ନୀତିଶିକ୍ଷାକୁ ଗୁରୁତ୍ୱ ଦିଅ

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା
ଅଯୋଧ୍ୟାରୁ ମାତା ସୀତା ନିର୍ବାସିତ ହେବା ପରେ ବାଲ୍ମୀକି ଆଶ୍ରମରେ ରହିଥିଲେ। ଏହି ଆଶ୍ରମର ଅବସ୍ଥିତି ଉପରେ ଏବେ ପାଞ୍ଚଟି ସ୍ଥାନକୁ ନେଇ ଦାବି କରାଯିିବା ନଜରକୁ ଆସେ। ସେହି ସ୍ଥାନଗୁଡିକ ମଧ୍ୟରେ ରହିଛି ରାଜସ୍ଥାନ ବାରାଂର ସୀତାବାଡି ଓ ସୀତାମାତା ଅଭୟାରଣ୍ୟ, ଅମୃତସରର ରାମତୀରଥ, ହରିୟାଣା କୈଠାଲ ଜିଲାର ମୁନ୍ଧରି ଏବଂ ଉତ୍ତରପ୍ରଦେଶ ପ୍ରୟାଗରାଜର ସୀତା ସମାହିତ ସ୍ଥଳ। ସେହିପରି ଶ୍ରୀରାମଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ଅଯୋଧ୍ୟା ଏବଂ ପଞ୍ଜାବର ପଟିଆଲା ଜିଲାରେ ଥିବା ଘଡାମ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ସମସ୍ତେ ଜାଣନ୍ତି ଅଯୋଧ୍ୟା ଶ୍ରୀରାମଙ୍କ ଜନ୍ମସ୍ଥାନ। ୧୯୬୯ରେ ପଟିଆଲାସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ‘ପଟିଆଲା ଆଣ୍ଡ୍‌ ଇଟ୍‌ସ ହିସ୍‌ଟୋରିିକାଲ ସରାଉଣ୍ଡିଂ’ ଶୀର୍ଷକରୁ ଜଣାଯାଏ ଯେ, ଶ୍ରୀରାମଚନ୍ଦ୍ର ଓ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ସହ ପଟିଆଲାର ସମ୍ପର୍କ ରହିଛି। କିମ୍ବଦନ୍ତୀ ମୁତାବକ ପଟିଆଲାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଘୁରାମରେ ଶ୍ରୀରାମ ଜନ୍ମ ହୋଇଥିଲେ। ଜୁଲାଇ ୨୧, ୧୯୯୮ରେ କୋଲକାତାରୁ ପ୍ରକାଶିତ ଟେଲିଗ୍ରାଫର ରିପୋର୍ଟରୁ ଶ୍ରୀରାମଙ୍କ ଜନ୍ମସ୍ଥାନ ସମ୍ପର୍କରେ ବି କିଛି ତଥ୍ୟ ଜଣାପଡ଼େ। ସେଥିରେ ପ୍ରକାଶ ପାଇଛି- ଶ୍ରୀରାମ କେଉଁଠି ଜନ୍ମ ହୋଇଥିଲେ? ଘରାମରେ, ଯାହା ପଟିଆଲାଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଆଉ ମଧ୍ୟ ପ୍ରକାଶ ପାଇଛି ଯେ, ରାଜା ଦଶରଥ ଘରାମକୁ ବରାତ ନେଇ ଆସିଥିଲେ। ସେଠାକାର ମହାରାଜାଙ୍କ କନ୍ୟା କୌଶଲ୍ୟାଙ୍କୁ ଦଶରଥ ବିବାହ କରିଥିଲେ ଓ ଶ୍ରୀରାମ ତାଙ୍କ ଅଜାଙ୍କ ରାଜପ୍ରାସାଦରେ ଜନ୍ମ ହୋଇଥିଲେ। ଠିକ୍‌ ଏକା ପ୍ରକାର ରିପୋର୍ଟ ବି ଅକ୍ଟୋବର ୩, ୨୦୦୪ରେ ପଟିଆଲା ଭାସ୍କର ଏବଂ ଫେବୃୟାରୀ ୧୫, ୨୦୦୮ରେ ପଞ୍ଜାବକେଶରୀ ଏବଂ ସେପ୍ଟେମ୍ବର ୨୫, ୨୦୧୦ରେ ଇଣ୍ଡିଆନ ଏକ୍ସପ୍ରେସ୍‌ରେ ପ୍ରକାଶ ପାଇଛି।
ଏବେ ଆମେ ଆଉ କିଛି ପ୍ରାମାଣିକ ତଥ୍ୟର ସାହାଯ୍ୟ ନେବା। ପ୍ରଥମେ ଆସିବା ବାଲ୍ମୀକି ରାମାୟଣକୁ। ଏହାର ଅଯୋଧ୍ୟା କାଣ୍ଡ (୫୪:୪)ରେ ମହର୍ଷି ଭରଦ୍ୱାଜ ଶ୍ରୀରାମଙ୍କୁ କହୁଛନ୍ତି- ପଶ୍ଚିମମୁଖୀ ହୋଇ ଗଙ୍ଗା ଯମୁନା ସହ ଯେଉଁଠି ମିଶିଛି ତୁମେ ଦୁଇଭାଇ ସେଠାକୁ ଯାଅ। ଏହାର ଅର୍ଥ ଗଙ୍ଗା ଯେତେବେଳେ ଯମୁନା ସହ ମିଳିତ ହୋଇଛି ସେତେବେଳେ ଗଙ୍ଗା ପଶ୍ଚିମମୁଖୀ ଥିଲା। ଏହା ମଧ୍ୟ ପ୍ରମାଣ କରେ, ଯମୁନା ମଧ୍ୟ ପଶ୍ଚିମମୁଖୀ ହୋଇ ପ୍ରବାହିତ ହେଉଥିଲା। କାରଣ, ଯଦି ଦୁଇଟି ଯାକ ନଦୀ ବିପରୀତମୁଖୀ ହୋଇ ପ୍ରବାହିତ ହୋଇଥାନ୍ତେ ତା’ହେଲେ ସେମାନେ ମିଳିତ ହୋଇପାରି ନ ଥାନ୍ତେ। ପ୍ରନତ୍ତାତ୍ତ୍ୱିକ ତଥ୍ୟରୁ ପ୍ରମାଣ ମିଳେ ଯେ, ଖ୍ରାଷ୍ଟପୂର୍ବ ୧୫୦୦ ବେଳକୁ ଯମୁନାନଗରରୁ ଯମୁନା ପଶ୍ଚିମମୁହଁା ହୋଇ ପ୍ରବାହିତ ହେଉଥିଲା। ଏହା ପରଠାରୁ ଯମୁନା ପୂର୍ବାଭିମୁଖୀ ହୋଇ ପ୍ରବାହିତ ହେବା ଆରମ୍ଭ କରିଛି। କିନ୍ତୁ ବର୍ତ୍ତମାନ ଶ୍ରୀରାମଙ୍କ ସମୟ ଖ୍ରାଷ୍ଟପୂର୍ବ ୨୦୦୦ ପୂର୍ବର ବୋଲି କୁହାଯାଉଛି। ଏଣୁ ଶ୍ରୀରାମଙ୍କ ସମୟର ଯେଉଁ ଯମୁନା କଥା କୁହାଯାଉଛି ତାହା ହୁଏତ ଖ୍ରୀଷ୍ଟପୂର୍ବ ୨୦୦୦ ପୂର୍ବରୁ ନିଶ୍ଚିତ ପ୍ରବାହିତ ହେଉଥିବ ଏବଂ ଏହା କେବଳ ହରିୟାଣା ଓ ରାଜସ୍ଥାନରେ ପଶ୍ଚିମମୁଖୀ ହୋଇ ପ୍ରବାହିତ ହେଉଥିବା ସେହି ପୁରାତନ ଯମୁନା ବୋଲି କୁହାଯାଇପାରେ। ତା’ପରେ ଦେଖିବା ସରଯୂ ନଦୀ କଥା। ଏହା ଗଙ୍ଗା ଓ ଯମୁନାର ଉପନଦୀ ଥିଲା। ଏଣୁ ଏହା ମଧ୍ୟ ସେହି ସମୟରେ ପଶ୍ଚିମ ଦିଗକୁ ପ୍ରବାହିତ ହୋଇଥିବ।
ଶ୍ରୀରାମଙ୍କ ଜନ୍ମସ୍ଥାନ ସମ୍ପର୍କରେ ଘାଘରା ନଦୀ ମଧ୍ୟ ଆମ ଦୃଷ୍ଟି ଆକର୍ଷଣ କରେ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ଅଧ୍ୟକ୍ଷତାରେ ୨୦୧୬ରେ ଗଠିତ ‘ରିପୋର୍ଟ ଅଫ୍‌ ଦି ଏକ୍ସପର୍ଟ କମିଟି ଟୁ ଷ୍ଟଡି ଦି ପାଲେଓଚାନେଲ୍ସ ଅଫ୍‌ ନର୍ଥ ଇଣ୍ଡିଆ’ (ଉତ୍ତର ଭାରତରେ ସୁପ୍ତ ବା ମୃତ ନଦୀ ଉପରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ କମିଟିର ରିପୋର୍ଟ)ରେ ପ୍ରତ୍ନତତ୍ତ୍ୱବିତ୍‌ କେ.ଏସ୍‌. ବଲିଦ୍ୟା ଦର୍ଶାଇଛନ୍ତି ଯେ, ଘୁରାମ ନାମକ ସ୍ଥାନ (ପଞ୍ଜାବ)ରେ ଥିବା ଏହିି ଘାଘରା ନଦୀକୁ ସରଯୂ କୁହାଯାଉଥିଲା। ଘଡାମ ମଧ୍ୟ ଘାଘରା ନଦୀ କୂଳରେ ଅବସ୍ଥିତ। ଏଣୁ ବାଲ୍ମୀକି ରାମାୟଣର ଭୌଗୋଳିକ ପ୍ରମାଣକୁ ଆଧାର କଲେ ଘଡାମ ପୁରାତନ ଅଯୋଧ୍ୟା ଥିଲା ବୋଲି କୁହାଯାଇପାରେ। ପୂର୍ବରୁ ଯାହା ଉଲ୍ଲେଖ କରାଯାଇଛି- ଗଙ୍ଗା ପଶ୍ଚିମାଭିମୁଖୀ ହୋଇ ଯମୁନା ସହ ମିଶିଛି, ଗଙ୍ଗାର ଉପନଦୀ ସରଯୂ ମଧ୍ୟ ପଶ୍ଚିମ ଦିଗକୁ ପ୍ରବାହିତ, ଘାଘରା ସରଯୂ ନାମରେ ପରିଚିତ ଏବଂ ଘାଘରା କୂଳରେ ଅବସ୍ଥିତ ଘଡାମ ହୁଏତ ପୁରାତନ ଅଯୋଧ୍ୟା ହୋଇଥାଇପାରେ।
ଶ୍ରୀରାମ ତାଙ୍କ ପୈତୃକ ଘର ଅଯୋଧ୍ୟା ନା ଅଜାଙ୍କ ଘର ଘଡାମରେ ଜନ୍ମ ନେଇଛନ୍ତି, ଏଭଳି ପ୍ରଶ୍ନର ସମାଧାନ ଏହିସବୁ ତଥ୍ୟରୁ ସ୍ଥିର କରାଯାଇପାରିବ ନାହିଁ। ବାଲ୍ମୀକି ରାମାୟଣ ମଧ୍ୟ ଏହା ଉପରେ ନୀରବ। ମୋତେ ବି କେତେଜଣ ଲୋକଗୀତିକାର କହିଛନ୍ତି ଯେ, କୋଶଳ ରାଜାଙ୍କର କୌଣସି ପୁତ୍ରସନ୍ତାନ ନ ଥିବାରୁ ସେ ତାଙ୍କ ନାତି ଶ୍ରୀରାମଙ୍କୁ ଉତ୍ତରାଧିକାରୀ ଭାବେ ବାଛିଥିଲେ। କିନ୍ତୁ ଏହି ତଥ୍ୟ ଉପରେ ଅଧିକ ଗବେଷଣା ଦରକାର। ଏମିତି ବି ହୋଇପାରେ, ଶ୍ରୀରାମ ଘଡାମ କିମ୍ବା ଅଯୋଧ୍ୟା ଏହି ଦୁଇଟି ସ୍ଥାନରୁ ଯେ କୌଣସି ଗୋଟିକରେ ଜନ୍ମ ଗ୍ରହଣ କରିଥିବେ। ବିଶ୍ୱାସକୁ ଗ୍ରହଣ କଲେ ହୁଏତ ଶ୍ରୀରାମ ଘଡାମରେ ଥିବା ତାଙ୍କ ଅଜାଙ୍କ ଘରେ ଜନ୍ମ ହୋଇଥିବେ କିମ୍ବା ଭୌଗୋଳିକ ତଥ୍ୟ ଆଧାରରେ ପୁରାତନ ଅଯୋଧ୍ୟାରେ ଜନ୍ମ ନେଇଥିବେ।
ଆମ ଆଗରେ ପ୍ରଶ୍ନ, ଆମେ ଶ୍ରୀରାମଙ୍କ ଜନ୍ମସ୍ଥାନ ଉପରେ ଗୁରୁତ୍ୱ ଦେବା ନା ତାଙ୍କ ନୀତିଶିକ୍ଷାକୁ ମାନିନେବା। ଉପରିଲିଖିତ୍ତ ଏ୍ୟତିହାସିକ ତଥ୍ୟ ମୁତାବକ ଶ୍ରୀରାମଙ୍କ ଜନ୍ମସ୍ଥାନ ଏବେ ବିତର୍କ ଭିତରକୁ ଠେଲି ହୋଇଯାଇଛି। ଅନ୍ୟପକ୍ଷରେ ଶ୍ରୀରାମଙ୍କ ନୀତିଶିକ୍ଷା ପୂରା ସ୍ବଚ୍ଛ ଓ ଶାଶ୍ୱତ। ତେଣୁ ଆମେ ଶ୍ରୀରାମଙ୍କ ଜନ୍ମସ୍ଥାନ ବିବାଦରେ ନ ପଶି ତାଙ୍କ ଆଦର୍ଶ ଓ ନୀତିଶିକ୍ଷାକୁ ଗୁରୁତ୍ୱ ଦେବା ଉଚିତ।
bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri