ନାନା ରୋଗ୍‌ ସଂଗେ ଯୁଝୁଛନ୍‌ ପୁଷ୍ପାଞ୍ଜଳି: ଚିକିଛା ସାହାଯ୍‌ ଲାଗି ମା’ବାପ୍‌ର ଆକୁଲ ନିବେଦନ

ଲାଠୋର, ୩୦ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ମେହେର ପଡ଼ାର ବିଭିଷଣ ମେହେରକଁର ଝି’ ପୁଷ୍ପାଞ୍ଜଳି(୨୦)। ସେ ଜନମ୍‌ ହେବାର ୬ ଦିନ୍‌ ଉତାରୁ ନାନା ରୋଗ୍‌ ସଂଗେ ଯୁଝୁଛନ୍‌। ଇଆଡ଼େ ପରିବାରଟା ଗରିବ୍‌ ହେଇଥିଲାବେଲେ ଉଚ ଚିକିଛା ଲାଗି ଟଁକା ପଏସାର ବଡ଼ଭାରି ଅଭାବ ରହିଛେ।
ସୂଚନା ଅନ୍‌ସାରେ ଲାଠୋର ମେହେରପଡ଼ାର ବିଭିଷଣ ମେହେରକଁର ପରିବାର କହେଲେ ମାଏକିନା ଖୁଦ, ଦୁଇ ଝି’ ମଞ୍ଜୁ, ପୁଷ୍ପାଞ୍ଜଳି ଆର ପୁଓ ରଘୁକେ ନେଇ ତାକର ସଁସାର। ବିଭିଷଣ ବଡ଼ ଝି’କେ ବିହା କରି ସାରିଥିଲାବେଲେ ସାନ ଝି’ ଆର ପୁଓ ମା’ବାପ୍‌ ସଂଗେ ରହୁଛନ୍‌। ପୁଷ୍ପାଞ୍ଜଳି ଜନମ୍‌ ହେବାର ୬ ଦିନ୍‌ ଉତାରୁ ତାକର ପରିସ୍ରା ଦୁଆର ବାଟେ ରକତ୍‌ ବାହାରିଥିଲା। ଏନ୍‌ତାଥି ପରିବାର ଲୋକ୍‌ ତାହାକୁ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଭରତି କରିଥିଲେ। ସେଠାନେ ଚିକିଛା ଉତାରୁ ରକତ୍‌ ବାହାରବାର ବଁଦ୍‌ ହେଇଥିଲା ସତ୍‌, ହେଲେ ତାକର ଦିହିମୁଡ଼ ଫୁଲି ସେ ହଲଦିଆ ପଡ଼ିଯାଇଥିଲେ। ଇ ଅବସ୍‌ତାରେ ମା’ବାପ୍‌ ପୁଷ୍ପାଞ୍ଜଳିକୁଁ ଉନିଆ ଡାକ୍‌ତାରଖାନାକେ ନେଇ ଦେଖେଇଥିଲେ। ଡାକ୍‌ତର ତାହାକୁ କାମଳ ରୋଗ୍‌ ହେଇଥିବାର କହି ଚିକିଛା ଆରମ୍‌ କରିଥିଲେ। ସେ ସମିଆରେ ଡାକ୍‌ତର ପୁଷ୍ପାଞ୍ଜଳିର ମଧୁମେୟ ରୋଗ୍‌ ଅଛେ ବଲି ବି କହିଥିଲେ। ଏନ୍‌ତାଥି ମା’ବାପ୍‌ ପେଟ୍‌କାଟି ଯାହା ସଁଚି କରି ରଖିଥିଲେ ଝି’ର ଚିକିଛାରେ ଖରଚ୍‌ କରି ନିରାଶ ହେଲେ। ପୁଷ୍ପାଞ୍ଜଳିକଁର ମଧୁମେୟ ଏନ୍‌ତା ହିସାବେ ବଢ଼ିକରି ରହୁଛେ ଯେ, ସେ ଦିନ୍‌କ ଦୁଇଥର ଇନ୍‌ସୁଲିନ ନେଉଛନ୍‌। ଏହେଦେ ପୁଷ୍ପାଞ୍ଜଳିକୁଁ ୨୦ ବଛର ହେଉଛେ। ହେଲେ ରୋଗ୍‌ ପରଭାବରେ ବଏସ୍‌ ହିସାବେ ତାକର ଶାରୀରିକ ବିକାଶ ନାଇଁ ହେବାର। ଇ ଗରିବ୍‌ ପରିବାର ସରକାରୀ ସାହାଯ୍‌ କହେଲେ ମାସିକ୍‌ ପାଉଥିବାର ୨୦ କେ.ଜି. ଚାଉଲ। ବିଭିଷଣ ଦୁଖ୍‌ସୁଖ କରି ଘରଖଁଡ଼େ କରିଛନ୍‌ ସତ୍‌, ହେଲେ ପରିବାରର ଖରଚ୍‌ ହିସାବେ ତାକର ରୁଜ୍‌ଗାର ନାଇଁହେବାର। ବିଭିଷଣ ଫିଦିନ ଗଁା ଗଁା ବୁଲି ଭିନେ ଭିନେ ଜିନିଷ ଘିନି ସେଟାକେ ବଜାରରେ ବିକ୍‌ରି କରୁଛନ୍‌। ସେଥ୍‌ରୁ ଯାହା ରୁଜ୍‌ଗାର ହେଉଛେ ତାକର ପରିବାର ଚଲବାର ସଂଗେ ଝି’ର ଉଷୋକଷା ଖରଚ୍‌ ତୁଲଉଛନ୍‌। ଘଟନା ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ ଅଗ୍ରଓ୍ବାଲ ଖବର ପାଇ ରୁଗୀକୁଁ ସରକାରୀ ସାହାଯ୍‌ ଯୁଗେଇ ଦେବାର ଲାଗି କାଗଜପତର ବ୍ଲକ ଅଫିସକେ ପଠେଇଛନ୍‌। ହେଲେ ଏଭ୍‌ତକ ସେ କେହେନ୍‌ସି ପରକାର ସରକାରୀ ସାହାଯ୍‌ ନାଇଁ ପାଏବାରଟା ନିହାତି ଦୁଖର କଥା ବଲି ସରପଁଚ୍‌ ନିଜେ କହିଛନ୍‌। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ପୁଷ୍ପାଞ୍ଜଳିକୁଁ ଉଚ ଚିକିଛା ସୁବିଧା ଯୁଗେଇ ଦେବାକେ ପରିବାର ଲୋକ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri