ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ପୁଣି ଜଣେ ଗିରଫ, ଚିହ୍ନଟ ହେଲା ପୋଲିସ କ୍ୱାର୍ଟର୍ସ

ପୁରୀ ଅଫିସ,୨।୧୨: ପୋଲିସ କ୍ୱାର୍ଟର୍ସରେ ଜନୈକା ନାବାଳିକାଙ୍କୁ ଗଣବଳତ୍କାର ମାମଲାରେ ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଆଉ ଜଣକଙ୍କୁ ଗିରଫ କରିଛି। ଗିରଫଙ୍କ ସମ୍ପର୍କରେ ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ। ଏହି ଘଟଣାରେ ବହିଷ୍କୃତ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଗତକାଲି ରାତିରେ ପୀଡିତା ଏସପି, ଡିଆଇଜଙ୍କ ସହିତ ସମ୍ପୃକ୍ତ କ୍ୱାର୍ଟର୍ସରେ ପହଞ୍ଚତ୍ ଚିହ୍ନଟ କରିଥିଲେ। ଏହି କ୍ୱାର୍ଟର୍ସ(ପି-୧୦୫) ତାଙ୍କ ସ୍ତ୍ରୀ ନାମରେ ରହିଛି। ସେ ବ୍ରହ୍ମଗିରି ଥାନାରେ କନେଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି। ଅନ୍ୟପକ୍ଷେ ପୀଡିତାଙ୍କ ମା’ବାପା ମଧ୍ୟ ସେଠାରେ ପହଞ୍ଚତ୍ଛନ୍ତି। ବାସେଲି ସାହି ଥାନାରେ ପୀଡିତାଙ୍କ ପରିବାର ସହ ପୋଲିସ ଜେରା କରୁଛି।
ମିିଳିଥିବା ସୂଚନା ଅନୁଯାୟୀ, ନାବାଳିକା କାକଟପୁର ଯିବା ଲାଗି ନିମାପଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ବସଷ୍ଟାଣ୍ଡ ଫାଙ୍କା ରହିଥିଲା। ଏହି ସମୟରେ ଜଣେ ବ୍ୟକ୍ତି କାରରେ ଆସି ତାଙ୍କ ନିକଟରେ ପହଞ୍ଚତ୍ଥିଲେ। ଏଠି କାହିଁକି ଏକାକି ଠିଆ ହୋଇଛନ୍ତି ବୋଲି ପଚାରିଥିଲେ। ପୀଡିତା ସନ୍ଦେହ କରିବାରୁ ସେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ପରିଚୟ ପତ୍ର ଦେଖାଇଥିଲେ। ତାଙ୍କୁ କାକଟପୁରରେ ଛାଡିଦେବେ ବୋଲି କହିଥିଲେ। ଯୁବତୀ ପୋଲିସ ପରିଚୟ ପାଇବା ପରେ ତାଙ୍କ ଉପରେ ଭରସା କରି କାରରେ ବସିଥିଲେ। ଏହି ସମୟରେ କାର ଭିତରେ ଅନ୍ୟ ୩ ଜଣ ଯୁବକ ବସିଥିଲେ। ସେମାନେ ତାଙ୍କୁ କାକଟପୁର ନେବା ପରିବର୍ତ୍ତେ ଝାଡେଶ୍ୱର ଛକସ୍ଥିତ ପୋଲିସ କଲୋନୀସ୍ଥିତ ଏକ କ୍ୱାର୍ଟର୍ସକୁ ଆଣିଥିଲେ। ସେଠାରେ ତାଙ୍କୁ ଗଣବଳାତ୍କାର କରିଥିଲେ। ପୀଡିତା ସେଠାରୁ କୌଶଳ କ୍ରମେ ଖସି ଆସି କୁମ୍ଭାରପଡା ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଆଶଙ୍କାରେ ଥାନାରେ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri