ନିବେଶକଙ୍କୁ ୬.୮୨ ଲକ୍ଷ କୋଟି ଫାଇଦା

ମୁମ୍ବାଇ,୨୧-୯: ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଓ ନିବେଶକଙ୍କ ସମ୍ପର୍କିତ ଘୋଷଣା ଦ୍ୱାରା ଶୁକ୍ରବାର ଶେୟାର ବଜାରରେ ରେକର୍ଡ ବୃଦ୍ଧି ଦେଖାଯାଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୯୨୧.୧୫ ପଏଣ୍ଟ ବୃଦ୍ଧି ପାଇ ୩୮,୦୧୪.୬୨ରେ ବନ୍ଦ ହୋଇଥିଲା। ଇଣ୍ଟ୍ରା-ଡେ ବା ଦିନର କାରବାର ମଧ୍ୟରେ ଗୋଟିଏ ସମୟରେ ଏହା ୨୨୮୪.୫୫ ପଏଣ୍ଟ ବୃଦ୍ଧି ପାଇଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୫୬୯.୪୦ ପଏଣ୍ଟ ବୃଦ୍ଧି ପାଇ ୧୧,୨୭୪ରେ ବନ୍ଦ ହୋଇଛି। ଇଣ୍ଟ୍ରା-ଡେରେ ଏହା ୬୭୭ ପଏଣ୍ଟ ବୃଦ୍ଧି ପାଇଥିଲା। ୧୦ ବର୍ଷ ଭିତରେ ଗୋଟିଏ ଦିନରେ ସେନ୍‌ସେକ୍ସ ସର୍ବାଧିକ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ନିବେଶକ ଗୋଟିଏ ଦିନରେ ୬.୮୨ ଲକ୍ଷ କୋଟି ଟଙ୍କା ଫାଇଦା ପାଇଛନ୍ତି। ଏଥିପୂର୍ବରୁ ୨୦୦୯ ମେ ୧୮ରେ ବଜାରରେ ଗୋଟିଏ ଦିନରେ ୨୧୧୦ ପଏଣ୍ଟ ବୃଦ୍ଧି ପାଇଥିଲା। ସେତେବେଳେ ତତ୍କାଳୀନ ଉପା ସରକାର ପୁନର୍ବାର କ୍ଷମତାକୁ ଫେରିଥିଲେ। ମାର୍କେଟ ଏହାର ଉତ୍ସବ ପାଳନ କରିଥିଲା। କର୍ପୋରେଟ ସେକ୍ଟର ଓ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ପକ୍ଷରୁ ବ୍ୟାପକ ହାରରେ କିଣାକିଣି କରାଯିବାରୁ ଶୁକ୍ରବାର ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିିଳିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସୀତାରାମନ୍‌ଙ୍କ ଘୋଷଣା ପରେ ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଫଳରେ ବଜାରର ମାର୍କେଟ କ୍ୟାପିଟାଲାଇଜେଶନ ୧୩୮.୫୪ ଲକ୍ଷ କୋଟି ଟଙ୍କାରୁ ଏକାଥରକେ ୧୪୩.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକ ୫ ଲକ୍ଷ କୋଟି ଟଙ୍କା ଫାଇଦା ହାସଲ କରି ମାଲାମାଲ ହୋଇଥିଲେ। ସେନ୍‌ସେକ୍ସର ୩୦ରୁ ୨୫ ଏବଂ ନିଫ୍ଟିର ୫୦ ମଧ୍ୟରୁ ୪୪ ଶେୟାର ବୃଦ୍ଧି ସହିତ ବନ୍ଦ ହୋଇଥିଲା। ଏନ୍‌ଏସ୍‌ଇରେ ୧୧ରୁ ୧୦ ସେକ୍ଟର ଫାଇଦାରେ ରହିଥିଲା। ଅଟୋ ଇଣ୍ଡେକ୍ସ ସବୁଠାରୁ ଅଧିକ ୯.୯% ବୃଦ୍ଧି ପାଇଥିଲା। ଏହା ୨୦୦୯ ମେ ପରେ ସର୍ବାଧିକ ବୃଦ୍ଧି କୁହାଯାଉଛି। ବଜାର ବିଶ୍ଳେଷକ ସେଣ୍ଟ୍ରାଲ ଓ୍ବେଲ୍‌ଥ ମ୍ୟାନେଜମେଣ୍ଟ ମୁଖ୍ୟ ଦେବାଙ୍ଗ ମେହଟା କହିଛନ୍ତି ଯେ ସରକାରଙ୍କ ଘୋଷଣା ଯୋଗୁ ଆର୍ଥିକ ବିକାଶ ଗତିଶୀଳ ହେବ। ଏଥିଯୋଗୁ କର୍ପୋରେଟ ଓ କ୍ୟାପିଟାଲ ମାର୍କେଟ ଉତ୍ସାହିତ। ମନୋଭାବରେ ସୁଧାର ହେବା ମୁଖ୍ୟ ପ୍ରସଙ୍ଗ। କାରଣ ମନୋଭାବ ବିଗିଡିଯିବା କାରଣରୁ ଗତ କିଛି ଦିନ ହେବ ବଜାର ନିମ୍ନଗାମୀ ହୋଇଚାଲିଥିଲା। ସୂଚନାଥାଉ କି, ଗୋଟିଏ ଦିନରେ ବଡ଼ ଧରଣର ବୃଦ୍ଧି ଚଳିତବର୍ଷ ଚତୁର୍ଥ ଥର ଦେଖିବାକୁ ମିଳିଛି। ଏଥିପୂର୍ବରୁ ସର୍ବାଧିକ ବୃଦ୍ଧି ମେ ୨୦ରେ ହୋଇଥିଲା। ମେ ୧୯ରେ ସାଧାରଣ ନିର୍ବାଚନ ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଥିଲା। ଫଳରେ ବଜାରରେ ଯଥେଷ୍ଟ ବୃଦ୍ଧି ଦେଖାଯାଇଥିଲା। ସେତେବେଳେ ସେନ୍‌ସେକ୍ସ ୧୪୮୨ ପଏଣ୍ଟ ବୃଦ୍ଧି ପାଇଥିଲା। ସୂଚନାଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସକୁ ୨୫.୧୭%କୁ ହ୍ରାସ ଘୋଷଣା କରିଛନ୍ତି। ସେହିପରି ମିନିମମ୍‌ ଅଲ୍ଟରନେଟ୍‌ ଟ୍ୟାକ୍ସକୁ ୧୫%କୁ କମାଇବା ସହ କ୍ୟାପିଟାଲ ଗେନ୍‌ ଟ୍ୟାକ୍ସ ଉପରେ ଲାଗୁ ହୋଇଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାଛଡ଼ା ଅକ୍ଟୋବର ପହିଲା ପରେ ନୂଆ ଭାବେ ପ୍ରତିଷ୍ଠିତ ହେବାକୁ ଥିବା ମାନୁଫାକ୍‌ଚରିଂ ୟୁନିଟ୍‌ ପାଇଁ ଟିକସକୁ ୧୫%କୁ ହ୍ରାସ ଘୋଷଣା କରାଯାଇଛି। ଏହାଦ୍ୱାରା ନିବେଶ ବୃଦ୍ଧି ପାଇବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri