ନାବାଳିକା ଝିଆରୀକୁ ବଳାତ୍କାର: ଥାନାରେ ଅଭିଯୋଗ, ଅଭିଯୁକ୍ତ ମଉସା ଗିରଫ, ସହଯୋଗ କରିବା ଅଭିଯୋଗରେ ମାଉସୀ ବି ଗିରଫ

ରାଉରକେଲା ଅଫିସ, ୪।୧୨: ତମାମ ଦେଶରେ ବଳାତ୍କାରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବୁଧବାର ରାଉରକେଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ପ୍ଲାଣ୍ଟସାଇଟ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ନାବାଳିକା ଝିଆରୀ (୧୬)ଙ୍କୁ ବଳାତ୍କାର କରିଛନ୍ତି। ଥରେ କି ଦୁଇ ଥର ନୁହେଁ, ସଂପୃକ୍ତ ବ୍ୟକ୍ତି ଗତ କିଛି ଦିନ ହେବ ସେହି ନାବାଳିକାଙ୍କୁ ଭୟଭୀତ କରି ବଳାତ୍କାର କରି ଆସୁଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି କାମରେ ସ୍ବାମୀଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ବି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କ ପୈତୃକ ଘର ରାଉରକେଲାରେ। ହେଲେ ଗତ ୩ ବର୍ଷ ତଳେ ତାଙ୍କ ମା’ ବାପାଙ୍କ ପରଲୋକ ଘଟିଥିଲା। ଏହାପରେ ନାବାଳିକା ଓ ତାଙ୍କ ଭାଇ ନିଜ ମାମୁ ଘର ବିହାରର ପାଟନା ଅଞ୍ଚଳକୁ ଚାଲିଯାଇଥିଲେ। ସେଠାରେ କିନ୍ତୁ ତାଙ୍କୁ ଆଉ ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ନିଜ ଅଜା ତାଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣା ଶେଷରେ ଥାନାରେ ପହଞ୍ଚିଥିଲା। ଅଜା ଗିରଫ ହୋଇ ଜେଲ ଯାଇଥିଲେ। ଘଟଣାର ୩ ମାସ ପରେ କେଶ ରଫାଦଫା କରାଯାଇଥିଲା। ଏହି ସୁଯୋଗରେ ନାବାଳିକାଙ୍କ ସମ୍ପର୍କୀୟ ମଉସା ମାଉସୀ ଭାଇ ସହ ତାଙ୍କୁ ରାଉରକେଲା ନେଇ ଆସିଥିଲେ। ମା’ ବାପା ଆରପାରିକୁ ଚାଲିଯିବା ପରେ ମାଉସୀ ମଉସା ତାଙ୍କ ପୈତୃକ ଘରେ ରହୁଥିଲେ। ହେଲେ ଝିଆରୀକୁ ସ୍ନେହ ମମତା ଦେଇ ରଖିବୁ କହି ରାଉରକେଲା ନେଇ ଆସିଥିବା ମଉସାଙ୍କ ଲୋଲୁପ ଦୃଷ୍ଟି ନାବାଳିକାଙ୍କ ଉପରେ ପଡିଥିଲା। ସେ ନିଜ ସ୍ତ୍ରୀଙ୍କ ସହାୟତାରେ ଝିଆରୀକୁ ବିଭିନ୍ନ ସମୟରେ ବଳାତ୍କାର କରି ଆସୁଥିଲେ। ନାବାଳିକା ଓ ତାଙ୍କ ଭାଇକୁ ମଉସା ପୋଷୁଥିବାରୁ ଦୁହେଁ ନିଜ ଲୁହ ଚାପି ଚୁପ ରହୁଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ନାବାଳିକା ମୁହଁ ଖୋଲିଥିବା ପ୍ରକାଶ କରିଛନ୍ତି। ତାଙ୍କ ମେଡିକାଲ ପରୀକ୍ଷା ସହ ବୟାନ ରେକର୍ଡ କରାଯାଇଛି। ଏଥିରେ ମାଉସୀ ବି ସହଯୋଗ କରୁଥିଲେ। ମୁହଁ ଖୋଲିଲେ ମୋ ଭାଇକୁ ହତ୍ୟା କରିବାକୁ ସେମାନେ ଧମକ ଦେଇଥିଲେ ବୋଲି ନାବାଳିକା କହିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ନିଜ ମୋବାଇଲରେ ରଖି ମଉସା ଭାଇରାଲ ଧମକ ଦେଉଥିଲେ। ନିଜ ମା’ ବାପାଙ୍କୁ ହରାଇଥିବା ନାବାଳିକା ଜଣକ ପରିସ୍ଥିତିରେ ପଡି ଚୁପ ରହୁଥିଲେ। ଗତ ମଙ୍ଗଳବାର ନାବାଳିକା ଶୋଇଥିବା ବେଳେ ମଉସା ନିଶାସକ୍ତ ଅବସ୍ଥାରେ ଆସି ତାଙ୍କ ମୁହଁ ଚାପି ବଳାତ୍କାର ଉଦ୍ୟମ କରିଥିଲେ। ହେଲେ ନାବାଳିକା ଜଣକ ଏହାକୁ ବିରୋଧ କରିବାରୁ ଉତ୍‌କ୍ଷିପ୍ତ ମଉସା ମାଉସୀ ତାଙ୍କୁ ଛୁରିରେ ଆକ୍ରମଣ କରି ଆହତ କରିଥିଲେ। ତାଙ୍କ ଆଖି ତାଡିବାକୁ ଉଦ୍ୟମ କରୁଥିବା ବେଳେ ଆଖି ତଳେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରେ ନାବାଳିକା ଜଣକ ସେଠାରୁ ଖସିଯାଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଥିଲେ। ବୁଧବାର ରାଉରକେଲାର ଜଣେ ମହିଳା ନେତ୍ରୀଙ୍କ ସହାୟତାରେ ସେ ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଦଫା ୨୯୪, ୩୨୩, ୩୨୪, ୩୫୪, ୫୦୯, ୫୦୬, ୩୭୬, ୫-୧୧, ୩୦୭, ୩୪ଆଇପିସି ୮ ପୋକସୋ ଧାରାରେ ଏକ ମାମଲା ରୁଜୁ କରିଛି। ଉଭୟ ମଉସା ମାଉସୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri