ନାବାଳକଙ୍କୁ ସାବାଳକ ସଜାଇଲା ପୋଲିସ; ୩ ମାସ ହେଲାଣି ରହି ଆସୁଛନ୍ତି ଜେଲ୍‌ରେ

ନୟାଗଡ଼ ଅଫିସ,୬।୧୧-ନୟାଗଡ଼ ଜିଲା ଓଡ଼ଗାଁ ପୋଲିସ ଜଣେ ନାବାଳକଙ୍କୁ ସାବାଳକ ଦର୍ଶାଇ ଜେଲ୍‌କୁ ପଠାଇଛନ୍ତି। ସମ୍ପୃକ୍ତ ନାବାଳକ ୩ ମାସ ହେଲାଣି ନୟାଗଡ଼ ଖୁଣ୍ଟୁବନ୍ଧସ୍ଥିତ ଉପକାରାଗାରରେ ରହି ଆସୁଛନ୍ତି।
ଯେ, ଓଡ଼ଗାଁ ଥାନା ବନ୍ଧସାହି ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଗତ ଅଗଷ୍ଟ ୨୫ ତାରିଖରେ ଓଡ଼ଗାଁ ପୋଲିସ ଏକ ଚୋରି ମାମଲାରେ ଗିରଫ କରିଥିଲା। ତାଙ୍କୁ କୋର୍ଟଚାଲାଣ ପରେ ଜେଲକୁ ପଠାଇ ଦିଆଯାଇଥିଲା। ଫଳରେ ନାବାଳକ ଜଣଙ୍କ ୩ ମାସ ହେଲାଣି ଉପକାରାଗାରରେ ରହି ଆସୁଛନ୍ତି। ଜିଲା କିଶୋର ନ୍ୟାୟ ପରିଷଦର ସଦସ୍ୟ କିଶୋର ଚନ୍ଦ୍ର ମହାପାତ୍ର କିଛିଦିନ ତଳେ ଉପକାରାଗାରକୁ ପରିଦର୍ଶନରେ ଯାଇଥିବାବେଳେ ନାବାଳକ ଜଣଙ୍କ ଜେଲ୍‌ରେ ରହି ଆସୁଥିବା ଜାଣିବାକୁ ପାଇଥିଲେ। ପରେ ତାଙ୍କ ପରିବାର ସହିତ ଏ ନେଇ ଆଲୋଚନା କରିବାରୁ ନାବାଳକଙ୍କ ମାଆ ସେ ପଢ଼ିଥିବା ବିଦ୍ୟାଳୟରୁ ସାଟିର୍ଫିକେଟ ଆଣି ଦେଖାଇଥିଲେ। ନାବାଳକଙ୍କ ଜନ୍ମ ୫ ଫେବୃୟାରୀ ୨୦୦୨ ଦର୍ଶାଯାଇଛି। ନାବାଳକଙ୍କୁ ୧୭ ବର୍ଷ ହୋଇଥିବାରୁ କିଶୋର ନ୍ୟାୟ ପରିଷଦ ଓଡ଼ଗାଁ ଜେଏମ୍‌ଏଫସି କୋର୍ଟଙ୍କୁ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଜଣେ ନାବାଳକଙ୍କୁ ଓଡ଼ଗାଁ ପୋଲିସ କିପରି ଭାବେ ସାବାଳକ ଦେଖାଇ ଜେଲ୍‌କୁ ପଠାଇଲା ତାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଏକ ଚୋରି ମାମଲାରେ ନାବାଳକଙ୍କୁ ଘରୁ ପୋଲିସ ଉଠାଇ ଆଣିଥିଲା। ଏ ନେଇ ନାବାଳକଙ୍କ ମାଆ ପ୍ରତିବାଦ କରିଥିଲେ ମଧ୍ୟ ପୋଲିସ ଶୁଣି ନ ଥିଲା। ଏପରିକି ନାବାଳକଙ୍କ ମାଆ ପାଟି ଖୋଲିଲେ ତାଙ୍କୁ ଜେଲ୍‌ ପଠାଇବାକୁ ମଧ୍ୟ ପୋଲିସ ଧମକ ଦେଇଥିଲା। ଜିଲା କିଶୋର ନ୍ୟାୟ ପରିଷଦର ସଦସ୍ୟ କିଶୋର ଚନ୍ଦ୍ର ମହାପାତ୍ର କୁହନ୍ତି ସମ୍ପୃକ୍ତ ନାବାଳକଙ୍କ ବିଷୟରେ ଜାଣିବା ପରେ ଆମେ ଓଡ଼ଗାଁ ଜେଏମ୍‌ଏଫସି କୋର୍ଟଙ୍କୁ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛୁ। ଅନ୍ୟପକ୍ଷେ ତଦନ୍ତ ସମୟରେ ଭାରପ୍ରାପ୍ତ ଥାନା ଅଧିକାରୀ ଆଧାର କାର୍ଡରୁ ପିଲାର ବୟସ ୨୦ ବର୍ଷ ହୋଇଥିବାରୁ ତାଙ୍କୁ ଗିରଫ କରି ଜେଲ୍‌କୁ ପଠାଯାଇଥିବା ନେଇ ଜଣେ ପୋଲିସ କର୍ମଚାରୀ ପ୍ରକାଶ କରିଛନ୍ତି। ଯଦି ନାବାଳକ ଜଣଙ୍କ ଅଭିଯୁକ୍ତ ତାହାହେଲେ ତାଙ୍କୁ ସୁଧାର ଗୃହକୁ ନ ପଠାଇ କିପରି ଭାବେ ପୋଲିସ ତାଙ୍କୁ ଜେଲ୍‌ ପଠାଇଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାବାଳକଙ୍କୁ ଉପଯୁକ୍ତ ନ୍ୟାୟ ପାଇଁ ତାଙ୍କ ମାଆ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri