ନୂଆ ଜୀବନ ପାଇଥିବା ନିବେଦିତା ଗଢ଼ିବେ ନୂଆ ସଂସାର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ନୂଆ ଜୀବନ ପାଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଆଇଟି ଅଧ୍ୟାପିକା ନିବେଦିତା ସାହୁ ନୂଆ ସଂସାର ଗଢିବାକୁ ଯାଉଛନ୍ତି। ରବିବାର ନିବେଦିତାଙ୍କ ଗାଁ ଢେଙ୍କାନାଳ ମେରାମଣ୍ଡଳୀରେ ତାଙ୍କର ନିର୍ବନ୍ଧ ହୋଇଛି। ଶନିବାର ନିବେଦିତା ନିର୍ବନ୍ଧ ପାଇଁ ଘରକୁ ଯିବାକୁ ଭୁବନେଶ୍ୱର ରେଳ ଷ୍ଟେଶନରେ ଟ୍ରେନ୍‌କୁ ଚଢ଼ୁଥିବାବେଳେ ଖସିପଡ଼ିଥିଲେ। ଟ୍ରେନ୍‌ ତଳକୁ ଚାଲିଯାଉଥିବାବେଳେ ଦେବଦୂତ ସାଜି ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତ ମହାରଣା ତାଙ୍କୁ ଉଦ୍ଧାର କରିଥିଲେ। ନୂଆଜୀବନ ପାଇ ଫେରିଥିବା ନିବେଦିତା ଘରେ ପହଞ୍ଚତ୍ବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ଏପରି କି ତାଙ୍କୁ ବାପା, ମା ଓ ଅନ୍ୟମାନେ ଖୁସିରେ କୋଳେଇ ନେଇଥିଲେ। ରବିବାର ହସଖୁସିରେ ନିବେଦିତାଙ୍କ ନିର୍ବନ୍ଧ ସରିଥିବାବେଳେ ବରଘରେ ମଧ୍ୟ ନିଆରା ଆନନ୍ଦ ଦେଖିବାକୁ ମିଳିଛି।
ଘଟଣାକୁ ମନେ ପକାଇ ନିବେଦିତା କହିଛନ୍ତି, ଏହା ଏକ ବଡ଼ ଦୁର୍ଘଟଣା ଥିଲା। ଭଗବାନଙ୍କ ଦୟା ଓ ବଞ୍ଚାଇଥିବା ଆର୍‌ପିଏଫ୍‌ ଯବାନ ଭାଇଙ୍କ ପାଇଁ ମୁଁ ନୂଆ ଜୀବନ ପାଇଛି। ସେ ଭଗବାନଙ୍କ ଦୂତ ହୋଇ ଆସି ମୋତେ ବଞ୍ଚାଇଛନ୍ତି। ଟ୍ରେନରୁ ଗୋଡ଼ ଖସିଯିବା ପରେ କ’ଣ ହେଲା ମୋର ମନ ନାହିଁ। ମରିଗଲି ଭାବିଥିଲି। ପରେ ମୁଁ ବଞ୍ଚତ୍ଥିଲେ ମଧ୍ୟ ନିଜକୁ ବିଶ୍ୱାସ କରିପାରି ନ ଥିଲି। ମୁଁ ଭାବି ପାରିନଥିଲି ଯେ, ମୁଁ ଟ୍ରେନ୍‌ ତଳୁ ବଞ୍ଚତ୍କି ଆସିଛି। ଘଟଣା ପରେ ମୋର ମାନସିକ ସ୍ଥିତି ଭଲ ନ ଥିଲା। ଆଜି ମୁଁ ଧନ୍ୟବାଦ ଜଣାଉଛି, ପ୍ରଣାମ କରୁଛି ସେହି ପୋଲିସ ଭାଇଙ୍କୁ। ନିର୍ବନ୍ଧ ପାଇଁ ତାଙ୍କୁ ଡାକି ପାରିନି। କିନ୍ତୁ ବିବାହ ପାଇଁ ନିଶ୍ଚିତ ଡାକିବି ବୋଲି ନିବେଦିତା କହିଛନ୍ତି। ଏହାସହ ସେ କହିଛନ୍ତି, ଚଳନ୍ତା ଟ୍ରେନରେ ଚଢନ୍ତୁ ନାହିଁ। ଟ୍ରେନ୍‌ ଛାଡିବାର ୧୫ ମିନିଟ ଆଗରେ ଷ୍ଟେଶନରେ ପହଞ୍ଚତ୍ ଟ୍ରେନ ଧରନ୍ତୁ ବୋଲି ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ଜୀବନ ବଞ୍ଚାଇଥିବା ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତଙ୍କୁ ପୁରସ୍କୃତ କରାଯିବ। ଏନେଇ ଆରପିଏଫ୍‌ ଅଧିକାରୀ କେ.ସେଠୀ ରେଲ୍‌ଓ୍ବେ ଆଇଜିଙ୍କୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇବା ପରେ ତାଙ୍କୁ ପୁରସ୍କାର ପାଇଁ ଡିଜି ଓ ଜିଏମ୍‌ଙ୍କୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି। ସେହିଭଳି ସୁବ୍ରତଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ବୋହୂ ଆମ ପାଇଁ ଲକ୍ଷ୍ମୀ
ଘଟଣା ସମ୍ପର୍କରେ ନିବେଦିତାଙ୍କ ଶ୍ୱଶୁର କହିଛନ୍ତି,ଆମ ବୋହୂ ଆମ ପାଇଁ ଲକ୍ଷ୍ମୀ। ବୋହୂର କର୍ମଫଳ ଭଲ ଥିଲା ବୋଲି ସେ ନୂଆ ଜୀବନ ପାଇଛନ୍ତି। ଆମ ବୋହୂ ଆମ ପାଇଁ ଲକି, ତେଣୁ ଆମେ ଗର୍ବ ଅନୁଭବ କରୁଛୁ। ଆମ ଘରକୁ ଗଲେ ଆମ ପାଇଁ ଭାଗ୍ୟବତୀ ହେବେ। ତାଙ୍କ ଜୀବନ ବଞ୍ଚାଇଥିବା ଯବାନ ଭାଇଙ୍କୁ ଧନ୍ୟବାଦ ଦେଉଛୁ।
ଜୀବନ ବଞ୍ଚାଇଥିବାରୁ ଖୁସି ଲାଗୁଛି : ସୁବ୍ରତ


ଜୀବନ ବଞ୍ଚାଇଥିବା ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତ କୁମାର ମହାରଣା କହିଛନ୍ତି, ଟ୍ରେନ ଛାଡି ଦେଇଥିବାରୁ ଭାଇ,ଭଉଣୀ ଚଳନ୍ତା ଟ୍ରେନରେ ଚଢୁଥିଲେ। ଭାଇ ତଳେ ଥିବାବେଳେ ଭଉଣୀ ଆଗେ ଚଢିଥିଲେ। ହେଲେ ତାଙ୍କ ହାତ ଖସିଯାଇଥିଲା। ତାଙ୍କର ଅଧା ଶରୀର ପ୍ଲାଟଫର୍ମ ଓ ଟ୍ରେନ୍‌ ଫାଙ୍କରେ ପଶିଯାଉଥିଲା। ମୁଁ ଏହା ଦେଖି ଦୌଡି ଯାଇ ତାଙ୍କୁ ଟାଣି ଉପରକୁ ନେଇଆସିଥିଲି। ଏହା ଆମର କର୍ତ୍ତବ୍ୟ ଓ ଧର୍ମ। ମୁଁ ଅନ୍ୟର ଜୀବନ ବଞ୍ଚାଇଥିବାରୁ ମୋତେ ଖୁସି ଲାଗୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri