ନାଗରିକତ୍ୱ ସଂଶୋଧନ ଆଇନରେ କାହାର ନାଗରିକତା ଯିବନାହିଁ: ଏମ୍‌ପି ରୂପା ଗାଙ୍ଗୁଲି

ମାଲକାନଗିରି,୨୨ା୧(ଡି.ଏନ.ଏ.): ନାଗରିକତ୍ୱ ସଂଶୋଧନ ଆଇନ ପ୍ରଥମେ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇ ଏକ କାର୍ଡ ଦେବାର ବ୍ୟବସ୍ଥା ଥିଲା। ମାତ୍ର ତାହା ସେମାନେ କରିପାରିଲେ ନାହିଁ। ବର୍ତ୍ତମାନ ମୋଦି ସରକାର କରିଥିବା ନାଗରିକତ୍ୱ ସଂଶୋଧନ ବିଲ୍‌କୁ ସେମାନେ ବିରୋଧ କରୁଛନ୍ତି। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ପୀଡ଼ିତ ସଂଖ୍ୟାଲଘୁମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବ। କାହାର ନାଗରିକତାକୁ ଛଡ଼ାଇ ନିଆଯିବ ନାହିଁ ବୋଲି ରାଜ୍ୟସଭା ଏମପି ରୂପା ଗାଙ୍ଗୁଲି କହିଛନ୍ତି। ମାଲକାନଗିରି ଜିଲା ପରିଷଦ ସଭାଗୃହରେ ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଏହା ପ୍ରକାଶ କରି କହିଲେ ଯେ, ଏହି ଆଇନ ଅନୁସାରେ ଯେଉଁ ହିନ୍ଦୁ, ଜୈନ, ଶିଖ, ବୌଦ୍ଧ, ପାର୍ସି ଓ ଖୀଷ୍ଟିଆନମାନେ ୨୦୧୪ ଡିସେମ୍ବର ୩୧ ତାରିଖ ପୂର୍ବରୁ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ମିଳିବ। ଏହାକୁ ଠିକ୍‌ ରୂପେ ନ ବୁଝି କଂଗ୍ରେସ ଓ ଅନ୍ୟାନ୍ୟ ଦଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗୁଜବ ସୃଷ୍ଟି କରି ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି। ହିଂସା ଘଟାଇ ଦେଶର କ୍ଷତି କରୁଛନ୍ତି। ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ଏମପି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବିକାଶମୂଳକ କାର୍ଯ୍ୟ କରୁଛନ୍ତି ସେଥିରେ ଭୟଭୀତ ହୋଇ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲାରେ ଅଧିକାଂଶ ବେଙ୍ଗଲି ସମ୍ପଦାୟର ଲୋକ ରହୁଥିବା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ପାଇଁ ବିଦ୍ୟାଳୟରେ ବଙ୍ଗଳା ବିଷୟ ପ୍ରଚଳନ କରି ନ ଥିବାରୁ ଗାଙ୍ଗୁଲି ଅସନ୍ତୋଷ ପ୍ରକାଶ କରିଥିଲେ। ପୂର୍ବତନ ଏମପି ବଳଭଦ୍ର ମାଝି କହିଥିଲେ, ବିରୋଧୀଙ୍କ ଅଭିଯୋଗକୁ ଆମେ ଦୃଢତାର ସହ ଖଣ୍ଡନ କରୁଛୁ। ଏହି ଆଇନ ଦ୍ୱାରା ଜଣେ ମଧ୍ୟ ମୁସଲମାନ ଭାଇ ପ୍ରଭାବିତ ହେବେ ନାହିଁ । ଭାଜପା ଜିଲା ସଭାପତି ତଥା ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏମ୍‌ପି ପର୍ଶୁରାମ ମାଝି, ଜିଲା ସମ୍ପାଦକ ସଞ୍ଜୟ ସରକାର, ଜିଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ, ପଡ଼ିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡ଼ି, ପୂର୍ବତନ ଭାଜପା ଜିଲା ସଭାପତି ଅଶୋକ ପରିଡା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିମାଇଁ ପାଲ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶ୍ୟାମଲ ସୁନାନୀ, ଜିଲା ପରିଷଦ ସଦସ୍ୟା ଦେବୀ ମାଢୀ, ପ୍ରମିଳା ଦାସ, ଶାନ୍ତିଲତା ମାଝି, ଦୂତିକା ମାଡ଼କାମି, ସମୀର ମିସ୍ତ୍ରି, ବିଜୟ ବୈରାଗୀ, ମାଣିକଲାଲ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

ଆନ୍ଦୋଳନ ଭିତରେ ବଡ଼ ଖବର: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମାନିନେଲେ ୨ ଦାବି…

ନୂଆଦିଲ୍ଲୀ,୨୧।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭାରତ-ଆମେରିକା ମଧ୍ୟରେ ପ୍ରସ୍ତାବିତ ଟ୍ରେଡ୍ ଡିଲ୍ (ବ୍ୟବସାୟିକ ଚୁକ୍ତି)…

ବିଜୟଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ‘ଜନ ନାୟକନ’! ମୁଖ୍ୟମନ୍ତ୍ରୀ ହେବା ପରେ ବି ଜାରି ରହିବ ଅଭିନୟ? ସସପେନ୍ସ ବଢାଇଲେ…

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଥଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟକନ’ ଉପରେ ଦୀର୍ଘ ସମୟରୁ କଟକଣା ଲାଗି ରହିଥିଲା। ଏହି ଚଳଚ୍ଚିତ୍ରଟି ଏହି ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri