ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ ପକାଇବାକୁ ବି ପଛାଇ ନ ଥାଏ। ଠିକ୍‌ ଯେମିତି ଅଷ୍ଟ୍ରେଲିଆ, ନ୍ୟୁ ସାଉଥଓ୍ବେଲ୍ସର ୨୪ ବର୍ଷୀୟା ଏମ୍ବର ଲ୍ୟୁକ୍‌ଙ୍କୁ ଟାଟୁ କରି ନିଜର ସୌନ୍ଦର୍ଯ୍ୟ ବଢ଼ାଇବା ନିଶା ଲାଗିଛି। ଫଳରେ ତାଙ୍କ ଶରୀର ଟାଟୁରେ ଆଚ୍ଛାଦିତ ହୋଇଗଲାଣି। ଏମ୍ବରଙ୍କ ଶରୀରରେ ଏବେ ୨୦୦ରୁ ଊର୍ଦ୍ଧ୍ୱ ଟାଟୁ ଦେଖିବାକୁ ମିଳେ। ଫଳରେ ସେ ଏବେ ‘ଡ୍ରାଗନ୍‌ ଗର୍ଲ’ଭାବେ ପରିଚିତ ହେଉଛନ୍ତି। ଟାଟୁ କରିବା ସହ ସେ ଜିଭକୁ ଦୁଇ ଫାଳ କରି କାଟିଛନ୍ତି। ଏହା ବାଦ୍‌ ନିକଟରେ ସେ ନିଜ ଆଖିକୁ ନୀଳ ରଙ୍ଗର ଟାଟୁ କରି ନୀଳ ନୟନା ହେବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଟାଟୁ କରାଇ ଆଖିକୁ ନୀଳ ରଙ୍ଗରେ ରଙ୍ଗାଇଲେ ମଧ୍ୟ। ହେଲେ ଏହା ତାଙ୍କ ଜୀବନ ପ୍ରତି ବିପଦ ଆଣି ଦେଇଥିଲା। ଆଉ ସେ ଦୃଷ୍ଟିଶକ୍ତି ହରାଇ ବସିଲେ। ଯଦିଓ ସେ ସାମୟିକ ଅର୍ଥାତ୍‌ ୩ ମାସ ପର୍ଯ୍ୟନ୍ତ ଦୃଷ୍ଟିଶକ୍ତି ହରାଇଥିଲେ, ତେବେ ଏହି ପ୍ରକ୍ରିୟା ବହୁତ ବିପଜ୍ଜନକ ଥିଲା। ଏମ୍ବର କହନ୍ତି,‘ଏହି ଅନୁଭୂତିକୁ ଶବ୍ଦରେ ପ୍ରକାଶ କରିବା ବହୁତ କଷ୍ଟ। ଆଖିରେ ଯେତେବେଳେ ଟାଟୁର କାଳୀ ପକାଯାଉଥିଲା ଲାଗୁଥିଲା ସତେ ଯେମିତି ଅନେକ ମୁନିଆ କାଚ ଆଖିରେ ଫୋଡି ହେଇଯାଉଛି। ଆଖିରେ କାଳୀ ପକାଇବା ପ୍ରକ୍ରିୟା ବର୍ଷକରେ ଚାରି ଥର କରାଯାଇଥିଲା। ଏହା ବହୁତ ବିପଜ୍ଜନକ ଥିଲା। କାରଣ ଟିକେ ଏପଟସେପଟ ହେଲେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଥିଲା। ତେବେ ଯେଉଁ ତିନି ମାସ ଦୃଷ୍ଟିଶକ୍ତି ହରାଇଥିଲି ତାହା ଥିଲା ବେଶ୍‌ ଯନ୍ତ୍ରଣାଦାୟକ।’ ଏମ୍ବର ସର୍ଜରି କରାଇ ସ୍ତନ, ଓଠ ଓ ଭ୍ରୁଲତା ଟ୍ରାନ୍ସଫର୍ମେଶନ କରାଇଛନ୍ତି। ମାତ୍ର ୧୬ ବର୍ଷ ବୟସରୁ ଟାଟୁ ପାଇଁ ତାଙ୍କର ଏହି ପାଗଳାମି ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଏଥିରେ ସେ ୧୮.୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏମ୍ବର କହନ୍ତି,‘ଏବେ ମୋର ଚିନ୍ତା ନାହିଁ ମୁଁ ବୁଢୀ ହେଲେ କେମିତି ଦେଖାଯିବି। ଏତିକି ଖୁସି ଲାଗୁଛି ଯେ, ମରିବା ପର୍ଯ୍ୟନ୍ତ ଟାଟୁ ପାଇଁ ମୁଁ ସୁନ୍ଦର ରହିବି। ଆଉ ଟାଟୁ ସହ ମରିବି।’


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri