Posted inଜାତୀୟ

ନିର୍ଭୟା ମାମଲା: ଦୋଷୀଙ୍କ କ୍ୟୁରେଟିଭ ପିଟିସନର ଶୁଣାଣି ଆଜି

ନୂଆଦିଲ୍ଲୀ,୧୪।୧: ନିର୍ଭୟା ଗଣ ବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟୁରେଟିଭ ପିଟିସନର ଶୁଣାଣି ମଙ୍ଗଳବାର ଦିନ ପ୍ରାୟ ୨ଟା ୩୦ ମିନିଟ୍‌ରେ କରାଯିବ। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। କ୍ୟୁରେଟିଭ ପିଟିସନ କ୍ଷମା ଆବେଦନର ଶେଷ ପର୍ଯ୍ୟାୟ। ସୂଚନାଯୋଗ୍ୟ, ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇବା ସହ ଆସନ୍ତା ୨୨ ତାରିଖରେ ଏମାନଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏହାପୁର୍ବରୁ ୨ ଦୋଷୀ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ ଦାଖଲ କରିଥିବା ବେଳେ ଅନ୍ୟ ୨ ଦୋଷୀ କ୍ଷମା ଆବେଦନ କରି ନାହାନ୍ତି। ଏହାକୁ ନେଇ ସମସ୍ତଙ୍କ ନଜର ନିର୍ଭୟାଙ୍କ ମା’ଙ୍କ ଉପରେ ଥିବା ବେଳେ ମଙ୍ଗଳବାର ନିର୍ଭୟାଙ୍କ ମା’ ଆଶାଦେବୀ କହିଛନ୍ତି, ମୋର ଆଶା ଅଛି ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହେବ ଓ ସେମାନେ ଆସନ୍ତା ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ। ଏହାସହ ନିର୍ଭୟାଙ୍କୁ ନ୍ୟାୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ରେଡ୍‌କ୍ରସ୍‌ କମିଟି ସହ ମ୍ୟାନ୍‌ମାର ପୂର୍ବତନ ନେତ୍ରୀ ସୁ ଚୀଙ୍କ ବୈଠକ

ବ୍ୟାଙ୍କକ୍‌,୪ା୮: ୨୦୨୧ର ସେନା ବିଦ୍ରୋହ ବଳରେ କ୍ଷମତାଚ୍ୟୁତ ହୋଇଥିବା ମ୍ୟାନ୍‌ମାରର ପୂର୍ବତନ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀ ସୋମବାର ରାଜଧାନୀ ବ୍ୟାଙ୍କକ୍‌ରେ ରେଡ୍‌କ୍ରସ ଅନ୍ତର୍ଜାତୀୟ କମିଟି…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍‌

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri