ନାବାଳିକା ଅସଦାଚରଣ ମାମଲା ଯୁବକଙ୍କୁ ୫ ବର୍ଷ ଜେଲ

ନୟାଗଡ଼ ଅଫିସ,୨୮।୫-ପ୍ରଥମ ଶ୍ରେଣୀର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଅଭିଯୁକ୍ତ ଯୁବକଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଯୁବକ ଜଣଙ୍କ ହେଲେ ଖଣ୍ଡପଡ଼ା ଥାନା ବେଣାଗାଡ଼ିଆ ଗ୍ରାମର ଅଶୋକ ମୁଦୁଲି ଓରଫ ବରୁଣ (୨୧)।
ପ୍ରକାଶ ଯେ, ଭାପୁର ବ୍ଲକ ଫତେଗଡ଼ ଥାନା ଅଞ୍ଚଳର ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ୯ ଅକ୍ଟୋବର ୨୦୧୫ ମସିହା ଅପରାହ୍ନରେ ଖାଇବା ଛୁଟିରେ ବିଦ୍ୟାଳୟରୁ ଘରକୁ ଖାଇବା ପାଇଁ ଆସୁଥିଲେ। ଘରଠାରୁ ଅଳ୍ପ ଦୂରରେ ବରୁଣ ଏକ ନମ୍ବର ବିହୀନ ହିରୋହୋଣ୍ଡା ଗାଡ଼ିରେ ଆସି ନାବାଳିକାଙ୍କୁ ତାଙ୍କ ମାମୁ ଘରକୁ ନେବେ ବୋଲି କହିଥିଲେ। ନାବାଳିକା ଜଣଙ୍କ ମନା କରିବାରୁ ବରୁଣ ତାଙ୍କୁ ଜୋର ଜବରଦସ୍ତ ବାଇକ୍‌ରେ ବସାଇ ଅସଦାଚରଣ କରିଥିଲେ। ନାବାଳିକା ଚିତ୍କାର କରିବାରୁ ବରୁଣ ତାଙ୍କୁ ଗାଡ଼ିରେ ବସାଇ ନେଇ ପଳାଇ ଯାଇଥିଲେ। ପରେ ଗ୍ରାମର କେତେକ ଲୋକ ବାଇକ୍‌ରେ ବରୁଣଙ୍କ ପିଛା କରି କିଛି ଦୂରରେ ତାଙ୍କୁ ଧରିଥିଲେ। ଯୁବକଙ୍କୁ ଗ୍ରାମକୁ ଆଣି ଫତେଗଡ଼ ଥାନାକୁ ଖବର ଦେଇଥିଲେ। ଫତେଗଡ଼ ପୋଲିସ ଗ୍ରାମରେ ପହଞ୍ଚତ୍ ବାଇକ ଉଦ୍ଧାର କରିବା ସହିତ ବରୁଣଙ୍କୁ ଗିରଫ କରିଥିଲା। ଥାନାରେ ୧୧୪/୧୫ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହା ପରଠାରୁ ବରୁଣ ନୟାଗଡ଼ ଜେଲ୍‌ରେ ରହି ଆସୁଥିଲେ। ସୋମବାର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରସନ୍ନ କୁମାର ପଣ୍ଡା ୧୦ ଜଣ ସାକ୍ଷୀଙ୍କ ବୟାନ ଓ ନାବାଳିକାଙ୍କ କଥାକୁ ଭିତ୍ତି କରି ମୁଦାଲା ବରୁଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବରୁଣଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ଦେବା ସହିତ ୬ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ଅନାଦାୟେ ଅଧିକ ୬ ମାସ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ। ସରକାରୀ ଓକିଲ ବଂଶୀଧର ରାଉତରାୟ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri