ବାରିପଦା ଅଫିସ/ରାଇରଙ୍ଗପୁର,୧୧।୮ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲାରେ ପୁଣି ଲଜ୍ଜା। ଗୋରୁମହିଷାଣୀ ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଜଙ୍ଗଲରେ ବଳାତ୍କାର କରି ତାଙ୍କ ନଗ୍ନ ଫଟୋକୁ ଅଭିଯୁକ୍ତ ଯୁବକ ଭାଇରାଲ କରିଛନ୍ତି। ବଳାତ୍କାରର ପ୍ରାୟ ୪ମାସ ପରେ ଘଟଣା ପଦାକୁ ଆସିଛି। ଲୋକଲଜ୍ଜାକୁ ଡରି ନୀରବ ରହିଥିବା ପୀଡିତା ଛାତ୍ରୀ ଶନିବାର ଥାନାକୁ ଯାଇ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଡାକ୍ତରୀମାଇନା କରାଇ ଏକ ମାମଲା ( ନଂ. ୩୧/୧୯) ରୁଜୁ କରିଛି। ଥାନା ଅଧିକାରୀ ବିଳାସିନୀ ନାୟକ ଘଟଣାର ତଦନ୍ତ କରୁଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ସୋମବାର ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପ୍ରଚାରିତ ହୋଇଥିଲା। ଏନେଇ ପୀଡିତା ମାନସିକ ଭାରସାମ୍ୟ ହରାଇ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ଏପ୍ରିଲ ୧୫ ତାରିଖରେ ସେ କଲେଜରୁ ଏକୁଟିଆ ଘରକୁ ଫେରୁଥିଲେ। ଅଭିଯୁକ୍ତ ଯୁବକ ତାଙ୍କୁ ବଳପୂର୍ବକ ଜଙ୍ଗଲକୁ ନେଇଯାଇ ବଳାତ୍କାର କରି ଫଟୋ ଉଠାଇଥିଲେ। ଏ ନେଇ କେଉଁଠି ଅଭିଯୋଗ କଲେ ସେ ନଗ୍ନ ଫଟୋକୁ ଭାଇରାଲ କରାଇ ଦେବେ ବୋଲି ଧମକ ଦେଇଥିଲେ। ଏହି କାରଣରୁ ଡରିଯାଇ ସେ କାହାକୁ କିଛି କହି ନ ଥିଲେ। ନଗ୍ନ ଫଟୋ ଭାଇରାଲ ହେବା ପରେ ସେ ଏକଥା ପରିବାର ଲୋକଙ୍କୁ ଜଣାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଯୁବକ ନାବାଳିକାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛିି । ଏ ସମ୍ପର୍କରେ ଏସପି ଅଶୋକ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ କହିଛନ୍ତି, ପୀଡିତା ନାବାଳିକା ହୋଇଥିବାରୁ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରାଯାଉଛି। ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉଛି।
ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍ ରଖି…
ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…
ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ
ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…
ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…
ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…
ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର
ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…
ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…
ସ୍କୁଟିକୁ ପିଟିଲା କାର: ୭ ଗୁରୁତର
ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…
ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ
ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…
ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା
ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…
Archives

