ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଅନୁପଗଡବାସୀ

କୋମନା,୧୯।୯(ଡି.ଏନ.ଏ.) ଲୋକଙ୍କ ଗମନାଗମନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅଧିକାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ସବୁବେଳେ ଫେଲ ମାରୁଛି। ଫଳରେ ଜଙ୍ଗଲ ରାସ୍ତାରେ ୟାତାୟାତ କରିବା ଲୋକଙ୍କ ପ୍ରତି ବିପଦପୂର୍ଣ୍ଣ ହେଉଛି। ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଅନୁପଗଡ ଗ୍ରାମରେ ବାସ କରୁଥିବା ୪୦ ଆଦିବାସୀ ପରିବାର ଜଙ୍ଗଲ ରାସ୍ତାରେ ସବୁବେଳେ ଯିବା ଆସିବା କରିଥାନ୍ତି । ଏ ନେଇ ଅନେକ ଥର ପ୍ରଶାସନକୁ ରାସ୍ତାର ଏଭଳି ଅବସ୍ଥା ନେଇ ଅବଗତ କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉନାହିଁ । ଯଦ୍ୱାରା ଗ୍ରାମବାସୀ ନିଜ ଉଦ୍ୟମରେ ଅଧ କି.ମି. ରାସ୍ତା ନିର୍ମାଣ କରି ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ରାସ୍ତା ନିର୍ମାଣ ହେବା ଯୋଗୁ ଲୋକେ ସୁବିଧାରେ ୟାତାୟାତ କରୁଥିବା ଦେଖିବାକୁ ମିଳିଛି ।
ପଏଁର ହେଉଛି କୋମନା ବ୍ଲକର ନୂଆ ଗ୍ରାମପଞ୍ଚାୟତ। ପଞ୍ଚାୟତ ମୁଖ୍ୟରୁ ଅନୁପଗଡକୁ ମାତ୍ର ୨ କିଲୋମିଟର ରାସ୍ତା। ଏହି ରାସ୍ତାରେ ପୂର୍ବରୁ ବହୁ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ରାସ୍ତା ଅତି ଶୋଚାନୀୟ ହୋଇ ପଡିଥିଲା। ଅନେକ ଥର ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ ଗାଁବାସୀ ଦାବି କରି ଆସୁଥିଲେ। ତଥାପି ଏହି ରାସ୍ତା ଉପରେ କାହାରି ନଜର ପଡୁ ନ ଥିଲା। ଶେଷରେ ଗ୍ରାମବାସୀ ଏକଜୁଟ ହୋଇ ୨୫ ଜଣଙ୍କ ପାରିଶ୍ରମିକରେ ରାସ୍ତା ନିର୍ମାଣ କରିଛନ୍ତ। ଏହି ରାସ୍ତା ନିର୍ମାଣରେ ଗ୍ରାମର କୌଳାସ ମାଝି, ପରମାନନ୍ଦ ମାଝି, ଲୋଚନ ମାଝି, ତୁକାରାମ ମାଝି, ଗୋବିନ୍ଦ ମାଝି, ଉଧବ ମାଝି, ଟିକମନ ମାଝି ପ୍ରମୁଖ ସହଯୋଗ କରି ସମତୁଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

ରନ୍ଧନ ଗ୍ୟାସ୍‌ର ଅଚଳାବସ୍ଥା ନେଇ ଗର୍ଜିଲା କଂଗ୍ରେସ

ନୂଆପଡ଼ା,୧୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରନ୍ଧନ ଗ୍ୟାସକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲା କଂଗ୍ରେସ…

ଚିତ୍ତରଞ୍ଜନ ଦାଶ ପାଇଲେ ଦିବ୍ୟାଙ୍ଗ ମିତ୍ର ପୁରସ୍କାର

ନୂଆପଡ଼ା,୧୧ା୩ (ମକାରୁ ବେମାଲ ): ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମାସିକ ସମୀକ୍ଷା ବୈଠକ ସମ୍ମିଳନୀ…

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା…

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ: ପ୍ଲାଷ୍ଟିକ ମୁକ୍ତ ଜିଲା ଗଠନ କରିବା ପାଇଁ ଆହ୍ବାନ

ନୂଆପଡ଼ା,୯ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି।…

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri