ଫୁଲବାଣୀ ଅଫିସ/ଜି.ଉଦୟଗିରି,୧୨ା୬(ଡି.ଏନ.ଏ.)- ଦାରିଙ୍ଗବାଡି ଅଞ୍ଚଳର ଜଣେ ଅନାଥ ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ପାଇଁ ପଠାଯିବା ଘଟଣାକୁ ନେଇ ଜିଲାବ୍ୟାପି ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ଗୋଟିଏ ପଟେ ଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ସରିଥିବା ବେଳେ ଜି.ଉଦୟଗିରି ଥାନାରେ ହୋଇଥିବା ମାମଲାର ତଦନ୍ତ ଆଗକୁ ବଢ଼ିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସ୍ପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜଣେ ଡିଏସ୍ପି ତଦନ୍ତ କରି ଯେଉଁ ରିପୋର୍ଟ ଦେଇଛନ୍ତି ତାହାର ସୁପରଭିଜନ ଚାଲିଛି। ଅନ୍ୟପଟେ ଜି.ଉଦୟଗିରି ଥାନାର ଏକ ଟିମ୍ ପଶ୍ଚିମବଙ୍ଗ ଯାଇ ନାବଳିକାଙ୍କୁ ଆଣି ତାଙ୍କ ବୟାନ ରେକର୍ଡ କରିବ। ଦୁଇଟି ଘଟଣାରେ ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ମାନବ ଚାଲାଣର ସୁରାକ ମିଳିଛି। ଏହି ଘଟଣାକୁ ନେଇ ଏବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତ କାଗଜପତ୍ର ଜି.ଉଦୟଗିରି ପୋଲିସ ଜବତ କରିଛି। ସମ୍ପୃକ୍ତ ନାବାଳିକାଙ୍କୁ ପୋଷ୍ୟ ଦେବା କ୍ଷେତ୍ରରେ ବହୁ ତ୍ରୁଟି ବିଚ୍ୟୁତି ହୋଇଥିବା ତଦନ୍ତରେ ଧରାପଡିଛି। ଅନାଥ ପିଲାଙ୍କୁ ପୋଷ୍ୟ ଦେବା କ୍ଷେତ୍ରରେ ଆଇନ ଅନୁସାରେ ଯାହା କରାଯିବା କଥା ତାହା ହୋଇନି। ପୂର୍ବରୁ ନାବାଳିକା ରହିଥିବା ଜି.ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ଶିଶୁ ଯତ୍ନ ଅନୁଷ୍ଠାନର ରେଜିଷ୍ଟ୍ରରରୁ କିଛି ଫର୍ଦ୍ଦକୁ ଚିରି ଦିଆଯାଇଛି। ଯାହାକୁ ପୋଲିସ ଜବତ କରିଛି। ଏହା ମାନବ ଚାଲାଣକୁ ନେଇ ଅଧିକ ସନ୍ଦେହ ସୃଷ୍ଟି କରିଛି। ସେହିପରି ପୋଷ୍ୟ ସନ୍ତାନ ଦେବା ପୂର୍ବରୁ ବିଭିନ୍ନ ଖବରକାଗଜରେ ବାହାରି ଥିବା ବିଜ୍ଞାପନରେ ମଧ୍ୟ ତ୍ରୁଟି କରାଯାଇଛି। ଯେଉଁଥିରେ ନାବାଳିକାଙ୍କ ଠିକଣା ତଥା ତାଙ୍କ ଅଭିଭାବକଙ୍କ ନାମକୁ ଗୋପନ ରଖାଯାଇଛି। ଜି.ଉଦୟଗିରି ଥାନାଧିକାରୀ ଜଗଦାନନ୍ଦ ଜେନା କହିଛନ୍ତି, ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ପ୍ରକାରେ ନଂ.୩୧/୧୯ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଖୁବଶୀଘ୍ର ସରିବ। ପୋଲିସର ଏକ ଟିମ୍ ପଶ୍ଚିମବଙ୍ଗ ଯାଇ ସମ୍ପୃକ୍ତ ନାବାଳିକାଙ୍କୁ ଆଣିବ। ତାଙ୍କ ବୟାନ ରେକର୍ଡ କରାଯିବ। ପୋଷ୍ୟ ଗ୍ରହଣରେ ତ୍ରୁଟି ବାହାରିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମୀତା କରଣ ପୋଷ୍ୟ ଗ୍ରହଣରେ ସମସ୍ତ ନୀତି ନିୟମ ପାଳନ କରାଯାଇଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦାରିଙ୍ଗିବାଡ଼ିର ନାବାଳିକାଙ୍କୁ ସରକାରୀ ନିୟମ ଉଲଂଘନ କରାଯାଇ ପୋଷ୍ୟ ସନ୍ତାନ ଭାବେ ବିକ୍ରି ବା ଚାଲାଣ କରାଯାଇଛି ବୋଲି ତାଙ୍କ ପିଉସା ମାର୍ଚ୍ଚ ୭ରେ ଜି.ଉଦୟଗିରି ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା। ପିଉସା ଜିଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଜିଲାପାଳ ଏହାର ତଦନ୍ତ କରିବା ପାଇଁ ଏସ୍ପିଙ୍କୁ କହିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡ଼ିଏସପି ତଦନ୍ତ କରିଥିଲେ।
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...
ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...
ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...
ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...
ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...
ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...
ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ
ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...
Archives


