ନାଡ୍‌ର ଜାତୀୟ ସମୀକ୍ଷା ବୈଠକ; କମ୍‌ ଖର୍ଚ୍ଚରେ ସହଜରେ ପିଲା ପାଇପାରିବେ ସାର୍ଟିଫିକେଟ

ଭୁବନେଶ୍ୱର, ୫।୭(ବ୍ୟୁରୋ)- କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନ୍ୟାଶନାଲ ଏକାଡେମିକ ଡିପୋଜିଟୋରୀ (ନାଡ୍‌) କାର୍ଯ୍ୟକ୍ରମର ଜାତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ଆଜିର ଯୁଗ ହେଉଛି ଅନ୍‌ଲାଇନ୍‌ର ଯୁଗ। ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ସୁଫଳ ପାଇବେ। ମୁଖ୍ୟମନ୍ତ୍ରୀ ସୁଶାସନର ଯେଉଁ ୫ଟି କଥା କହୁଛନ୍ତି ତାହା ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ ବୋଲି ନିରଞ୍ଜନ ସାହୁ କହିଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ନାଡ୍‌ କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ସହଜରେ ଓ କମ୍‌ ଖର୍ଚ୍ଚରେ ସାର୍ଟିଫିକେଟ ପାଇପାରିବେ ଏବଂ ଏହି ବ୍ୟବସ୍ଥା ଦ୍ୱାରା ସାର୍ଟିଫିକେଟଗୁଡ଼ିକ ନିରାପଦ ରହିବ ଓ ନଷ୍ଟ ହେବାର ସମ୍ଭାବନା ରହିବ ନାହିଁ ବୋଲି କୁଳପତି କହିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗଦେଇଥିଲେ। କୁଳସଚିବ ଇତିଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ଡ. ବିବୁଧେନ୍ଦୁ ପତିଳ ଡ. ମାନସ ବେହରା, ଛବିରାଣୀ ପାଣିଗ୍ରାହୀ, ମୋନାଳିସା ଜେନା, ମନୀଷା ମିଶ୍ର ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ, ନାଡ୍‌ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଏକ ଡିଜିଟାଲ କାର୍ଯ୍ୟକ୍ରମ। ଯେଉଁଥିରେ ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ୍‌, ମାର୍କସିଟ୍‌ ଆଦିର କମ୍ପ୍ୟୁଟରୀକରଣ କରାଯାଇ ଅନ୍‌ଲାଇନ୍‌ରେ ପୈଠଗାରରେ ରଖାଯିବ। ଏହାକୁ ଯେକୌଣସି ସମୟରେ ବିଦ୍ୟାର୍ଥୀମାନେ ବ୍ୟବହାର କରିପାରିବେ। ଏହା ନିରାପଦ ଓ ଏହି ବ୍ୟବସ୍ଥାରେ ସାର୍ଟିଫିକେଟ୍‌ ଆଦି ନଷ୍ଟ ହେବାର ସମ୍ଭାବନା ନାହିଁ। ଗୋଟିଏ କ୍ଲିକ୍‌ରେ ଜଣେ ଏହା ସହଜରେ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଦେଲାଣି ଏମିତି ଚେତାବନୀ ଏବେ ଚୁଲି ଜଳିବା ହେବ ମୁସ୍କିଲ

ତେହରାନ,୨।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଚାଲିଥିବା ଆଲୋଚନା ମଧ୍ୟରେ, କୌଣସି ଦେଶ ଅନ୍ୟକୁ ଭୟଭୀତ କରିବାକୁ କୌଣସି ପ୍ରୟାସ ଛାଡ଼ୁନାହାଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଲଳିତ ମୋଦି, କହିଲେ ଏମିତି କଥା ସଭିଏଁ ଚକିତ

ନୂଆଦିଲ୍ଲୀ,୨।୬: ୨୦୨୨ ମସିହାରେ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏତେ ଝଡ଼ ସୃଷ୍ଟି କରିଥିଲା ଯେ ଏହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଦିଲ୍ଲୀ ଗଲେ ନବୀନ, ବଢୁଛି ଚର୍ଚ୍ଚା: ଦେବୀ କହିଲେ…

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନବୀନ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ…

ଆସିଲା ମୌସୁମୀ, ଖୁବଶୀଘ୍ର ଛୁଇଁବ କେରଳ

ନୂଆଦିଲ୍ଲୀ,୨।୬: ଦେଶର ପାଣିପାଗ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ।…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

ବିନା କଟ୍‌ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍‌ଓଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri