ନର୍ସ ନିହାରିକା ହତ୍ୟା ମାମଲା : ପ୍ରେମିକଙ୍କୁ ନେଇ ବଢୁଛି ସନ୍ଦେହ

ଜଗତ୍‌ସିଂହପୁର ଅଫିସ/ବିରିଡ଼ି(ଡି.ଏନ୍‌.ଏ.),୧୯ା୯: ବିରିଡ଼ି ଥାନା କୁଳକଇଜଙ୍ଗା ପଞ୍ଚାୟତ ନୂଆପାରି ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ର ଓରଫ ରୂପାଲୀ(୨୪)ଙ୍କ ମୃତଦେହ ଉଦ୍ଧାର ହେବାର ଦୁଇଦିନ ପରେ ମଧ୍ୟ ସମଗ୍ର ଘଟଣା ରହସ୍ୟାବୃତ ହୋଇରହିଛି। ବିଶେଷକରି ତାଙ୍କ ପ୍ରେମିକ ବିରିଡ଼ି ଥାନା ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏକ ଅଖା ମଧ୍ୟରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନିହାରିକାଙ୍କ ମୃତଦେହ ମିଳିଥିବାବେଳେ ମୁହଁ ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଯଦିଓ ପୋଷାକ, ବାମହାତରେ ବନ୍ଧାହୋଇଥିବା ସୂତା ଓ ଶରୀର ଦେଖି ତାଙ୍କ ବାପା ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ର ଓ ମା’ ପ୍ରତିମା ପାତ୍ର ନିହାରିକାଙ୍କୁ ଚିହ୍ନଟ କରିଛନ୍ତି, ତେବେ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ତାଙ୍କ ଡିଏନ୍‌ଏ ପରୀକ୍ଷା ହେବ ବୋଲି ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି। ଏଥିପାଇଁ ବୁଧବାର ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି। ଏଥିସହ କଟକ ବଡ଼ ଡାକ୍ତରଖାନା ପରିସର ଏଫ୍‌ଏମ୍‌ଟି ବିଭାଗରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଅନ୍ୟପକ୍ଷରେ କିଶୋରଙ୍କ ଉପରେ ପୋଲିସର ସନ୍ଦେହ ବଢିଛି। କାରଣ ନିହାରିକା କଟକର ଯେଉଁ ନର୍ସିଂହୋମରେ କାମ କରୁଥିଲେ, ସେଠାରୁ ଗତ ୮ ତାରିଖ ଅପରାହ୍ନରେ ତାଙ୍କୁ କିଶୋର ନିଜ ସାଥିରେ ନେଇଯାଇଥିଲେ। ଏହା ପରଠାରୁ ଆଉ ନିହାରିକା ନ ଫେରିବାରୁ ନର୍ସିଂହୋମ ପକ୍ଷରୁ ମଧୁପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। କିଶୋର ଏବେ ଫେରାର ଅଛନ୍ତି। ତେଣୁ ତାଙ୍କ ବାପା, ମା’ ଓ ଭାଇଙ୍କ ସମେତ ୬ଜଣଙ୍କୁ ପୋଲିସ ପର୍ଯ୍ୟାୟକ୍ରମେ ଥାନାକୁ ଆଣି ପଚରାଉଚରା କରିଛି। ନିହାରିକାଙ୍କ ବିବାହ କିଶୋରଙ୍କ ସହ ସ୍ଥିର ହୋଇଥିଲା। କିନ୍ତୁ କିଶୋରଙ୍କର ଆବଶ୍ୟକ ଘର ନ ଥିବାରୁ ବିବାହ ଅଟକି ରହିଥିଲା। ୨ ବଖରା ଛାତ କରି ସାରିଲା ପରେ ବିବାହ ହେବ ବୋଲି ସ୍ଥିର ହୋଇଥିଲା। ସେହି ଅନୁଯାୟୀ, ଘର କାମ ଆରମ୍ଭ ହୋଇ ଛାତ ପଡିଛି। କିନ୍ତୁ ଘର ଶେଷ ହେବା ପୂର୍ବରୁ ନିହାରିକାଙ୍କ ଏଭଳି ମୃତ୍ୟୁ ଘଟିବା ସମଗ୍ର ଘଟଣାକୁ ରହସ୍ୟମୟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri