ନିୟମିତ ତଦାରଖ ହେବ ସରକାରୀ ଯୋଜନା

ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ‘୫-ଟି’, ମୋ ସରକାର କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ନିରଞ୍ଜନ ସାହୁ। ଏହି ଅବସରରେ ସେ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଲେ, ସରକାରୀ ଯୋଜନାଗୁଡ଼ିକର ନିୟମିତ ତଦାରଖ କରାଯିବ। ଜନସାଧାରଣ ସଚେତନ ହେଲେ କାର୍ଯ୍ୟକ୍ରମ ଅଧିକ ଫଳପ୍ରସୂ ହୋଇପାରିବ। ଏଥିଲାଗି ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯତ୍ନବାନ ହେବାକୁ ଆର୍‌ଡିସି ପରାମର୍ଶ ଦେଇଛନ୍ତି।
ରାଜ୍ୟର ୬ ସହରକୁ ଆଦର୍ଶ ସହରରେ ପରିଣତ କରାଯିବାକୁ ପ୍ରସ୍ତାବ ରହିଛି। ଏଥିରେ ଢେଙ୍କାନାଳର ନାମ ମଧ୍ୟ ରହିଛି। ଚଳିତ ଧାନସଂଗ୍ରହ ଋତୁରେ ଜିଲାର ଚାଷୀଙ୍କଠାରୁ ୫୩% ଧାନ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଥିଲା। ଏଥିସହ ଚାଷୀଙ୍କ ହିତ ଦୃଷ୍ଟିରୁ ଜଳସେଚନ ପାଇଁ ପ୍ରସ୍ତାବ ଦେବା, ଖରାଦିନ ପୂର୍ବରୁ ଅଚଳ ନଳକୂପଗୁଡିକର ମରାମତି, ହାତୀ ଉପଦ୍ରୁତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ, ହାତୀ ଉପଦ୍ରବ ରୋକିବା, ଲୋକନୃତ୍ୟ ମାଧ୍ୟମରେ ଜନସଚେତନତା ସୃଷ୍ଟି, ସ୍ବାସ୍ଥ୍ୟ ବିଭାଗରେ ଲାଗି ରହିଥିବା ସମସ୍ୟାର ସମାଧାନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବା, ରାଜସ୍ବ ସଂଗ୍ରହରେ ଯତ୍ନବାନ ହେବା, ଦୀର୍ଘଦିନ ଧରି ପଡ଼ି ରହିଥିବା ରାଜସ୍ବ ମାମଲାଗୁଡ଼ିକର ଫଇସଲା କରିବାକୁ ଆର୍‌ଡିସି ଗୁରୁତ୍ୱାରୋପ କରିଥିଲେ।
ଜିଲାରେ ପ୍ରଥମକରି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏ ନେଇ ୨ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ଚଳିତ ଆର୍ଥତ୍କ ବର୍ଷରେ ଗ୍ରାମୀଣ ଆବାସ ଯୋଜନାରେ ୧୭,୭୫୭ ଗୃହ ନିର୍ମାଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ଏବେ ସୁଦ୍ଧା ୯୭୪୭ଟିର କାମ ସମ୍ପୂର୍ଣ୍ଣ ହୋଇଥିବା ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା କହିଥିଲେ। ୫-ଟି, ମୋ ସରକାର ଅନ୍ତର୍ଗତ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ସମାପନ କରିବା ଦିଗରେ ଯତ୍ନବାନ ହେବାକୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ହିନ୍ଦୋଳ ଉପଜିଲାପାଳ ଉଦୟନାଥ ମହାପାତ୍ରଙ୍କ ସମେତ ଜିଲାର ପଦସ୍ଥ ଅଧିକାରୀ, ବିଡିଓ, ତହସିଲଦାରମାନେ ଉପସ୍ଥିତ ଥିଲେ। ଅପରାହ୍ନରେ କମିଶନର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମି ପରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ

କଲମପୁର,୨୧ା୩ (ଗଣେଶରାମ ବାଗ)- କଲମପୁର ଥାନା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ପାତ୍ରବସା…

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

ଖବର ପ୍ରସାର ପରେ ହାଟଡ଼ିହୀ ତହସିଲରେ ଅସ୍ଥାୟୀ ଭାବେ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…..

ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା…

ଅଣ ଓଡିଆ ଯୁବକଙ୍କୁ ଛୁଆ ଚୋର ଭାବି  ପିଟିପକାଇଲେ ଗାଁ ଲୋକେ: ଭିଡିଓ ଭାଇରାଲ ପରେ… 

ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri