ନିଯୁକ୍ତି ବ୍ୟବସ୍ଥାରେ ସ୍ବଚ୍ଛତା ପ୍ରୟାସ: ଓପିଏସ୍‌ସି ଆରମ୍ଭ କଲା ୱେବ୍‌ପୋର୍ଟାଲ

କଟକ ଅଫିସ୍‌, ୬ା୨: ସରକାରୀ ପଦ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଦିଗରେ ପଦକ୍ଷେପ ନେଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ବୁଧବାର ଓପିଏସ୍‌ସି ପକ୍ଷରୁ ଅତ୍ୟାଧୁନିକ ୱେବ୍‌ପୋର୍ଟାଲ ବା କମ୍ପ୍ରେହେନ୍‌ସିଭ୍‌ ସିଲେକ୍ସନ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ସିଏସ୍‌ଏମ୍‌ଏସ୍‌) ଆରମ୍ଭ ହୋଇଛି। ଅଧ୍ୟକ୍ଷ ବ୍ରିଗେଡିୟର୍‌ ଲକ୍ଷ୍ମୀଚରଣ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ନିଯୁକ୍ତି ବିଜ୍ଞପ୍ତିଠାରୁ ପରୀକ୍ଷା ଓ ଫଳ ପ୍ରକାଶ ପର୍ଯ୍ୟନ୍ତ ଏଣିକି ଏସବୁ କାର୍ଯ୍ୟ ଖୁବ୍‌ କମ୍‌ ସମୟ ମଧ୍ୟରେ ଶେଷ ହେବ। ଫଳରେ ଚାକିରି ଆଶାୟୀଙ୍କୁ ପୂର୍ବଭଳି ଅନେକ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଅଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଅଭିଯାନର ଫଳସ୍ବରୂପ ଏଭଳି ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ପୋର୍ଟାଲ୍‌ ପ୍ରସ୍ତୁତ କରିବାରେ ଏନ୍‌ଆଇସି ସହଯୋଗ କରିଛି।
ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷ ପଟ୍ଟନାୟକ କହିଲେ, ନିଯୁକ୍ତି ପ୍ରକ୍ରିୟାକୁ ସୀମିତ ସମୟ ଭିତରେ ସାରିବା ସହ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ଏହି ୱେବ୍‌ସାଇଟ୍‌ (www.opsc.gov.in) ଲଞ୍ଚ୍‌ କରାଯାଇଛି। ଯେକୌଣସି ବିଭାଗରେ ନିଯୁକ୍ତି ପାଇଁ ପ୍ରଥମେ ସରକାରଙ୍କ ତରଫରୁ ଏକ ଚିଠି ଆସୁଥିଲା। ସେହି ଚିଠିରେ ଉକ୍ତ ପଦବୀ ସମ୍ପର୍କରେ ତଥ୍ୟ ସହ ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ସମ୍ପର୍କରେ ବିବରଣୀ ରହୁଥିଲା। ଯଦି କମିଶନ୍‌କୁ କିଛି ଅଧିକ ତଥ୍ୟ ଆବଶ୍ୟକ ପଡ଼ୁଥିଲା, ପୁଣି ଥରେ ସରକାରଙ୍କ ପାଖକୁ ଚିଠି ଲେଖିବାକୁ ପଡ଼ୁଥିଲା। ପରେ ପରୀକ୍ଷା ଓ ଫଳ ପ୍ରକାଶ ପାଉଥିଲା। ଏସବୁ କାର୍ଯ୍ୟ ମାନୁଆଲି କରାଯାଉଥିବାରୁ ପ୍ରାୟ ୯ମାସରୁ ଗୋଟିଏ ବର୍ଷ ସମୟ ଲାଗୁଥିଲା। ଏଣିକି ଅନ୍‌ଲାଇନ୍‌ରେ ଉଭୟ ପକ୍ଷ ତଥ୍ୟ ଦିଆନିଆ କରିବେ। ଅନ୍ୟପଟେ ଏହାଦ୍ୱାରା ପରୀକ୍ଷାର୍ଥୀ ମଧ୍ୟ ଉପକୃତ ହେବେ। ପୂର୍ବରୁ ସେମାନେ ଚାକିରି ପାଇଁ ଆବେଦନ କରିବା ସମୟରେ ବାରମ୍ବାର ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ତଥ୍ୟ ଦେଉଥିଲେ। ଏବେ ଗୋଟିଏ ଥର ପ୍ରାର୍ଥୀଙ୍କ ନାମ ୱେବ୍‌ପୋର୍ଟାଲରେ ପଞ୍ଜୀକୃତ ହେବା କ୍ଷଣି ତାଙ୍କୁ ଏକ ସ୍ବତନ୍ତ୍ର ନମ୍ବର ବା ପର୍ମାନେଣ୍ଟ ପବ୍ଲିକ ସର୍ଭିସ୍‌ ଆକାଉଣ୍ଟ ନମ୍ବର (ପିପିଏସ୍‌ଏଏନ୍‌) ମିଳିଯିବ। ଏଥିରେ ପ୍ରାର୍ଥୀଙ୍କ ସମସ୍ତ ପ୍ରକାର ତଥ୍ୟ ଯଥା ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା ସମ୍ପର୍କିତ ତଥ୍ୟ ରହିବ। ଫଳରେ ଆଗାମୀ ଦିନରେ ସେ ଯଦି ଅନ୍ୟ ପଦବୀ ପାଇଁ ଆବେଦନ କରିବେ, ତେବେ ଆଉ ନିଜ ସମ୍ପର୍କିତ କୌଣସି ତଥ୍ୟ ଦେବାକୁ ପଡ଼ିବନି। କେବଳ ପିପିଏସ୍‌ଏଏନ୍‌ ନମ୍ବର ଦେଇଦେଲେ ଯଥେଷ୍ଟ। ସେହିଭଳି ପରୀକ୍ଷାର ଫଳାଫଳ ଶୀଘ୍ର ପ୍ରକାଶ ପାଇପାରିବ। ପ୍ରାର୍ଥୀ ଚାହିଁଲେ ଉତ୍ତରଖାତା ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ୱେବ୍‌ସାଇଟ୍‌ରେ ଆପତ୍ତି ଅଭିଯୋଗ ଗ୍ରହଣ, ଆବେଦନକାରୀଙ୍କ ତଥ୍ୟ ଯାଞ୍ଚ, ନିଯୁକ୍ତି ପରିଚାଳନା, ଅନ୍‌ଲାଇନ୍‌ ପ୍ରଶ୍ନବ୍ୟାଙ୍କ୍‌, ପରୀକ୍ଷା କେନ୍ଦ୍ର ତଥ୍ୟ, ଅନ୍‌ଲାଇନ୍‌ ଡକ୍ୟୁମେଣ୍ଟ ଭେରିଫିକେଶନ୍‌ ଆଦି ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ମୋବାଇଲ୍‌ ଆପ୍ଲିକେଶନ୍‌ ମଧ୍ୟ ଲଞ୍ଚ୍‌ କରାଯିବ ବୋଲି ଅଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ବରିଷ୍ଠ ପରାମର୍ଶଦାତା ଅବସରପ୍ରାପ୍ତ କର୍ନେଲ୍‌ ଶ୍ରୀପ୍ରକାଶ ପାଣି, ଏନ୍‌ଆଇସି ଭୁବନେଶ୍ୱରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଅନୁରାଗ ପ୍ରସାଦ, ପ୍ରତିଭା ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଉପସଚିବ ମୈତ୍ରୀ ଭଟ୍ଟାଚାର୍ଯ୍ୟ ଅତିଥିଙ୍କୁ ସ୍ବାଗତ କରିଥିଲେ। ସଚିବ କୁମୁଦ ରଞ୍ଜନ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଅଧ୍ୟକ୍ଷଙ୍କ ସ୍ବତନ୍ତ୍ର କାର୍ଯ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri