Posted inଜାତୀୟ

ଆନ୍ଦୋଳନ ଭିତରେ ବଡ଼ ଖବର: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ମାନିନେଲେ ୨ ଦାବି…

ନୂଆଦିଲ୍ଲୀ,୨୧।୭: କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭାରତ-ଆମେରିକା ମଧ୍ୟରେ ପ୍ରସ୍ତାବିତ ଟ୍ରେଡ୍ ଡିଲ୍ (ବ୍ୟବସାୟିକ ଚୁକ୍ତି) ପ୍ରତିବାଦରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ତେବେ କୃଷକମାନଙ୍କୁ ଶମ୍ଭୁ ବୋର୍ଡର (ସୀମା) ରେ ହିଁ ଅଟକାଇ ଦିଆଯାଇଥିଲା ଏବଂ ସେମାନଙ୍କୁ ବାଧ୍ୟ ହୋଇ ସୀମାରେ ହିଁ ଆସ୍ଥାନ ଜମାଇବାକୁ ପଡ଼ିଥିଲା। CJP ଆନ୍ଦୋଳନକୁ ନେଇ ପୂର୍ବରୁ ଦିଲ୍ଲୀରେ ଆଇନ ଶୃଙ୍ଖଳାକୁ ନେଇ ଚିନ୍ତିତ ଥିବା ସରକାର କୃଷକମାନଙ୍କ ବିରୋଧର ସାମ୍ନା ମଧ୍ୟ କରିବାକୁ ଚାହୁଁନଥିଲେ। ହୁଏତ ଏହି କାରଣରୁ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ହରିୟାଣା ସରକାର କୃଷକମାନଙ୍କର ଦୁଇଟି ବଡ଼ ଦାବିକୁ ଗ୍ରହଣ କରିନେଇଛନ୍ତି। ଏହାସହ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ କୃଷକମାନଙ୍କ ସହ ବୈଠକ ପାଇଁ ସମ୍ମତି ପ୍ରକାଶ କରିଛନ୍ତି।

ମଙ୍ଗଳବାର ଦିନ କୃଷକମାନଙ୍କ ବୃଦ୍ଧି ପାଉଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ୨ଟି ମୁଖ୍ୟ ଦାବି ଉପରେ ସକାରାତ୍ମକ ମନୋଭାବ ଗ୍ରହଣ କରିବାକୁ ଆଶ୍ୱାସନା ଦେଇଛନ୍ତି। ଏହାପରେ ଆନ୍ଦୋଳନ ମଧ୍ୟରେ ଆଲୋଚନାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି। ତଥାପି କୃଷକମାନେ ବର୍ତ୍ତମାନ ସେମାନଙ୍କ ବିରୋଧ କାର୍ଯ୍ୟକ୍ରମରେ ଅଟଳ ଅଛନ୍ତି ଏବଂ ସେମାନଙ୍କର କହିବା କଥା ଯେ ଯେପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନନିଆଯାଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

କିସାନ ମଜଦୁର ସଂଘର୍ଷ ମୋର୍ଚ୍ଚାର ସଂଯୋଜକ ସରବଣ ସିଂହ ପନ୍ଧେର, ହରିୟାଣାର କୃଷି ମନ୍ତ୍ରୀ ଶ୍ୟାମ ସିଂହ ରାଣାଙ୍କୁ ସାକ୍ଷାତ କରିଥିଲେ। ଏହି ବୈଠକରେ ଅମ୍ବାଲାର ଜିଲ୍ଲାପାଳ (DC) ମଧ୍ୟ ଉପସ୍ଥିତ ଥିଲେ। କୃଷକମାନଙ୍କ ପକ୍ଷରୁ ସରକାରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା, ଯେଉଁଥିରେ ଦୁଇଟି ମୁଖ୍ୟ ଦାବି ରଖାଯାଇଥିଲା।

  • ପ୍ରଥମ ଦାବି: କୃଷକ ନେତା ଗୁରନାମ ସିଂହ ଚଢୁନୀଙ୍କ ମୁକ୍ତି

  • ଦ୍ୱିତୀୟ ଦାବି: କେନ୍ଦ୍ର ସରକାରଙ୍କ ସହ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିବା।

ବୈଠକ ପରେ ହରିୟାଣାର କୃଷି ମନ୍ତ୍ରୀ ଶ୍ୟାମ ସିଂହ ରାଣା କହିଛନ୍ତି ଯେ, ସରକାର ଦୁଇଟିଯାକ ଦାବିକୁ ସ୍ୱୀକାର କରି ଗୁରନାମ ସିଂହ ଚଢୁନୀଙ୍କୁ ଶୀଘ୍ର ମୁକ୍ତ କରିବା ଏବଂ ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ କୃଷକମାନଙ୍କ ବୈଠକ କରାଇବା ପାଇଁ ଆଶ୍ୱାସନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଭାରତ-ଆମେରିକା ଟ୍ରେଡ୍ ଡିଲ୍ ପ୍ରତିବାଦରେ ପଞ୍ଜାବରୁ ବହୁ ସଂଖ୍ୟାରେ କୃଷକ ମଙ୍ଗଳବାର ସକାଳେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। କୃଷକମାନେ ବସ୍, ଜିପ୍, ମିନି ବସ୍ ଏବଂ ନିଜସ୍ୱ ଗାଡ଼ି ମାଧ୍ୟମରେ ଫତେହଗଡ଼ ସାହିବରୁ ବାହାରିଥିଲେ, କିନ୍ତୁ ହରିୟାଣା ପୋଲିସ ସକାଳ ପ୍ରାୟ ସାଢ଼େ ପାଞ୍ଚଟା ସମୟରେ ଶମ୍ଭୁ ବୋର୍ଡର ହାଇୱେରେ ବ୍ୟାରିକେଡିଂ କରି ଉଭୟ ପାର୍ଶ୍ୱରୁ ଯାତାୟାତ ବନ୍ଦ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri