ନୀତିଶିକ୍ଷାକୁ ଗୁରୁତ୍ୱ ଦିଅ

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା
ଅଯୋଧ୍ୟାରୁ ମାତା ସୀତା ନିର୍ବାସିତ ହେବା ପରେ ବାଲ୍ମୀକି ଆଶ୍ରମରେ ରହିଥିଲେ। ଏହି ଆଶ୍ରମର ଅବସ୍ଥିତି ଉପରେ ଏବେ ପାଞ୍ଚଟି ସ୍ଥାନକୁ ନେଇ ଦାବି କରାଯିିବା ନଜରକୁ ଆସେ। ସେହି ସ୍ଥାନଗୁଡିକ ମଧ୍ୟରେ ରହିଛି ରାଜସ୍ଥାନ ବାରାଂର ସୀତାବାଡି ଓ ସୀତାମାତା ଅଭୟାରଣ୍ୟ, ଅମୃତସରର ରାମତୀରଥ, ହରିୟାଣା କୈଠାଲ ଜିଲାର ମୁନ୍ଧରି ଏବଂ ଉତ୍ତରପ୍ରଦେଶ ପ୍ରୟାଗରାଜର ସୀତା ସମାହିତ ସ୍ଥଳ। ସେହିପରି ଶ୍ରୀରାମଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ଅଯୋଧ୍ୟା ଏବଂ ପଞ୍ଜାବର ପଟିଆଲା ଜିଲାରେ ଥିବା ଘଡାମ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ସମସ୍ତେ ଜାଣନ୍ତି ଅଯୋଧ୍ୟା ଶ୍ରୀରାମଙ୍କ ଜନ୍ମସ୍ଥାନ। ୧୯୬୯ରେ ପଟିଆଲାସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ‘ପଟିଆଲା ଆଣ୍ଡ୍‌ ଇଟ୍‌ସ ହିସ୍‌ଟୋରିିକାଲ ସରାଉଣ୍ଡିଂ’ ଶୀର୍ଷକରୁ ଜଣାଯାଏ ଯେ, ଶ୍ରୀରାମଚନ୍ଦ୍ର ଓ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ସହ ପଟିଆଲାର ସମ୍ପର୍କ ରହିଛି। କିମ୍ବଦନ୍ତୀ ମୁତାବକ ପଟିଆଲାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଘୁରାମରେ ଶ୍ରୀରାମ ଜନ୍ମ ହୋଇଥିଲେ। ଜୁଲାଇ ୨୧, ୧୯୯୮ରେ କୋଲକାତାରୁ ପ୍ରକାଶିତ ଟେଲିଗ୍ରାଫର ରିପୋର୍ଟରୁ ଶ୍ରୀରାମଙ୍କ ଜନ୍ମସ୍ଥାନ ସମ୍ପର୍କରେ ବି କିଛି ତଥ୍ୟ ଜଣାପଡ଼େ। ସେଥିରେ ପ୍ରକାଶ ପାଇଛି- ଶ୍ରୀରାମ କେଉଁଠି ଜନ୍ମ ହୋଇଥିଲେ? ଘରାମରେ, ଯାହା ପଟିଆଲାଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଆଉ ମଧ୍ୟ ପ୍ରକାଶ ପାଇଛି ଯେ, ରାଜା ଦଶରଥ ଘରାମକୁ ବରାତ ନେଇ ଆସିଥିଲେ। ସେଠାକାର ମହାରାଜାଙ୍କ କନ୍ୟା କୌଶଲ୍ୟାଙ୍କୁ ଦଶରଥ ବିବାହ କରିଥିଲେ ଓ ଶ୍ରୀରାମ ତାଙ୍କ ଅଜାଙ୍କ ରାଜପ୍ରାସାଦରେ ଜନ୍ମ ହୋଇଥିଲେ। ଠିକ୍‌ ଏକା ପ୍ରକାର ରିପୋର୍ଟ ବି ଅକ୍ଟୋବର ୩, ୨୦୦୪ରେ ପଟିଆଲା ଭାସ୍କର ଏବଂ ଫେବୃୟାରୀ ୧୫, ୨୦୦୮ରେ ପଞ୍ଜାବକେଶରୀ ଏବଂ ସେପ୍ଟେମ୍ବର ୨୫, ୨୦୧୦ରେ ଇଣ୍ଡିଆନ ଏକ୍ସପ୍ରେସ୍‌ରେ ପ୍ରକାଶ ପାଇଛି।
ଏବେ ଆମେ ଆଉ କିଛି ପ୍ରାମାଣିକ ତଥ୍ୟର ସାହାଯ୍ୟ ନେବା। ପ୍ରଥମେ ଆସିବା ବାଲ୍ମୀକି ରାମାୟଣକୁ। ଏହାର ଅଯୋଧ୍ୟା କାଣ୍ଡ (୫୪:୪)ରେ ମହର୍ଷି ଭରଦ୍ୱାଜ ଶ୍ରୀରାମଙ୍କୁ କହୁଛନ୍ତି- ପଶ୍ଚିମମୁଖୀ ହୋଇ ଗଙ୍ଗା ଯମୁନା ସହ ଯେଉଁଠି ମିଶିଛି ତୁମେ ଦୁଇଭାଇ ସେଠାକୁ ଯାଅ। ଏହାର ଅର୍ଥ ଗଙ୍ଗା ଯେତେବେଳେ ଯମୁନା ସହ ମିଳିତ ହୋଇଛି ସେତେବେଳେ ଗଙ୍ଗା ପଶ୍ଚିମମୁଖୀ ଥିଲା। ଏହା ମଧ୍ୟ ପ୍ରମାଣ କରେ, ଯମୁନା ମଧ୍ୟ ପଶ୍ଚିମମୁଖୀ ହୋଇ ପ୍ରବାହିତ ହେଉଥିଲା। କାରଣ, ଯଦି ଦୁଇଟି ଯାକ ନଦୀ ବିପରୀତମୁଖୀ ହୋଇ ପ୍ରବାହିତ ହୋଇଥାନ୍ତେ ତା’ହେଲେ ସେମାନେ ମିଳିତ ହୋଇପାରି ନ ଥାନ୍ତେ। ପ୍ରନତ୍ତାତ୍ତ୍ୱିକ ତଥ୍ୟରୁ ପ୍ରମାଣ ମିଳେ ଯେ, ଖ୍ରାଷ୍ଟପୂର୍ବ ୧୫୦୦ ବେଳକୁ ଯମୁନାନଗରରୁ ଯମୁନା ପଶ୍ଚିମମୁହଁା ହୋଇ ପ୍ରବାହିତ ହେଉଥିଲା। ଏହା ପରଠାରୁ ଯମୁନା ପୂର୍ବାଭିମୁଖୀ ହୋଇ ପ୍ରବାହିତ ହେବା ଆରମ୍ଭ କରିଛି। କିନ୍ତୁ ବର୍ତ୍ତମାନ ଶ୍ରୀରାମଙ୍କ ସମୟ ଖ୍ରାଷ୍ଟପୂର୍ବ ୨୦୦୦ ପୂର୍ବର ବୋଲି କୁହାଯାଉଛି। ଏଣୁ ଶ୍ରୀରାମଙ୍କ ସମୟର ଯେଉଁ ଯମୁନା କଥା କୁହାଯାଉଛି ତାହା ହୁଏତ ଖ୍ରୀଷ୍ଟପୂର୍ବ ୨୦୦୦ ପୂର୍ବରୁ ନିଶ୍ଚିତ ପ୍ରବାହିତ ହେଉଥିବ ଏବଂ ଏହା କେବଳ ହରିୟାଣା ଓ ରାଜସ୍ଥାନରେ ପଶ୍ଚିମମୁଖୀ ହୋଇ ପ୍ରବାହିତ ହେଉଥିବା ସେହି ପୁରାତନ ଯମୁନା ବୋଲି କୁହାଯାଇପାରେ। ତା’ପରେ ଦେଖିବା ସରଯୂ ନଦୀ କଥା। ଏହା ଗଙ୍ଗା ଓ ଯମୁନାର ଉପନଦୀ ଥିଲା। ଏଣୁ ଏହା ମଧ୍ୟ ସେହି ସମୟରେ ପଶ୍ଚିମ ଦିଗକୁ ପ୍ରବାହିତ ହୋଇଥିବ।
ଶ୍ରୀରାମଙ୍କ ଜନ୍ମସ୍ଥାନ ସମ୍ପର୍କରେ ଘାଘରା ନଦୀ ମଧ୍ୟ ଆମ ଦୃଷ୍ଟି ଆକର୍ଷଣ କରେ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ଅଧ୍ୟକ୍ଷତାରେ ୨୦୧୬ରେ ଗଠିତ ‘ରିପୋର୍ଟ ଅଫ୍‌ ଦି ଏକ୍ସପର୍ଟ କମିଟି ଟୁ ଷ୍ଟଡି ଦି ପାଲେଓଚାନେଲ୍ସ ଅଫ୍‌ ନର୍ଥ ଇଣ୍ଡିଆ’ (ଉତ୍ତର ଭାରତରେ ସୁପ୍ତ ବା ମୃତ ନଦୀ ଉପରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ କମିଟିର ରିପୋର୍ଟ)ରେ ପ୍ରତ୍ନତତ୍ତ୍ୱବିତ୍‌ କେ.ଏସ୍‌. ବଲିଦ୍ୟା ଦର୍ଶାଇଛନ୍ତି ଯେ, ଘୁରାମ ନାମକ ସ୍ଥାନ (ପଞ୍ଜାବ)ରେ ଥିବା ଏହିି ଘାଘରା ନଦୀକୁ ସରଯୂ କୁହାଯାଉଥିଲା। ଘଡାମ ମଧ୍ୟ ଘାଘରା ନଦୀ କୂଳରେ ଅବସ୍ଥିତ। ଏଣୁ ବାଲ୍ମୀକି ରାମାୟଣର ଭୌଗୋଳିକ ପ୍ରମାଣକୁ ଆଧାର କଲେ ଘଡାମ ପୁରାତନ ଅଯୋଧ୍ୟା ଥିଲା ବୋଲି କୁହାଯାଇପାରେ। ପୂର୍ବରୁ ଯାହା ଉଲ୍ଲେଖ କରାଯାଇଛି- ଗଙ୍ଗା ପଶ୍ଚିମାଭିମୁଖୀ ହୋଇ ଯମୁନା ସହ ମିଶିଛି, ଗଙ୍ଗାର ଉପନଦୀ ସରଯୂ ମଧ୍ୟ ପଶ୍ଚିମ ଦିଗକୁ ପ୍ରବାହିତ, ଘାଘରା ସରଯୂ ନାମରେ ପରିଚିତ ଏବଂ ଘାଘରା କୂଳରେ ଅବସ୍ଥିତ ଘଡାମ ହୁଏତ ପୁରାତନ ଅଯୋଧ୍ୟା ହୋଇଥାଇପାରେ।
ଶ୍ରୀରାମ ତାଙ୍କ ପୈତୃକ ଘର ଅଯୋଧ୍ୟା ନା ଅଜାଙ୍କ ଘର ଘଡାମରେ ଜନ୍ମ ନେଇଛନ୍ତି, ଏଭଳି ପ୍ରଶ୍ନର ସମାଧାନ ଏହିସବୁ ତଥ୍ୟରୁ ସ୍ଥିର କରାଯାଇପାରିବ ନାହିଁ। ବାଲ୍ମୀକି ରାମାୟଣ ମଧ୍ୟ ଏହା ଉପରେ ନୀରବ। ମୋତେ ବି କେତେଜଣ ଲୋକଗୀତିକାର କହିଛନ୍ତି ଯେ, କୋଶଳ ରାଜାଙ୍କର କୌଣସି ପୁତ୍ରସନ୍ତାନ ନ ଥିବାରୁ ସେ ତାଙ୍କ ନାତି ଶ୍ରୀରାମଙ୍କୁ ଉତ୍ତରାଧିକାରୀ ଭାବେ ବାଛିଥିଲେ। କିନ୍ତୁ ଏହି ତଥ୍ୟ ଉପରେ ଅଧିକ ଗବେଷଣା ଦରକାର। ଏମିତି ବି ହୋଇପାରେ, ଶ୍ରୀରାମ ଘଡାମ କିମ୍ବା ଅଯୋଧ୍ୟା ଏହି ଦୁଇଟି ସ୍ଥାନରୁ ଯେ କୌଣସି ଗୋଟିକରେ ଜନ୍ମ ଗ୍ରହଣ କରିଥିବେ। ବିଶ୍ୱାସକୁ ଗ୍ରହଣ କଲେ ହୁଏତ ଶ୍ରୀରାମ ଘଡାମରେ ଥିବା ତାଙ୍କ ଅଜାଙ୍କ ଘରେ ଜନ୍ମ ହୋଇଥିବେ କିମ୍ବା ଭୌଗୋଳିକ ତଥ୍ୟ ଆଧାରରେ ପୁରାତନ ଅଯୋଧ୍ୟାରେ ଜନ୍ମ ନେଇଥିବେ।
ଆମ ଆଗରେ ପ୍ରଶ୍ନ, ଆମେ ଶ୍ରୀରାମଙ୍କ ଜନ୍ମସ୍ଥାନ ଉପରେ ଗୁରୁତ୍ୱ ଦେବା ନା ତାଙ୍କ ନୀତିଶିକ୍ଷାକୁ ମାନିନେବା। ଉପରିଲିଖିତ୍ତ ଏ୍ୟତିହାସିକ ତଥ୍ୟ ମୁତାବକ ଶ୍ରୀରାମଙ୍କ ଜନ୍ମସ୍ଥାନ ଏବେ ବିତର୍କ ଭିତରକୁ ଠେଲି ହୋଇଯାଇଛି। ଅନ୍ୟପକ୍ଷରେ ଶ୍ରୀରାମଙ୍କ ନୀତିଶିକ୍ଷା ପୂରା ସ୍ବଚ୍ଛ ଓ ଶାଶ୍ୱତ। ତେଣୁ ଆମେ ଶ୍ରୀରାମଙ୍କ ଜନ୍ମସ୍ଥାନ ବିବାଦରେ ନ ପଶି ତାଙ୍କ ଆଦର୍ଶ ଓ ନୀତିଶିକ୍ଷାକୁ ଗୁରୁତ୍ୱ ଦେବା ଉଚିତ।
bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri