Posted inଜାତୀୟ

ନାଗରିକତ୍ୱ ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ/ଗୁଆହାଟୀ/ଅଗରତାଲା,୧୦ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆସାମ ଓ ତ୍ରିପୁରାରେ ୪୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଲୋକ ସଭାରେ ବିପକ୍ଷ ଦଳଗୁଡିକର ଜୋର୍‌ଦାର ବିରୋଧ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ବିଲ୍‌ ଆଗତ କରିଛନ୍ତି। ଏହାକୁ ବିରୋଧ କରି ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ ଲିଗ୍‌ର ଏମ୍‌ପିମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଅଲ୍‌ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ (ଏଆଇୟୁଡିଏଫ୍‌) ସଦସ୍ୟମାନେ ଜନ୍ତରମନ୍ତରଠାରେ ବିକ୍ଷୋଭ କରିଥିଲେ। ଏହା ସମ୍ବିଧାନ ଓ ହିନ୍ଦୁ-ମୁସଲମାନ ଏକତାର ବିରୋଧୀ। ଆମେ ଏହି ବିଲ୍‌କୁ ପ୍ରତ୍ୟାଖ୍ୟାନ କରୁଛୁ ବୋଲି ଏଆଇୟୁଡିଏଫ୍‌ ଏମ୍‌ପି ବଦ୍‌ରୁଦ୍ଦିନ ଅଜମଲ କହିଛନ୍ତି।
ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧର୍ମୀୟ ବିଦ୍ବେଷର ସମ୍ମୁଖୀନ ହୋଇ ଭାରତରେ ଶରଣ ନେଇଥିବା ଅଣମୁସଲମାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ଏହା ଆଇନରେ ପରିଣତ ହେଲେ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଉପରୋକ୍ତ ୩ ଦେଶରୁ ଆସି ଭାରତରେ ଶରଣାର୍ଥୀ ଭାବେ ରହିଥିବା ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସଦସ୍ୟମାନେ ଉପକୃତ ହୋଇପାରିବେ। ସେମାନଙ୍କୁ ଆଉ ବେଆଇନ ଦେଶାନ୍ତରୀ ଭାବେ ଗ୍ରହଣ କରା ନ ଯାଇ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ବିଲ୍‌କୁ ଦେଶର ବିଭିନ୍ନ ଭାଗରେ ବିଶେଷ କରି ଉତ୍ତରପୂର୍ବାଞ୍ଚଳରେ ଜୋର୍‌ଦାର ବିରୋଧ କରାଯାଇଛି।
ନାଗରିକତ୍ୱ ସଂଶୋଧନ ବିଲ୍‌ ବିରୋଧରେ ଆସାମ ଓ ତ୍ରିପୁରାରେ ୩୮ ଘଣ୍ଟିଆ ବନ୍ଦ ପାଳନ ଯୋଗୁ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଅଲ୍‌ ମୋରାନ ଛାତ୍ର ସଂଗଠନ (ଏଏମ୍‌ଏସ୍‌ୟୁ) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ୍‌ର ପ୍ରଥମ ଦିନରେ ଅନେକ ଜିଲା ପ୍ରଭାବିତ ହୋଇଛି। ସ୍କୁଲ୍‌, କଲେଜ, ଦୋକାନବଜାର ବନ୍ଦ ରହିଥିଲା। ତେବେ ବଙ୍ଗାଳୀ ବହୁଳ କାଚର ଜିଲାର ବାରାକ ଭ୍ୟାଲି, କରିମଗଞ୍ଜ ଓ ହୈଲାକାଣ୍ଡି ସମେତ ପାର୍ବତ୍ୟ ଜିଲା କାର୍ବି ଆଙ୍ଗଲଙ୍ଗ ଏବଂ ଡିମା ହାସାଓରେ ବନ୍ଦ୍‌ର ପ୍ରଭାବ ଅନୁଭୂତ ହୋଇ ନ ଥିଲା। ସେହିପରି ଗୁଆହାଟୀରେ ମଧ୍ୟ ବନ୍ଦ୍‌ର ପ୍ରଭାବ ବିଶେଷ ଦେଖିବାକୁ ମିଳି ନ ଥିଲା। ବିକ୍ଷୋଭକାରୀ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ପୋଲିସ ସେମାନଙ୍କୁ ହଟାଇଦେଇଥିଲା। ଦିବ୍ରୁଗଡ ଓ ଗୁଆହାଟୀରେ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଥିଲା।
ସେହିପରି ତ୍ରିପୁରାର ଟିଟିଏଏଡିସି (ଆଦିବାସୀ ଅଞ୍ଚଳ ସ୍ବୟଂକ୍ରିୟ ଜିଲା ପରିଷଦ) ଅଞ୍ଚଳରେ ବନ୍ଦ ଯୋଗୁ ଜୀବନଯାତ୍ରା ଅଚଳ ହୋଇପଡିଥିଲା। ଭାଜପା ସହଯୋଗୀ ଆଇପିଏଫ୍‌ଟି ସମେତ ବିଭିନ୍ନ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଫଳରେ ରେଳ ଓ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଏବଂ ତ୍ରିପୁରା ରାଜ୍ୟ ରାଇଫଲ୍ସ ବାହିନୀର ଯବାନମାନଙ୍କୁ ମୁତୟନ କରାଯାଇଥିଲା। ତ୍ରିପୁରା ସହ ଦେଶର ଅନ୍ୟ ଭାଗକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଓ ରେଳଲାଇନରେ ପିକେଟିଂ କରି ଏହାକୁ ବନ୍ଦ କରିଥିବା ଆନ୍ଦୋଳନକାରୀମାନଙ୍କୁ ପୋଲିସ ଗିରଫ କରିଛି। ତ୍ରିପୁରା ବିଶ୍ୱବିଦ୍ୟାଳୟ ଏବଂ ମହାରାଜା ବୀର ବିକ୍ରମ ବିଶ୍ୱବିଦ୍ୟାଳୟ ଆନ୍ଦୋଳନ ଯୋଗୁ ପରୀକ୍ଷା ସ୍ଥଗିତ ରଖିଛନ୍ତି। ଅଧିକାଂଶ ସ୍ଥାନରେ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନବଜାର ବନ୍ଦ ରହିଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri