ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ବାଲେଶ୍ୱର ଅଫିସ, ୧୯।୪-ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ କନ୍‌୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ଜଣ ଛାତ୍ରୀଛାତ୍ର ୟୁଏସ୍‌ଏ ଓରଲାଣ୍ଡସ୍ଥିତ ନ୍ୟାଶନାଲ ଏରୋନେଟିକ୍‌ ଆଣ୍ଡ ସ୍ପେଶ୍‌ ଆଡ଼ମିନିଷ୍ଟ୍ରେଶନ (ନାସା) ସେଣ୍ଟରରେ ଆୟୋଜିତ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଯୋଗଦେଇଥିଲେ। ନବମ ଶ୍ରେଣୀ ଛାତ୍ରୀ ଅନୁସ୍କା ରାୟ ଏହି ସମ୍ମିଳନୀରେ ୪ ଜଣିଆ ବିଜୟୀ ଟିମ୍‌ରେ ନିଜର କୃତିତ୍ୱ ପ୍ରତିପାଦନ କରିଛନ୍ତି। ଏହି ଅବସରରେ ଫ୍ଲୋରିଡ଼ା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ସ୍କଲାରସିପ ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିଥିବାର ଜଣାପଡ଼ିଛି। ଏହି କୃତିତ୍ୱ ପରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ରାଜ୍ୟ ତଥା ବାଲେଶ୍ୱର ପାଇଁ ଗୌରବର ବିଷୟ ବୋଲି ବିଦ୍ୟାଳୟ ଅଧ୍ୟକ୍ଷା ଡ. ସିଷ୍ଟର କ୍ରିପା କହିଛନ୍ତି।

ଗତ ଏପ୍ରିଲ ୧୩, ୧୪ ଓ ୧୫ରେ ଆୟୋଜିତ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଛାତ୍ରୀଛାତ୍ରମାନେ ଯୋଗଦେଇ ନାସା ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ଛାତ୍ରୀଛାତ୍ରମାନେ ମହାକାଶଚାରୀ ଡ. ୱିନସଟନ ସ୍କଟ, ଫ୍ଲୋରିଡ଼ା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ନିଦ୍ଦେର୍ର୍ଶକ ଡ. ନାଥାଲିୟନ ମିଲର ଓ ଅନ୍ୟ ବୈଜ୍ଞାନିକଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଲେ। ଛାତ୍ରୀ ଦୀକ୍ଷା ଗୁପ୍ତା ଉକ୍ତ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri