Posted inଜାତୀୟ

ଭାରତରେ ବଢ଼ିଚାଲିଛି ସଂକ୍ରମଣ: ନିଜ ନାଗରିକଙ୍କୁ ଫେରାଇନେବ ଚାଇନା

ନୂଆଦିଲ୍ଲୀ,୨୫ା୫-ଭାରତ-ଚାଇନା ସୀମାରେ ଗତ କିଛିଦିନ ହେଲା ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ଲାଗି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଥିଲେ ହେଁ ସମାଧାନର ସୂତ୍ର ବାହାରିପାରିନାହିଁ। ଏଭଳି ସ୍ଥିତିରେ ଭାରତରେ ଥିବା ଏହାର ନାଗରିକଙ୍କୁ ଫେରାଇ ନେବା ଲାଗି ଯୋଜନା କରିଛି ବେଜିଂ। ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ନିଜ ନାଗରିକଙ୍କୁ ଫେରାଇନେବାକୁ ଚାହୁଁଥିବା ନୂଆଦିଲ୍ଲୀସ୍ଥିତ ଚାଇନା ଦୂତାବାସ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତିରେ କୁହାଯାଇଛି। ଭାରତରେ ଅଟକି ରହିଥିବା ଛାତ୍ରୀଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀ ସ୍ବତନ୍ତ୍ର ବିମାନ ଯୋଗେ ଚାଇନା ଫେରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯେଉଁମାନେ ଫେରିବାକୁ ଚାହୁଁଛନ୍ତି, ସେମାନେ ୨୭ ତାରିଖ ସକାଳ ସୁଦ୍ଧା ନାମ ପଞ୍ଜୀକରଣ କରିବା ଲାଗି ବେଜିଂ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରିକି ଭାରତରେ ଯୋଗ ଅଭ୍ୟାସ କରୁଥିବା ଓ ବୌଦ୍ଧଧର୍ମ ତୀର୍ଥଯାତ୍ରାରେ ଆସିଥିବା ଚାଇନା ନାଗରିକଙ୍କୁ ଫେରିଯିବା ଲାଗି କୁହାଯାଇଛି। ଭାରତ ସର୍ବାଧିକ ସଂକ୍ରମିତ ୧୦ ଦେଶ ମଧ୍ୟରେ ସ୍ଥାନ ପାଇବା ସହ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧.୪୦ ଲକ୍ଷ ହେଲାଣି। ତେଣୁ ସେଠାରେ ଅସୁବିଧାରେ ପଡ଼ି ଅଟକି ରହିଥିବା ନାଗରିକଙ୍କୁ ଫେରାଇନେବାକୁ ଚାଇନା ଆଗ୍ରହ ପ୍ରକାଶ କରିଛି। ଫେରିବାକୁ ଚାହୁଁଥିବା ନାଗରିକଙ୍କ କ୍ୱାରାଣ୍ଟାଇନ ଓ ଅନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଅସୁବିଧାରେ ଥାଇ ଶୀଘ୍ର ଫେରିବାକୁ ଚାହୁଥିବା ଛାତ୍ର, ପର୍ଯ୍ୟଟକ ଓ ସାମୟିକ ବ୍ୟବସାୟୀଙ୍କୁ ଭାରତରେ ଥିବା ଚାଇନା ଦୂତାବାସ ଓ ବାଣିଜି୍ୟକ ଦୂତାବାସ ସହାୟତା କରିବ ବୋଲି ନୋଟିସ୍‌ରେ କୁହାଯାଇଛି।
ଅନ୍ୟପକ୍ଷରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଉଭୟ ପକ୍ଷ ସୈନ୍ୟ ମୁହଁାମୁହିଁ ହେବା ଫଳରେ ସୀମାରେ ଉତ୍ତେଜନା ଲାଗି ରହିଛି। ଏହାକୁ ହ୍ରାସ କରିବା ସକାଶେ ଦୁଇ ପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଏବଂ ଭାରତୀୟ ସେନା ମଧ୍ୟରେ ଏକାଧିକ ବୈଠକ ବସିଲାଣି। ତେବେ ସୋମବାର ସୁଦ୍ଧା ସମାଧାନର ପନ୍ଥା ବାହାରିପାରି ନ ଥିବା ଏକ ସୂତ୍ରରୁ ଜଣାପଡିଛି। ଅଧିକ କମାଣ୍ଡର ସ୍ତରୀୟ ଆଲୋଚନା କରାଯିବାର ଯୋଜନା ରହିଛି। ୫ ଥର ଆଲୋଚନା ସତ୍ତ୍ୱେ ସମାଧାନ ସୂତ୍ର ବାହାରିପାରି ନ ଥିବା ଜଣେ ଉଚ୍ଚପଦସ୍ଥ ସେନା ଅଧିକାରୀ କହିଛନ୍ତି। ସୀମାରେ ସ୍ଥିତାବସ୍ଥା ବଜାୟ ରହିଛି। ପ୍ରକୃତ ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ଭାରତ ନିର୍ମାଣ କାର୍ଯ୍ୟ ଜାରି ରଖିବ ବୋଲି ସେ ସୂଚନା ଦେଇଛନ୍ତି। ଉଭୟ ପକ୍ଷ ସୀମାରେ ସୈନ୍ୟ ସଂଖ୍ୟା ବଢ଼ାଇଛନ୍ତି। ଗତ ୫ ତାରିଖରୁ ଚାରିଟି ସ୍ଥାନରେ ଉଭୟ ପକ୍ଷର ୧୦୦୦ରୁ ଊର୍ଦ୍ଧ୍ୱ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ପୂର୍ବ ଲଦାଖର ପଙ୍ଗଓଙ୍ଗ ସୋ ସେକ୍ଟର ଏବଂ ଗଲଓ୍ବନ ଉପତ୍ୟକା ଅଞ୍ଚଳରେ ଚାଇନା ଅଧିକ ସୈନ୍ୟ ମୁତୟନ କରିଥିବାରୁ ଭାରତୀୟ ସେନା ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଛି। ଏହା ବ୍ୟତୀତ ଲଦାଖର ଟ୍ରିଗ୍‌ ହାଇଟ୍ସ, ଡେମ୍‌ଚୋକ ଏବଂ ଚୁମାର ଅଞ୍ଚଳରେ ମଧ୍ୟ ଉତ୍ତେଜନା ଲାଗି ରହିଛି।
ଗତ ୫ ତାରିଖରେ ଭାରତ ଓ ଚାଇନାର ପାଖାପାଖି ୨୫୦ ଯବାନ ମୁହାଁମୁହିଁ ହେବା ପରେ ପୂର୍ବ ଲଦାଖରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଧସ୍ତାଧସ୍ତି ବେଳେ ଉଭୟ ପାର୍ଶ୍ୱର ଶତାଧିକ ଯବାନ ଆହତ ହୋଇଥିଲେ। ପଙ୍ଗଓଙ୍ଗ ସୋ ହ୍ରଦ ଅଞ୍ଚଳରେ ଭାରତୀୟ ଯବାନଙ୍କ ପାଟ୍ରୋଲିଂକୁ ଅନେକ ଥର ଅଟକାଇଲାଣି ଚାଇନା। ଉତ୍ତେଜନା ବଢ଼ୁଥିବାବେଳେ ଭାରତୀୟ ସେନାମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ଗତ ଶୁକ୍ରବାର ଲେହର ୧୪ କର୍ପସ ମୁଖ୍ୟାଳୟ ଗସ୍ତକରି ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ। ସ୍ଥିତିକୁ ଦେଖି ଭାରତ ମଧ୍ୟ ଉଭୟ ପଙ୍ଗଓଙ୍ଗ ସୋ ହ୍ରଦ ଏବଂ ଗଲଓ୍ବାନ ଉପତ୍ୟକା ଅଞ୍ଚଳରେ ସେନା ଉପସ୍ଥିତି ବଢ଼ାଇଛି। ଏହାବ୍ୟତୀତ ଡେମ୍‌ଚୋକ, ଦୌଲତ ବେଗ୍‌ ଓଲ୍‌ଡି ସମେତ ଅନ୍ୟ କେତେକ ସମ୍ବେଦନଶୀଳ ଅଞ୍ଚଳରେ ଭାରତୀୟ ସେନା ପାଟ୍ରୋଲିଂକୁ ଜୋର୍‌ଦାର କରିଛନ୍ତି। ଅନ୍ୟପକ୍ଷରେ ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ଗତ ଦୁଇ ସପ୍ତାହ ମଧ୍ୟରେ ପାଖାପାଖି ୧୦୦ ଟେଣ୍ଟ ପକାଇବା ସହ ବଙ୍କର ନିର୍ମାଣ ଲାଗି ଓଜନଦାର ଉପକରଣ ଠୁଳ କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?