ନିଆରା ଢ଼ଙ୍ଗରେ ଯୁବତୀଙ୍କୁ ପ୍ରୋପୋଜ୍‌ କଲେ ଯୁବକ

ପ୍ରେମ ହେଉଛି ଶାସ୍ବତ ଓ ଚିରନ୍ତନ। ଯୁବକ ଓ ଯୁବତୀମାନେ ତାଙ୍କର ପ୍ରଥମ ପ୍ରେମ ନିବେଦନକୁ ଏକ ଭଲ ସ୍ମୃତି କରିବାକୁ ବେଶ୍‌ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ନିଆରା ଢ଼ଙ୍ଗ ଆପଣାଇଥାନ୍ତି। କିଏ ମଝି ଆକାଶରେ ତ ଆଉ କିଏ ସମୁଦ୍ର ମଝିରେ ନିଜର ପ୍ରେମ ନିବେଦନ କରିଥାନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାର କ୍ରିସ୍‌ ଗାର୍ଥ ନିଜ ପ୍ରେମୀକା ଲୋରିନ୍‌ଙ୍କୁ ଏକ ନିଆରା ଢ଼ଙ୍ଗରେ ପ୍ରେମ ନିବେଦନ କରିବାକୁ ଇଛା ପ୍ରକାଶ କରିଥିଲେ। ଏଥିପାଇଁ ପୂର୍ବରୁ ସେ ସମସ୍ତ ପ୍ରସ୍ତୁତି ମଧ୍ୟ କରିଥିଲେ। କ୍ରିସ୍‌ଙ୍କୁ ସର୍ଫିଙ୍ଗ୍‌ କରିବାକୁ ବେଶ୍‌ ପସନ୍ଦ। ତେଣୁ ସେ ହୋନୋଲୁଲୁ ସମୁଦ୍ର କୂଳରେ ସର୍ଫିଙ୍ଗ୍‌ କରୁଥିବା ସମୟରେ, ପାଣିର ଶବ୍ଦ ଓ ଲହଡି ମଝିରେ ତାଙ୍କ ପ୍ରେମୀକାଙ୍କୁ ବିବାହ ପାଇଁ ନିବେଦନ କରିଥିଲେ। ଆଉ ତାଙ୍କୁ ମୁଦି ପିନ୍ଧାଇଥିଲେ। ଏଭଳି ନିଆରା ଭାବେ କ୍ରିସ୍‌ କରିଥିବା ନିବେଦନକୁ ଦେଖି ଲୋରିନ୍‌ ବେଶ୍‌ ଖିସି ହୋଇଯାଇଥିଲେ। ଆଉ ସଙ୍ଗେ ସଙ୍ଗେ ବିବାହ ପାଇଁ ହଁ କରିଦେଇଥିଲେ। କ୍ରିସ୍‌ଙ୍କ ଏହି ନିଆରା ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମି ଶରୀରରେ ବଢୁଛନ୍ତି ଅଣୁଜୀବ: ୫,୩୦୦ ବର୍ଷ ପରେ ବି ଜୀବିତ

ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ…

ହସ୍ପିଟାଲ ICUରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ରୋଗୀ ଜୀବନ୍ତ ଦଗ୍ଧ

ପାଟନା,୪।୬: ଦିଲ୍ଲୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡର ମାତ୍ର ଗୋଟିଏ ଦିନ ପରେ, ବିହାରର ମୁଜାଫରପୁରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ଆସିଛି। ଗୁରୁବାର ପ୍ରାୟ…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri