ନିଯୁକ୍ତି କ୍ଷେତ୍ରକୁ ଚରିଯିବ ଭାଇରସ୍‌

ଜେନେଭା,୧୦।୪: ମହାମାରୀ କରୋନା(କୋଭିଡ୍‌-୧୯) ଯୋଗୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଚାଲିଛି ଲକ୍‌ଡାଉନ। ଏହି ଭାଇରସ୍‌ ମୁକାବିଲା ଯୋଗୁ ବ୍ୟାପକ ସଂଖ୍ୟାରେ ନିଯୁକ୍ତି ଦେଇଥିବା ଶିଳ୍ପ, କାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ସେବାକ୍ଷେତ୍ର ଅଚଳ ହୋଇପଡ଼ିଛି। ଏହା ଅର୍ଥନୀତିକୁ ସର୍ବାଧିକ ପ୍ରଭାବିତ କରିବା ସହ ୨୦୨୦ର ଦ୍ୱିତୀୟ ତ୍ରୈମାସିକରେ ବିଶ୍ୱର ୬.୭% କାର୍ଯ୍ୟ ସମୟ (ଓ୍ବାର୍କିଂ ଆଓ୍ବାର୍ସ)କୁ ବିଲୋପ କରିବ, ଯାହା ୧୯୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସହ ସମାନ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) କହିଛି।
ଆରବ ଦେଶଗୁଡ଼ିକରେ ୮.୧%(୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ ସହ ସମାନ), ୟୁରୋପରେ ୭.୮% (୧୨ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀ), ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୭.୨%(୧୨୫ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀ) କାର୍ଯ୍ୟ ସମୟ ହ୍ରାସ ଘଟିବା ପୂର୍ବାନୁମାନ କରାଯାଉଛି। ବିଭିନ୍ନ ଆୟକାରୀ ଗୋଷ୍ଠୀ ବିପୁଳ କ୍ଷତି ସହିବା ଆଶଙ୍କା ରହିଛି। ବିଶେଷକରି ଉଚ୍ଚ-ମଧ୍ୟମ ଆୟକାରୀ ଦେଶଗୁଡ଼ିକ ୭% ଅର୍ଥାତ୍‌ ୧୦୦ ନିୟୁତ ପୂର୍ଣ୍ଣକାଳୀନ କର୍ମଚାରୀଙ୍କ କାର୍ଯ୍ୟ ସମୟ କ୍ଷତି ସହିବେ। ଏହା ୨୦୦୮-୦୯ ମାନ୍ଦାବସ୍ଥାର ପ୍ରଭାବଠାରୁ ବହୁଗୁଣ ଅଧିକ। ଏଥିଯୋଗୁ ରହିବା, ଖାଦ୍ୟ, ଉତ୍ପାଦନ, ଖୁଚୁରା କାରବାର, ବ୍ୟବସାୟ, ପ୍ରଶାସନିକ କାର୍ଯ୍ୟକଳାପ ଆଦି କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି।
୨୦୨୦ରେ ବିଶ୍ୱରେ ସମ୍ଭାବ୍ୟ ବେରୋଜଗାରୀ ବୃଦ୍ଧି ବାସ୍ତବରେ ଭବିଷ୍ୟତର ବିକାଶ ଓ ନୀତିଗତ ପଦକ୍ଷେପ ଉପରେ ନିର୍ଭର କରିବ। ବେକାରି ବୃଦ୍ଧି କ୍ଷେତ୍ରରେ ଆଇଏଲ୍‌ଓର ପ୍ରାରମ୍ଭିକ ଆକଳନ ୨୫ ନିୟୁତ ଥିବାବେଳେ ବର୍ଷ ଶେଷକୁ ଏହି ସଂଖ୍ୟା ବୃଦ୍ଧି ଘଟିବା ଆଶଙ୍କା ରହିଛି। କାର୍ଯ୍ୟକ୍ଷେତ୍ର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବନ୍ଦ ହେବା ଦ୍ୱାରା ୩.୩ ବିଲିୟନ ବିଶ୍ୱ ଶ୍ରମଶକ୍ତିର ପ୍ରତି ୫ଜଣଙ୍କ ମଧ୍ୟରୁ ୪ଜଣ(୮୧ପ୍ରତିଶତ) ପ୍ରଭାବିତ ହୋଇଛନ୍ତି।
ଆଇଏଲଓ ମହାନିର୍ଦ୍ଦେଶକ ଗାୟ ରାଇଡର୍‌ କହିଛନ୍ତି ଯେ, ‘ଉଭୟ ବିକଶିତ ଓ ବିକାଶଶୀଳ ଦେଶରେ ଶ୍ରମିକ ଏବଂ ବ୍ୟବସାୟୀମାନେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏହାର ମୁକାବିଲା ପାଇଁ ଆମକୁ ଏକାଠି ହୋଇ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପଡ଼ିବ। ଠିକ୍‌ ଓ ଜରୁରୀ ପଦକ୍ଷେପ ଜୀବନ ଓ ମରଣ ସମସ୍ୟାର ସମାଧାନ କ୍ଷେତ୍ରରେ ବାଟ ଫିଟାଇପାରେ।’
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧.୨୫ ବିଲିୟନ ଶ୍ରମିକ ନିୟୋଜିତ ଥିବା କେତେକ କ୍ଷେତ୍ର ଚିହ୍ନଟ ହୋଇଛି, ଯେଉଁଥିରେ ଚାକିରି ଛଟେଇ, ଦରମା ଏବଂ କାର୍ଯ୍ୟ ସମୟ ହ୍ରାସ ହେବା ଆଶଙ୍କା ରହିଛି। ବହୁ ସ୍ବଳ୍ପ ବେତନ ପ୍ରାପ୍ତ, ସ୍ବଳ୍ପ କୁଶଳୀ କର୍ମଚାରୀ ହଠାତ୍‌ ଆୟ ହରାଇ ପାରନ୍ତି, ଯାହା ସେମାନଙ୍କ ପାଇଁ ଘାତକ ସାଜିବ। ଏହି ବିପଦପୂର୍ଣ୍ଣ କ୍ଷେତ୍ରଗୁଡିକରେ ଆମେରିକାର ୪୩% ଏବଂ ଆଫ୍ରିକାରେ ୨୬% କର୍ମଚାରୀ ନିୟୋଜିତ ରହିଛନ୍ତି। ଏହି ଅଧ୍ୟୟନ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ସାମାଜିକ ନିରାପତ୍ତା ଅଭାବ, ଜନସଂଖ୍ୟାର ସାନ୍ଧ୍ରତା ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ସାମର୍ଥ୍ୟର ଅଭାବ ସରକାରଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri