ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ : ହଷ୍ଟେଲ ଛାଡ଼ିଲେ ୪୮ ଛାତ୍ରୀ

ରାମନାଗୁଡ଼ା/ଗୁଣପୁର,୫ା୮(ଡି.ଏନ.ଏ.) : ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ନାଇରା ଆଶ୍ରମ ବିଦ୍ୟାଳୟର ୪୮ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ନିମ୍ନମାନର ଖାଦ୍ୟ ପ୍ରଦାନ ଓ ସହାକରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେମାନେ ସହକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି ଦାବି କରିଥିଲେ। ଶେଷରେ ପିଲାମାନଙ୍କ ଜିଦ୍‌ ଆଗରେ ପ୍ରଶାସନ ମୁଣ୍ଡ ନୁଆଇଥିଲା। ସହକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଡେପୁଟେଶନରେ ପଠାଇବା ପରେ ଛାତ୍ରୀମାନେ ହଷ୍ଟେଲକୁ ଫେରିଥିଲେ।
ରବିବାର ଅପରାହ୍ନ ୨ଟାରେ ସମସ୍ତ ଅନ୍ତେବାସୀ ହଷ୍ଟେଲ ଛାଡ଼ିଥିଲେ। ସେମାନେ ପ୍ରାୟ ୬ କିମି ଚାଲି ଚାଲି ଚକ୍ରଗୁଡ଼ା ଗ୍ରାମରେ ପହଞ୍ଚତ୍ଥିଲେ। ନାଇରା ସରପଞ୍ଚ ତୁଳସୀ ଶବର ସେମାନଙ୍କୁ ଦେଖି ପଚରାଉଚରା କରିଥିଲେ। ସବୁ ସମସ୍ୟା ଶୁଣିବା ପରେ ସରପଞ୍ଚ ସେମାନଙ୍କୁ ବୁଝାଶୁଝା କରି ହଷ୍ଟେଲ ଫେରିଯିବାକୁ ଚେଷ୍ଟା କରିଥିଲେ। ହେଲେ ପିଲାମାନେ ହଷ୍ଟେଲକୁ ଫେରିବାକୁ ଅରାଜି ହୋଇଥିଲେ। ସରପଞ୍ଚ ଛାତ୍ରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆଣିଥିଲେ। ଖବରପାଇ ଜିଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ,ବିଇଓ ପ୍ରସନ୍ନ ନାୟକ, ସହକାରୀ ଜିଲା ମଙ୍ଗଳ ଅଧିକାରୀ ବିଦ୍ୟାଭୂଷଣ ମହାନ୍ତି, ପଦ୍ମପୁର ତହସିଲଦାର ନୀଳମାଧବ ମାଝି, ଡବ୍ଲ୍ୟୁଇଓ ଅସୀମା ରାଓ ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଛି। ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ମିନାକ୍ଷୀ ବାରିକ ସେମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଏଣୁ ତୁରନ୍ତ ତାଙ୍କୁ ବଦଳି କରାଯାଉ ବୋଲି ଛାତ୍ରୀମାନେ ଦାବି କରିଆସୁଥିଲେ ମଧ୍ୟ କେହି ସେମାନଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି ା ତେଣୁ ବାଧ୍ୟ ହୋଇ ହଷ୍ଟେଲ ଛାଡ଼ିଲୁ ବୋଲି ଛାତ୍ରୀମାନେ ଅଭିଯୋଗ କରିଥିଲେ। ଶେଷରେ ଛାତ୍ରୀମାନଙ୍କ ଦାବି ଆଗରେ ପ୍ରଶାସନକୁ ମୁଣ୍ଡ ନୁଆଇବାକୁ ପଡ଼ିଥିଲା। ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ବାରିକଙ୍କୁ ଡେପୁଟେଶନରେ ଅନ୍ୟତ୍ର ବଦଳି କରାଯାଇଥିଲା। ପରେ ୪୭ ଛାତ୍ରୀ ହଷ୍ଟେଲକୁ ଫେରିଥିଲେ। ଆଉ ଜଣେ ଛାତ୍ରୀ ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମକୁ ଚାଲିଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ନିମ୍ନମାନର ଖାଦ୍ୟ ଯୋଗାଣ ପ୍ରତିବାଦରେ ଛାତ୍ରୀମାନେ ଦୁଇ ଦିନ ଧରି ଭୋକ ଉପବାସରେ ଆନ୍ଦୋଳନ ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri