଏହା ଅଧିକାଂଶଙ୍କ ଆକର୍ଷଣ ପାଲଟିଛି। ଆଜିକାଲି ସବୁକ୍ଷେତ୍ରରେ କ୍ଲାସିକ୍‌ ଟ୍ରେଣ୍ଡ୍‌ ଚାଲିଥିବାବେଳେ ଚିତ୍ରକଳା କ୍ଷେତ୍ରରେ ମଧ୍ୟ କ୍ଲାସିକ୍‌ ବା ପାରମ୍ପରିକ କଳାର ଲୋକପ୍ରିୟତା ପୁଣିଥରେ ଫେରିଛି। ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଟ୍ରାଇବାଲ ଆର୍ଟ। ଟ୍ରାଇବାଲ ଜୁଏଲେରି, ଟ୍ରାଇବାଲ୍‌ ହ୍ୟାଣ୍ଡଲୁମ୍‌ ଭଳି ଟ୍ରାଇବାଲ ଚିତ୍ରକଳା ବହୁଳ ଲୋକପ୍ରିୟତା ହାସଲ କରିଛି। ଯେଉଁଥିପାଇଁ ଓ୍ବାଲ୍‌ପେଣ୍ଟିଂ, ଫ୍ୟାବ୍ରିକ୍‌ ଆର୍ଟ, ହୋମ୍‌ ଡେକୋର୍‌, ଫ୍ୟାଶନ ଆପାରେଲ୍‌ ଭଳି ବିଭିନ୍ନ କ୍ଷେତ୍ରରେ ଏହାର ବ୍ୟବହାର କରାଯାଉଛି। ତେବେ ଧୀରେ ଧୀରେ କିଛି ଜନଜାତି ଚିତ୍ରକଳା ଲୋପ ପାଇଯାଉଥିବାରୁ ଏହି ବିରଳ କାରିଗରିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏହାକୁ ହସ୍ତଶିଳ୍ପର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଥିବାବେଳେ ବିଭାଗ ଅଧୀନରେ ଥିବା ‘ଆଦିଶା’ ମାଧ୍ୟମରେ ଗଣ୍ଡ, ସଉରା, ସାନ୍ତାଳ ଆଦି ଜନଜାତି ଚିତ୍ରକଳାର ବିକ୍ରିବଟା କରାଯାଉଛି।

ଆଗ୍ରହ ଦେଖାଉଛନ୍ତି ବିଦେଶୀ ବ୍ରାଣ୍ଡ୍‌
ବିଶ୍ୱସ୍ତରରେ ଓଡ଼ିଶା ଟ୍ରାଇବାଲ ଆର୍ଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଯୁବପିଢି ଏବଂ କଳାପ୍ରେମୀଙ୍କୁ ଜନଜାତି ଚିତ୍ରକଳା ଶିଖାଇବା ଲାଗି ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି। ବହୁ ବିଦେଶୀ ବ୍ରାଣ୍ଡ୍‌ ଓଡ଼ିଶା ଟ୍ରାଇବାଲ ଆର୍ଟ ପାଟର୍ନକୁ ବ୍ୟବହାର କରିବାକୁ ଆଗ୍ରହ ଦେଖାଉଥିବାରୁ ଏହା ଯୁବ କଳାକାରଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି। ଏହାସହ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଟେକ୍ନୋଲୋଜି(ନିଫ୍ଟ) ଏବଂ ଅନ୍ୟାନ୍ୟ ସରକାରୀ ଶିକ୍ଷାନୁଷ୍ଠାନ ବର୍ତ୍ତମାନର ଚାହିଦା ଓ ଡିଜାଇନ୍‌କୁ ଦୃଷ୍ଟିରେ ରଖି ଜନଜାତି କଳାକାରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପାରମ୍ପରିକ ଜନଜାତି ଚିତ୍ରକଳାର ମୌଳିକତାକୁ କ୍ଷୁଣ୍ଣ ନ କରି ମଧ୍ୟ ଏହାକୁ କିଭଳି ବର୍ତ୍ତମାନର ପିଢିଙ୍କ ପାଇଁ ଆକର୍ଷଣୀୟ କରିହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।

ପ୍ରତି ଚିତ୍ର ପଛରେ ଥାଏ କାହାଣୀ
ଓଡ଼ିଶାରେ ୬୨ ଭିନ୍ନ ସମ୍ପ୍ରଦାୟର ଜନଜାତି ବସବାସ କରୁଥିବାବେଳେ ସେମାନଙ୍କ କଳା, ସଂସ୍କୃତି, ପରମ୍ପରା ଏକ ଉତ୍କୃଷ୍ଠ ବାର୍ତ୍ତା ପ୍ରଦାନ କରିଥାଏ। ବିଶେଷକରି ଜନଜାତି ଚିତ୍ରକଳା ଓ ଏହାର ସୂକ୍ଷ୍ମ କାରିଗରି କୌଶଳ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପ୍ରତି ସମ୍ପ୍ରଦାୟର ନିଜ ନିଜର ସ୍ବତନ୍ତ୍ର ଚିତ୍ରକଳା ଶୈଳୀ ରହିଥିବାବେଳେ ଏହା ବିଭିନ୍ନ ସାମାଜିକ କଥା କାହାଣୀ ଉପରେ ପର୍ଯ୍ୟବସିତ ଥାଏ। ଜନଜାତି ସଂସ୍କୃତି ଓ ପରମ୍ପରା ସହ ଏହି ଚିତ୍ରକଳାର ନିବିଡ଼ ସମ୍ପର୍କ ରହିଥିବାବେଳେ ଏହାକୁ ସେମାନେ ପବିତ୍ର ବୋଲି ମନେକରିଥାନ୍ତି। ସଉରା, ଡଙ୍ଗରିଆ କନ୍ଧ, କିସାନ୍‌ ଓ ଜୁଆଙ୍ଗ ଆଦି ସମ୍ପ୍ରଦାୟର ଚିତ୍ରକଳା ପରସ୍ପରଠାରୁ ଭିନ୍ନ ଏବଂ ହଜାର ହଜାର ଜନଜାତି କାରିଗର ଏହି ଚିତ୍ରକଳା ସହ ଏବେ ଜଡ଼ିତ ରହିଛନ୍ତି। ମଣିଷ, ହାତୀ, ଘୋଡ଼ା, ସୂର୍ଯ୍ୟ, ଚନ୍ଦ୍ର, ବୃକ୍ଷଲତା ଆଦିକୁ ନେଇ ଅଙ୍କାଯାଉଥିବା ସଉରା ଚିତ୍ରକଳାର ଆଦୃତି କେବଳ ଦେଶରେ ନୁହେଁ, ଦେଶ ବାହାରେ ମଧ୍ୟ ରହିଛି। ପ୍ରାକୃତିକ ରଙ୍ଗ ଓ ପ୍ରାକୃତିକ ସାମଗ୍ରୀକୁ ବ୍ୟବହାର କରି ଅଙ୍କାଯାଉଥିବା ଜନଜାତି ଚିତ୍ରକଳା ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରିଥାଏ। ସଉରା ଚିତ୍ରକଳା ବିଭିନ୍ନ ଭାବନା ଓ ପରିସ୍ଥିତିକୁ ବର୍ଣ୍ଣନା କରୁଥିବାବେଳେ କନ୍ଧ ଜନଜାତିଙ୍କ ଚିତ୍ରକଳା ଜିଓମେଟ୍ରିକ୍‌ ପାଟର୍ନରେ ହୋଇଥାଏ। ସେହିଭଳି ସାନ୍ତାଳ ଚିତ୍ରକଳାରେ ଆଳଙ୍କରିକ ଡିଜାଇନ୍‌, ପାଉଡିଭୂୟାଁାଙ୍କ ଚିତ୍ରକଳାରେ କୃଷି ଓ ଚାଷ ସମ୍ପର୍କିତ କାହାଣୀ ଏବଂ ଜୁଆଙ୍ଗମାନଙ୍କ ଚିତ୍ରକଳାରେ ପଶୁପକ୍ଷୀ ଏବଂ ଫୁଲଫଳ ଦେଖିବାକୁ ମିଳିଥାଏ।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri