ନନ୍ଦନକାନନରେ ହେଲା ପକ୍ଷୀ ଗଣନା

ବାରଙ୍ଗ,୪ା୧(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଦିନିକିଆ ପକ୍ଷୀଗଣନା କାର୍ଯ୍ୟ ସରିଛି। ଚଳିତବର୍ଷର ଗଣନା ଅନୁଯାୟୀ ଗତବର୍ଷଠାରୁ ଏଥର ନନ୍ଦନକାନନକୁ ପକ୍ଷୀମାନଙ୍କର ଆଗମନ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ୍‌ ଅମୂଲ୍ୟ କୁମାର ପରିଡାଙ୍କ ନେତୃତ୍ୱରେ ୫୦ଜଣ ସଦସ୍ୟଙ୍କୁ ଗଠିତ ୫ଟି ଦଳ ଏହି ପକ୍ଷୀ ଗଣନା କାର୍ଯ୍ୟରେ ସାମିଲ ଥିଲେ। ଝିପିଝିପି ବର୍ଷା ସହ କୋହଲା ପାଗରେ ଏହି ଦଳ କାଞିଆହ୍ରଦ, କିଆଖଣି, ବାଳିଆଗଣ୍ଡ, ବଡ଼ବାଙ୍କ, କଟୁରିଘସା ଆଦି ଜଳ ଉତ୍ସ ସ୍ଥାନଗୁଡ଼ିକୁ ଯାଇ ପକ୍ଷୀଗଣନା କରିଥିଲେ। ଗଣନାବେଳେ କାପରଖାଇ, ଅଞ୍ଜନା, ଡାଟର, ରାଣିବଗ, କାମପକ୍ଷୀ, ମାଛରଙ୍କା, ପାଣିକୁଆ, ଗେଣ୍ଡାଳିଆ, ଚିତ୍ରାଗେଣ୍ଡାଳିଆ, ଅନ୍ଧାରିବଗ, ଛୋଟବଡ ବଗକୁ ମିଶାଇ ୨୮ପ୍ରଜାତିର ୧୫୯୪ଟି ପକ୍ଷୀ ଜଳଉତ୍ସରେ ଥିବା ଗଣନାକାରୀ ଦଳ ଦେଖିଥିଲେ। ଯାହାକି ଗତବର୍ଷଠାରୁ ୮୭୪ଟି ପକ୍ଷୀ ଚଳିତବର୍ଷ କମ ଆସିଥିବାର ଜଣାପଡିଥିଲା। ପାଗଖରାପ ଯୋଗୁ ପକ୍ଷୀ ସଂଖ୍ୟା କମିଲା ବୋଲି ଏସିଏଫ ଅମୂଲ୍ୟ କୁମାର ପରିଡା କହିଛନ୍ତି। ନନ୍ଦନକାନନର ଜନ୍ତୁ ବିଭାଗର ସହାୟତାରେ ପକ୍ଷୀ ବିଶେଷଜ୍ଞ ଶକ୍ତିନନ୍ଦ, ଡ.ଶିବପ୍ରସାଦ ପରିଡା, ମମତା ପରମର, ରମେଶ ଝଙ୍କାର, ଶିକ୍ଷାବିଭାଗ ଅଧିକାରୀ ମିଲନ କୁମାର ପଣ୍ଡା, ରେଞ୍ଜର ଶୁଭଶ୍ରୀ ପଣ୍ଡାଙ୍କ ସମେତ ସୋଆ ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ଓୟୁଏଟି, ବିଜେବି, ରାଜଧାନୀ, ମହର୍ଷି କଲେଜର ଛାତ୍ରୀଛାତ୍ରମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri