ନିର୍ବାଚନ ପାଇଁ ଅବକାରୀ ଚଢ଼ାଉ: ୪୧ ଦିନରେ ୨୦୬ ଗିରଫ

ବାଲେଶ୍ୱର ଅଫିସ, ୨୨।୪-୨୦୧୯ ସାଧାରଣ ନିର୍ବାଚନ ପାଇଁ ବାଲେଶ୍ୱର ଜିଲା ଅବକାରୀ ବିଭାଗ ତତ୍ପର ହୋଇପଡିଛି। ୮ ବିଧାନସଭା ମଣ୍ଡଳୀରେ ଅବକାରୀ ସ୍କ୍ବାଡ ମାଧ୍ୟମରେ ବ୍ୟାପକ ଚଢାଉ କରାଯାଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।  ଜିଲା ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ୪୧ ଦିନ ମଧ୍ୟରେ ୨୦୬ ଜଣ ଚୋରା ବେପାରୀଙ୍କୁ ଗିରଫ କରାଯାଇଛି।

ଚଢାଉ ବେଳେ ୮୮୪୫ ଲିଟର ଚୋରା ରନ୍ଧା ଦେଶୀମଦ, ୯୪ଲିଟର ବିଦେଶୀ ମଦ, ପଶ୍ଚିମବଙ୍ଗରୁ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ୨୭୩ ଲିଟର ବିଅର, ୩୫.୧୮୦ ଲିଟର ବିଅର, ପୋଚ ୧୯୫୦ କି.ଗ୍ରା., ୧୧.୪୦୦ ଲିଟର ଦେଶୀ ମଦ,  ନକଲି ବିଦେଶୀ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବିପୁଳ ପରିମାଣର ହୋଲୋଗ୍ରାମ, ଏଡେସିଭ୍‌ ଲେବଲ ଠିପି ସହ ୧୪୨ ଗ୍ରାମ ବ୍ରାଉନସୁଗାର ଏବଂ ଏଥିରେ ବ୍ୟବହୃତ ୩ ଚାରିଚକିଆ ଯାନ, ୧୨ ମୋଟର ସାଇକେଲ ଏବଂ ଗୋଟିଏ ସାଇକେଲ ଜବତ କରାଯାଇଛି। ଏସବୁ ଜବତ ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୫୦ଲକ୍ଷରୁ  ଊର୍ଦ୍ଧ୍ୱ ହେବ।

ଉଲ୍ଲେଖଯୋଗ୍ୟ,  ବାଲେଶ୍ୱର ଜିଲାର ସୀମାବର୍ତ୍ତୀ ଉଦୟପୁର, ଦୀଘା, ଚନ୍ଦନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଶନିବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଶୁଳ୍କ ବିହୀନ ପଶ୍ଚିମବଙ୍ଗର ବିୟର ଏବଂ ବିଦେଶୀ ମଦ ଜବତ କରାଯାଇଛି।  ସେହିପରି ସୋର ଓ ଭଦ୍ରକ ସୀମାନ୍ତରେ ୨ ଗୋଟି ନକଲି ବିଦେଶୀ ମଦ କାରଖାନା ଠାବ ସହିତ ସନ୍ଦିଗ୍ଧମାନଙ୍କୁ ଗିରଫ କରାଯାଇଛି। ଏହି ଚଢାଉରେ ଅବକାରୀ ଉପଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନା, ସଦର ଅବକାରୀ ନିରୀକ୍ଷକ, ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଉଦେଲାଲ ନାୟକ, ଜଳେଶ୍ୱର ଅବକାରୀ ଥାନାର ଉପନିରୀକ୍ଷକ ହରପ୍ରସାଦ ରଣା, ବସ୍ତା ଅବକାରୀ ଥାନାର ଉପନିରୀକ୍ଷକ ଆମ୍ପା ମାରାଣ୍ଡି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଅଭୟ କୁମାର ନାୟକ ଏବଂ ଏପିଆର ଫୋର୍ସ ଏହି ଚଢ଼ାଉରେ ସହଯୋଗ କରିଥିଲେ। ଏପରି ଚଢ଼ାଉ ଚଳିତ ସାଧାରଣ ନିର୍ବାଚନ ସରିବା ପର୍ଯ୍ୟନ୍ତ ଚାଲୁ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri