Posted inଜାତୀୟ

ନବନିର୍ବାଚିତ ବିଏସପି ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ,୨୭।୫: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମ୍‌ପି ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଅତୁଲ ଗିରଫଦାରୀ ଉପରେ ସୁରକ୍ଷା ଦେବାକୁ କୋର୍ଟ ମନା କରିଦେଇଛନ୍ତି। ଫଳରେ ଯେକୌଣସି ମୁହୂର୍ତ୍ତରେ ପୁଲିସ ତାଙ୍କୁ ଗିରଫ କରିବା ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଘୋଶି ଲୋକ ସଭା ଆସନରୁ ଅତୁଲ ରାୟ ଚଳିତ ଥର ନିର୍ବାଚିତ ହୋଇଥିଲେ। ବାରଣାସୀର ଜଣେ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଗିରଫଦାରିକୁ ଏଡ଼ାଇବା ପାଇଁ ଅତୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ପିଟିଶନର ଶୁଣାଣି କରିଛନ୍ତି। ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି ବିଚାରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri